‘ମୋ କୋଳ ଥିଲା ରିକି ଝୁଲଣା, ପିଲା ଦୁଇଜଣ ମୋ କୋଳରେ ହିଁ ମଣିଷ ହେଇଛନ୍ତି, ରିକି ତ ମୋ କୋଳରେ କେତେ ଥର…’ ଦେଖନ୍ତୁ କଣ କହିଲେ Snigdha Mohanty

ନମସ୍କାର ବନ୍ଧୁଗଣ, ସ୍ଵର୍ଗତ ଅଭିନେତା ମିହିର ଦାସଙ୍କ ସାନ ପୁଅର ବିୟୋଗ ଖବର ପ୍ରସାରଣ ହେବା ପରେ ଏବେ ସମସ୍ତ ସିନେ ଜଗତରେ ହାହାକାର ପଡିଯାଇଛି । କାରଣ ତାଙ୍କ ପରିବାର ସହ ବହୁ ଅଭିନେତା ଅଭିନେତ୍ରୀ ମାନଙ୍କର ନିବିଡ ସମ୍ପର୍କ ଥିଲା ଅମ୍ଳାନ ଏବଂ ଅକ୍ଲାନ୍ତଙ୍କୁ ସମସ୍ତେ ନିଜ ଛୁଆ ଭଳି ମଧ୍ୟ ଦେଖୁଥିବାର କଥା ସମସ୍ତେ କହିଛନ୍ତି ତେବେ ଏହିଭଳି ଏକ ବଡ ଦୁଃଖ ଖବର ଆସିବା ପରେ ଅଭିନେତ୍ରୀ ସ୍ନିଗ୍ଧା ବୋଷ କଣ କହିଛନ୍ତି କଣ ପ୍ରତିକ୍ରିୟା ରଖିଛନ୍ତି ତାହା ସମ୍ପର୍କରେ ଆସନ୍ତୁ ଜାଣିବା ।

ସ୍ନିଗ୍ଧା କହିଛନ୍ତି ତାଙ୍କ କୋଳରେ ମିହିର ଦାସଙ୍କ ଦୁଇ ପୁଅ ବଢିଛନ୍ତି । ଯେତେବେଳେ ସେ ମିହିର ଦାସଙ୍କ ଘରକୁ ଯାଉଥିଲେ ତାଙ୍କ ଦୁଇ ପୁଅକୁ ବହୁତ ଭଲ ପାଉଥିଲେ ତାଙ୍କୁ ନିଜର ପିଲା ବୋଲି ଭାବୁଥିଲେ । ସ୍ନିଗ୍ଧା କହିଛନ୍ତି ସେ ମିହିର ଦାସଙ୍କ ସହ ଯେତିକି କ୍ଳୋଜ ଥିଲେ ତା ଠାରୁ ଅଧିକ ସେ ମିହିର ଦାସଙ୍କ ପତ୍ନୀ ସହ ବହୁତ କ୍ଳୋଜ ଥିଲେ । କାରଣ ସେ ତାଙ୍କର ବହୁତ ଘନିଷ୍ଠ ବନ୍ଧୁ ଥିଲେ ।

ସ୍ନିଗ୍ଧାଙ୍କ କହିବା ଅନୁଯାୟୀ ଅମ୍ଳାନ ଏବଂ ଅକ୍ଲାନ୍ତ ତାଙ୍କ କୋଳରେ ହିଁ ବଡ ହେଇଛନ୍ତି କହିଲେ ଭୁଲ ହେବ ନାହିଁ । କାରଣ ସ୍ନିଗ୍ଧା ଯେତବେଳେ ତାଙ୍କ ଘରକୁ ଯାଉଥିଲେ ସେତେବେଳେ ଅକ୍ଲାନ୍ତ ବହୁତ ସାନ ଥିଲେ । ତେଣୁ ସେ ତାଙ୍କୁ କୋଳରେ ଧରନ୍ତି ବୋଲି କହିଛନ୍ତି । ସ୍ନିଗ୍ଧା ରିକିଙ୍କୁ ବହୁତ ଥର ଗାଧୋଇ ଦେଇଥିବାର କଥା ମଧ୍ୟ କହିଛନ୍ତି ।

ସ୍ନିଗ୍ଧାଙ୍କ ଝିଅ ସହ ଅମ୍ଳାନ ଏବଂ ଅକ୍ଲାନ୍ତ ବହୁତ ଖେଳନ୍ତି ପିଲା ଦିନେ । ହେଲେ ବଡ ହେବା ପରେ ସମସ୍ତେ ସମସ୍ତଙ୍କ କାମରେ ବ୍ୟସ୍ତ ର୍ରହିବା କାରଣରୁ ସମ୍ପର୍କ କମିବାକୁ ଲାଗିଲା । ତାଥାପି ସ୍ନିଗ୍ଧା ତାଙ୍କ ମା ଭଳି ତାଙ୍କ ସହ ରହିବା ପାଇଁ ଚାହୁଁଥିଲେ ବ୍ୟସ୍ତ ବହୁଳ ଜୀବନରେ ତାହା ସମ୍ଭବ ହୋଇପାରିଲା ନାହିଁ । ଯାହାଫଳରେ ପିଲା ଦୁଇଟି ବାପା ମା ଛେଉଣ୍ଡ ହୋଇ ବଢିବାକୁ ଲାଗିଲେ ।

ଆଉ ଆଜି ଏହି ଖବର ଶୁଣିବା ବେଳକୁ ତାଙ୍କର ଶେଷକୃତ୍ୟ ସରିଯାଇଥିଲା । ଯେଉଁଥିପାଇଁ ତାଙ୍କୁ ବହୁତ କଷ୍ଟ ଲାଗୁଛି ଏବଂ ସେ କହିଛନ୍ତି ତାଙ୍କର ନିଜ ପିଲାଟିକୁ ସେ ମଧ୍ୟ ବଞ୍ଚାଇ ପାରିଲେ ନାହିଁ କି ତାଙ୍କୁ ଶେଷ ଥର ପାଇଁ ଦେଖି ମଧ୍ୟ ପାରିଲେ ନାହିଁ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବାକୁ ଜମା ବି ଭୁଲିବେନି ।

Leave a Reply

Your email address will not be published. Required fields are marked *