‘ମା ଚାଲି ଚାଲିଗଲା ପରେ ତୁ ଆସି ମୋ ପାଖରେ ଥିଲୁ ,ଶେଷରେ ଆଜି ତୁ ମତେ ଛାଡି ଚାଲିଗଲୁ ଧନ’ ବାହୁନି କାନ୍ଦୁଛନ୍ତି ଆଈ

ନମସ୍କାର ବନ୍ଧୁଗଣ, ଖବର ଅନୁଯାୟୀ ଆମ ଓଡିଆ ସିନେମା ଜଗତର ସୁନାମ ଧନ୍ୟ କଳାକାର ସ୍ଵର୍ଗତ ମିହିର ଦାସଙ୍କ ସାନ ପୁଅଙ୍କ ଦେହାନ୍ତ ହୋଇଯାଇଛି । ଏହା ତାଙ୍କ ପରିବାର ଲୋକଙ୍କୁ ସମ୍ପୂର୍ଣ ଭାବରେ ଦୋହଲାଇ ଦେଇଛି । ହେଲେ ତାଙ୍କ ପାରିବାର ଲୋକ ବୋଲି କହିବାକୁ ଆଉ କେହି ନାହାନ୍ତି କାରଣ ବାପା ମା ବି ତ ନାହାନ୍ତି ଖାଲି ଅଛନ୍ତି ବଡ ଭାଇ ଅମ୍ଳାନ ଯିଏ କି ଆଜି ନିଜ ସାନ ଭାଇର ଜୁଇରେ ନିଆଁ ଲଗାଇଛନ୍ତି ।

ଦୁଃଖ ପ୍ରକାଶ କରିଥିବା ତାଙ୍କ ଆଈଙ୍କ କଥା ଆସନ୍ତୁ ଜାଣିବା ଯାହା ଆପଣଙ୍କ କୋହକୁ ଅଟକାଇ ପାରିବ ନାହିଁ । ତାଙ୍କ ଆଈଙ୍କ ପାଖରେ ମିହିର ଦାସଙ୍କ ପୁଅ ବଡ ହୋଇଛନ୍ତି । କାରଣ ମିହିର ଦାସଙ୍କ ସ୍ତ୍ରୀ ସଂସାର ଛାଡି ଯିବାବେଳେ ତାଙ୍କ ପୁଅ ଅକ୍ଲାନ୍ତ ବହୁତ ଛୋଟ ଥିଲେ । ସେଥିପାଇଁ ସେ ଯାଇ ତାଙ୍କ ଆଈଙ୍କ ଭଲ ପାଇବାରେ ଗେଲ୍ହା ହୋଇ ବଢୁଥିଲେ । ହେଲେ କିଏ ଜାଣିଥିଲା ଆଈ ପାଳୁଥିବା ସେହି ପିଲାଟି ତାଙ୍କ ଯିବା ବୟସରେ ତାଙ୍କ ସାମ୍ନାରେ ସେ ସଂସାରରୁ ସବୁଦିନ ପାଇଁ ଆଖି ବୁଝିଦେବ ବୋଲି ।

ଆଈ ତାଙ୍କ ନାତି ଅକ୍ଲାନ୍ତଙ୍କୁ ବହୁତ ଭଲ ପାଉଥିଲେ ଏହି ଦୁଃଖଡ ଖବର ତାଙ୍କ ପାଦ ତଳୁ ଜେଭଳି ମାଟି ଖସାଇ ଦେଇଛି । କହି କହି କାନ୍ଦୁଛନ୍ତି ତତେ ଆଣି ରଖିଥିଲି ମୋ ପାଖରେ ରହିବୁ ବୋଲି ହେଲେ ମତେ ଏକା କରି ଚାଲିଗଲୁ ଧନରେ କେମିତି । ଅକ୍ଲାନ୍ତ ତାଙ୍କ ଆଈଙ୍କୁ ମେଡିକାଲରେ ଚିକିତ୍ସା ହେଉଥିବା ବେଳେ କହିଥିଲେ ଆଈ ମୁଁ ବହୁତ ଶୀଘ୍ର ଭଲ ହେଇକି ତୋ ପାଖକୁ ପୁଣି ଯିବି ତୁ ବ୍ୟସ୍ତ ହୋନି ।

ହେଲେ ସେ ତାଙ୍କ ଆଈଙ୍କୁ ଦେଇଥିବା ପ୍ରତିସୂତିକୁ ରଖିପାରିଲେଣି ଆଈଙ୍କ ଭଲ ପାଇବା ବନ୍ଧନରୁ ବାହାରି ଚାଲିଗଲେ ପରଲୋକ । ଆଈଙ୍କ ଇଚ୍ଛା ଥିଲା ନାତିର ବାହାଘର ଦେଖିବେ ନାତୁଣୀ ବୋହୁକୁ ଘରକୁ ଆଣିବେ ହେଲେ ଆଉ ସେ ନାତି ନାହିଁ ଏହା ତାଙ୍କ ଆଈ ଭବିଲା ବେଳକୁ ତାଙ୍କ ଛାତି ଫାଟିଯାଉଛି ।

ସେ ତାଙ୍କ ଆଈଙ୍କୁ କହୁଥିଲେ ଘରେ ରହିବାକୁ ଜମା ବି ଭଲ ଲାଗୁନି ଭାରି ଏକା ଲାଗୁଛି ମୁଁ ତୋ ପାଖକୁ ଚାଲିଯିବି ଶେଠୀ ରହିବି । ହେଲେ ତାଙ୍କର ସେହି ନାତିର ପାଦ ଆଉ ତାଙ୍କ ଘରେ କେବେ ପଡି ପାରିବ ନାହି କହିକି ଆଈଙ୍କ କାନ୍ଦୁଛନ୍ତି ତାଙ୍କ ଆଈ ଆଖିରୁ ଲୁହ ବି ସୁଖୁନି । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବାକୁ ଜମା ବି ଭୁଲିବେନି ।

Leave a Reply

Your email address will not be published. Required fields are marked *