‘ଆମ ପେଟର ଛୁଆ, ମୋ ଆଖି ଆଗରେ ଜନ୍ମ ହୋଇଥିଲା, ମୋ ପୁଅ ସେ, ମୋ ଆଗରେ ଆଜି ସେ ଚାଲିଗଲା…’ Pushpa Panda

ନମସ୍କାର ବନ୍ଧୁଗଣ, ସ୍ଵର୍ଗତ ମିହିର ଦାସଙ୍କ ସାନ ପୁଅ ଅକ୍ଲାନ୍ତଙ୍କ ବିୟୋଗ ପରେ ସିନେମା ଜଗତର ଲୋକେ ମଧ୍ୟ ମର୍ମାହତ ହୋଇଛନ୍ତି । ସେମାନେ ମଧ୍ୟ ଏହି କଥାକୁ ସହଜରେ ଗ୍ରହଣ କରିପାରୁନାହାନ୍ତି । ମିହିରଙ୍କ ସାଥି କଳାକାର ଯେଉଁମାନେ କି ମିହିରଙ୍କ ଘର ସହ ମଧ୍ୟ ସମ୍ପର୍କ ରଖିଥିଲେ ସେମାନଙ୍କର କଣ ପ୍ରତିକ୍ରିୟା ରହିଛି ଆସନ୍ତୁ ଜାଣିବା । ତେବେ ଏହି ଖବର ପାଇବା ପରେ ଅଭିନେତ୍ରୀ ପୁଷ୍ପା ପଣ୍ଡା କଣ କହୁଛନ୍ତି ତାହା ସମ୍ପର୍କରେ ମଧ୍ୟ ଆସନ୍ତୁ ଜାଣିବା ।

ଅଭିନେତ୍ରୀ ପୁଷ୍ପା ପଣ୍ଡା କହିଛନ୍ତି ଏତେ ସାନ ଛୁଆ ଯିଏ କି ଆମ ପେଟରୁ ଜନ୍ମ ହୋଇଥିଲା କହିଲେ ଭୁଲ ହେବ ନାହିଁ । କାରଣ ସିଏ ଆମ ଆଖି ସାମ୍ନାରେ ଜନ୍ମ ହେଇଛି ବଢିଛି ଆଉ ଏବେ ଯେତେବେଳେ ସେହି ପିଲାକୁ ନେଇ ଏପରି ଖବର ଆସିଥାଏ ସେଟବେଳେ କେତେ ଯେ କଷ୍ଟ ହୋଇଥାଏ ତାହା କହିହେବ ନାହିଁ ।

ପୁଷ୍ପା କହିଛନ୍ତି ବହୁତ ଭଲ ଛୁଆଟିଏ ଥିଲା । ଆଉ ଏହା ବି କହିଛନ୍ତି କି ମିହିର ଭାଇଙ୍କ ପାଖେ ପାଖେ ସବୁବେଳେ ଥାଏ । ମିହିର ଦାସ ତାଙ୍କ ସାନ ପୁଅକୁ ବହୁତ ଭଲ ପାନ୍ତି ତାଙ୍କ ପାଖରେ ତାଙ୍କ ସାନ ପୁଅକୁ ସବୁବେଳେ ସେ ରଖିଥାନ୍ତି । ମିହିରଙ୍କ ସାନ ପୁଅକୁ ଦେଖିଲେ ସମସ୍ତଙ୍କୁ ଲାଗେ କି ମିହିର ଦାସ ଏବେ ବି ଅଛନ୍ତି କାରଣ ସେ ଅବିକଳ ତାଙ୍କ ଭଳି ଥିଲା ବୋଲି ଅଭିନେତ୍ରୀ ପୁଷ୍ପା ପଣ୍ଡା କହିଛନ୍ତି ।

ଆଉ ଏବେ ଯେତବେଳେ ସିଏ ବି ଛାଡି ଚାଲିଗଲା ଏହାପରେ ଆଉ କଣ ସେ କହିବେ କହି କାନ୍ଦି ପକାଇଲେ । ଏହି କଥାରେ ସେ ଏତେ ମର୍ମାହତ ଅଛନ୍ତି କି ତାଙ୍କ ପାଖରେ ଏ କଥାକୁ କହିବାକୁ ଆଉ କିଛି ଭାଷା କି ଶବ୍ଦ ନାହିଁ ବୋଲି ସେ କହିଛନ୍ତି । ଏହି ଖବର ଶୁଣିବା ପରେ ପୁଷ୍ପା କହିଛନ୍ତି ତାଙ୍କ ନିଜକୁ ମଧ୍ୟ ଆଉ ଆଉ ଭଲ ଲାଗୁନାହିଁ ଏ ଦୁନିଆ ଆଉ ସମାଜରେ ବଞ୍ଚିବା ପାଇଁ ।

କାରଣ ତାଙ୍କ ଆଖି ସାମ୍ନାରେ ଜନ୍ମ ହୋଇଥିବା ପିଲା ମାନେ ଯେତବେଳେ ତାଙ୍କ ସାମ୍ନାରେ ଆଖି ବୁଝୁଛନ୍ତି ତାହା ତାଙ୍କୁ ବହୁତ ଦୁଃଖ ପହଞ୍ଚାଉଛି । ତେଣୁ ସେ ତାଙ୍କର ପ୍ରତିକ୍ରିୟାରେ ଏହି ସମସ୍ତ କଥା କହିଛନ୍ତି ଏବଂ ବହୁତ ଦୁଃଖ ମଧ୍ୟ ପ୍ରକାଶ ,କରିଛନ୍ତି ଅଭିନେତ୍ରୀ ପୁଷ୍ପାପଣ୍ଡା । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବାକୁ ଜମା ବି ଭୁଲିବେନି ।

Leave a Reply

Your email address will not be published. Required fields are marked *