‘ମୋର ଫାଇନ ପଡିନି, ଯଦି ମୋ ଖାଦ୍ୟ ଖରାପ ହୋଇଥାନ୍ତା ତ ଲୋକମାନେ ମତେ….’ ଦେଖନ୍ତୁ ନିଜ ସଫେଇରେ କଣ କହିଲେ କିଶୋର ଭାଇନା ହୋଟେଲ ମାଲିକ…

ବନ୍ଧୁଗଣ, ସୂଚନା ଅନୁଯାୟୀ ଭୁବନେଶ୍ଵର ରେ ହୋଟେଲ କରିଥିବା କିଶୋର ନାମକ ବ୍ୟକ୍ତି ଙ୍କ ଉପରେ ଅଭିଯୋଗ ଆସିଥିଲା ଯେ ସେ ନିମ୍ନ ଧରଣର ଖାଦ୍ୟ ଦେଉଛନ୍ତି ତଥା ମଟନ ତରକାରୀ ରେ ରଙ୍ଗ ମିଶାଉ ଛନ୍ତି । ଏ ନେଇ BMC ଚଢାଉ ମଧ୍ୟ କରିଥିଲା । ତେବେ କିଶୋର ଏହି ବାବଦରେ କେଉଁ ମନ୍ତବ୍ୟ ଦେଇଛନ୍ତି ଆସନ୍ତୁ ସେ ସମ୍ବନ୍ଧରେ ଜାଣିନେବା । ହୋଟେଲ ମାଲିକ କିଶୋର କହିଛନ୍ତି ଯେ ସରକାରୀ ଅଫିସର ଆସିଥିଲେ ମୋର ଫୁଲ ଲାଇସେନ୍ସ ଟା ରିନିଉ ହେବ ତ ସେଥି ନିମନ୍ତେ ସାର ଆସିଥିଲେ ତଦାରଖ କରିବା ନିମନ୍ତେ ।

କାଲି ଆସି ବୁଲିକି ଦେଖିକି ଯାଇଛନ୍ତି । ମାତ୍ର ଫୁଲ ଲାଇସେନ୍ସ ଅଛି ତାହାର ରିନୁଆଲ ପାଇଁ ମୁଁ ଆପ୍ଳାଏ କରିଛି । ସାର କହିଲେ ଯେ ଅପରିଷ୍କାର ଅଛି ହୋଟେଲ ପରିସର ତଥା ହାଇଜିନ ଆଦୌ ନାହିଁ । ମାତ୍ର କିଶୋର କହିଛନ୍ତି ଯେ ଫୁତପାତରେ ହୋଟେଲ କରିଛନ୍ତି ସେ ।

ତେଣୁ ଯେତିକି ମେଣ୍ଟେନ କରିବା କଥା ମେଣ୍ଟେନ କରୁଛନ୍ତି । ମାତ୍ର ଏଭଳି ଏତେ ଟାଇଲି ମାରବଲ ଭଳି ସେ କରିପାରିବେ ନାହିଁ । ମାତ୍ର ଯଦି ଆମ୍ଭେ ନିମ୍ନ ମାନର ଖାଇବା ଦେଉଛେ ତେବେ ଲୋକେ ଏଠାକୁ ଖାଇବାକୁ ଆସିବେ କ’ଣ ପାଇଁ ? ସସ କେଉଁଠି ପଡେନାହିଁ ମୋର ଆରମ୍ଭରୁ ବର୍ତ୍ତମାନ ପର୍ଯ୍ୟନ୍ତ କେଉଁଥିରେ ସେ ସସ ବ୍ୟବହାର କରନ୍ତି ନାହିଁ ବୋଲି କହିଛନ୍ତି ।

ମାତ୍ର ସସ ଫାଷ୍ଟଫୁଡ ରେ ପଡିବ ନା ମଟନ ରେ କ’ଣ ସସ ପଡିବ ? ଏହିଭଳି କହିଛନ୍ତି କିଶୋର । ସେ ଏହା ମଧ୍ୟ କହିଛନ୍ତି ଯେ ଫାଇନ ମୁଁ ଆଦୌ ଦେଇନାହିଁ । ସାଇଡରେ ଯେଉଁ ହୋଟେଲ ଅଛି ତାକୁ ୧୦୦୦ ଟଙ୍କା ଫାଇନ କରାଯାଇଛି । ଏହା ସହିତ ଯେଉଁ ରଙ୍ଗ କଥା କହୁଛନ୍ତି ତାହା ସାଇଡ ହୋଟେଲ ପିଲାର ମୋର କିଛି ନାହିଁ । ମି-ଡି-ଆରେ ଗୋଟିଏ ସତ୍ୟତା ଏବଂ ହୋଟେଲ ମାଲିକ କିଶୋର ଆଉ ଗୋଟିଏ କଥା କହୁଛନ୍ତି ।

କେଉଁଟା ସତ ତଥା କେଉଁଟା ମିଛ ତାହା ମଧ୍ୟ ଏ ପର୍ଯ୍ୟନ୍ତ ଜଣାନାହିଁ । ସେ ଯାହା ହେଉ ନା କାହିଁକି ହୋଟେଲ ରେ ଖାଉଥିବା ଗ୍ରାହକ ଏବଂ ହୋଟେଲ ମାଲିକଙ୍କୁ ଆମ୍ଭର ଏତିକି ନିବେଦନ ଯେ ସେମାନେ ସତର୍କ ହୋଇ ଖାଦ୍ୟ ଖାଆନ୍ତୁ ଅଥବା ବନାନ୍ତୁ । କାରଣ ଛୋଟ ଛୋଟ ଭୁଲ ଦିନେ ଯେ କାହାର ଜୀବନ ମଧ୍ୟ ନେଇଯାଇପରେ ତାହା କହିହବା ଅସମ୍ଭବ । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *