ଏତେ ଦିନ ପରେ ପୁଣି ସାମ୍ନାକୁ ଆସିଲେ Tapaswini, କହିଲେ “ଗୋଟେ ଭଲ ଅଫିସର ହେବାକୁ ଇଚ୍ଛା ଅଛି..ସେଥିପାଇଁ ମୁଁ ଆଜି…’ ଦେଖନ୍ତୁ Video

ବନ୍ଧୁଗଣ, ଆପଣ ମାନେ ତପସ୍ଵିନୀ ଏବଂ ସୁମିତ ଙ୍କ ବିବାଦ ମାମଲା ଭଲ ଭାବରେ ଜାଣିଛନ୍ତି । ତେବେ ପ୍ରାୟ ଅନେକ ଦିନ ପରେ ତପସ୍ଵୀନି ଙ୍କୁ ମିଡିଆ ସାମ୍ନାରେ ଦେଖିବାକୁ ମିଳିଛି । ତପସ୍ଵିନୀ ସୁମିତ ଙ୍କ ସହିତ ଲିଭଇନ ରିଲେସନ ରେ ରହୁଥିଲେ । ସମ୍ପର୍କ ବହୁତ ଆଗକୁ ବଢିଯାଇଥିଲା । ଏବଂ ଉଭୟ କୋର୍ଟ ରେ ମଧ୍ୟ ବିବାହ କରିଥିଲେ । କିନ୍ତୁ କିଛି ଦିନପରେ ତପସ୍ଵିନୀ ଶୁଣିବାକୁ ପାଇଥିଲେ ଯେ ସୁମିତ ଅନ୍ୟ କାହାକୁ ବିବାହ କରିବାକୁ ଯାଉଛନ୍ତି ।

ଏହା ଜାଣିବା ପରେ ତପସ୍ଵିନୀ ସମାଜସେବୀ ପ୍ରମିଳା ତ୍ରିପାଠୀ ଙ୍କ ସହିତ ମିଶି ଧାରଣାରେ ବସିବାକୁ ଲାଗିଲେ । କୋର୍ଟ ରେ ସୁମିତ ଏବଂ ତପସ୍ଵିନୀ ଙ୍କ ମାମଲା ଦୀର୍ଘ ଦିନ ଧରି ଚାଲିଲା । ମାତ୍ର ଉଭୟଙ୍କ ମତ ଅନୁସାରେ ତପସ୍ଵିନୀ ନିଜ ସ୍ଵାମୀ ସୁମିତ ଙ୍କ ସହିତ ରହିବାକୁ ଚାହୁଁଥିବା ବେଳେ ସୁମିତ କିନ୍ତୁ ଚାହୁଁନଥିଲେ ଯେ ତପସ୍ଵିନୀ ତାଙ୍କ ସହିତ ରୁହନ୍ତୁ । ଏହାପରେ କୋର୍ଟ ଙ୍କ ନିଷ୍ପତ୍ତି କ୍ରମେ ସୁମିତ ତପସ୍ଵିନୀ ଙ୍କୁ ଚଳିବା ବାବଦକୁ ଟଙ୍କା ତଥା ଘରଭଡା ମଧ୍ୟ ମାସକୁ ମାସ ଦେବେ । କିନ୍ତୁ ସୁମିତ ସଠିକ ସମୟରେ ତାହା ମଧ୍ୟ କରୁନଥିଲେ ।

ଏହାପରେ ସୁମିତ ଙ୍କୁ ବାରମ୍ବାର କୋର୍ଟ ତାଗିତ କରିବା ପରେ ସେ ମାସକୁ ମାସ ତପସ୍ଵିନୀ ଙ୍କୁ ଖର୍ଚ୍ଚ ବାବଦକୁ ଅର୍ଥ ଦିଅନ୍ତି । ବର୍ତ୍ତମାନ ତପସ୍ଵିନୀ କହିଛନ୍ତି ଯେ ସେ କମ୍ପିଟେଟିଭ ପରୀକ୍ଷା ନିମନ୍ତେ ପଢାପଢୀ କରୁଛନ୍ତି । ଏବଂ ଆଶା ଅଛି ଯେ ସେ ଏହି ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ବଡ ଅଫିସର ହେବେ ।

ଏହା ସହିତ ସାରା ଦୁନିଆ କୁ ପ୍ରମାଣ କରିବେ ଯେ ନିଜେ ଚାହିଁଲେ ଦୁନିଆରା ଖୁସି ନିଜ ପାଖକୁ ଆସିବ । କିଛି କରି ଦେଖେଇବାକୁ ହେଲେ ଧର୍ଯ୍ୟ ସହିତ ଦୃଢ ନିଶ୍ଚଳ କରୁଥିବା ଭଳି ହୃଦୟ ମଧ୍ୟ ଥିବା ଦରକାର । ବର୍ତ୍ତମାନ ତପସ୍ଵିନୀ ନିଜ ପାଠରେ ଫୋକୋସ କରୁଛନ୍ତି । ସେ ଜଣେ ଉତ୍ତମ ଧରଣର ବଡ ଅଫିସର ହୋଇ ସାରା ଓଡିଶା ବାସୀ ଙ୍କୁ ଦେଖେଇ ଦେବାକୁ ଚାହୁଁଛନ୍ତି ଯେ ସେ କମଜୋର ନୁହଁନ୍ତି ।

ଏବଂ ସେ ଯାହା କରିବେ ନିଜ ପାଇଁ କରିବେ ତଥା ନିଜ ଗୋଡରେ ଛିଡା ହୋଇ ଦେଖେଇବେ । ଜଣେ ଭଲ ମଣିଷ ହୋଇ ଲୋକଙ୍କ ସେବା କରି ଜୀବନ ଅତିବାହିତ କରିବେ । ତେବେ ଆମ୍ଭର ଶୁଭକାମନା ତପସ୍ଵିନୀ ଙ୍କ ସହିତ ଅଛି ସେ ନିଜ ଜୀବନରେ ଆଗକୁ ବଢନ୍ତୁ ଏହା ହିଁ  ଭଗବାନ ଙ୍କ ନିକଟରେ ପ୍ରାର୍ଥନା । ତେବେ ବନ୍ଧୁଗଣ ଆପଣ ମାନଙ୍କୁ ଏହି ବିଶେଷ ବିବରଣୀ କିଭଳି ଲାଗିଲା ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *