BMC କୁ ବଳ ଦେଖାଇଲେ କିଶୋର ଭାଇନା…ଦେଖନ୍ତୁ Video

ବନ୍ଧୁଗଣ, ସୂଚନା ଅନୁଯାୟୀ ପୁଣି ଲାଗିଲାଣି ଚୁଲି ଆଉ ହଣ୍ଡାରେ ପ୍ରସ୍ତୁତ ହେଲାଣି ମଟନ । କିଶୋର ମଟନ ହୋଟେଲ ଉପରେ ଚଢାଉ କରିଥିଲେ BMC ର ଖାଦ୍ୟ ସୁରକ୍ଷାଦଳ । ଅସ୍ଵାସ୍ଥ୍ୟକର ପରିସ୍ଥିତିରେ ଗ୍ରାହକଙ୍କୁ ପରସୁଥିଲେ ଥିଲେ କର୍ମଚାରୀ । ବିନା ଖାଦ୍ୟ ପଞ୍ଜିକରଣ, ଏକ୍ସପାରି ଡେଟ ଯାଇଥିବା ସସ ତଥା ଖାଇବାରେ ମିଶାଉଥିଲେ ବିସ । ଏହା ଥିଲା ପାଟିକୁ ସ୍ଵାଦ ମାତ୍ର ସ୍ୱାସ୍ଥ୍ୟପକ୍ଷେ କ୍ଷତିକାରକ ।

ବିଏମସିର ଚଢାଉ ପରେ ପୁଣି ଆରମ୍ଭ ହେଲାଣି ମଟନ ତରକାରୀ । ମଟନ ତରକାରୀ ର ରଙ୍ଗ ହୁଏତ ଆପଣଙ୍କୁ ଆକୃଷ୍ଟ କରିପାରେ । ମାତ୍ର ପାଟିକୁ ସ୍ଵାଦ ଲାଗୁଥିବା ଏହି ମଟନ ତରକାରୀ କିଭଳି ପରିବେଶରେ ପ୍ରସ୍ତୁତ ହେଉଛି ତାହାର ଖୁଲାସା କରିଥିଲା BMC ର ଖାଦ୍ୟ ସୁରକ୍ଷା ଦଳ । ତେବେ ବିନା ଖାଦ୍ୟ ପାଞ୍ଜି କରଣରେ ଖାଦ୍ୟ ପ୍ରସ୍ତୁତ ହେଉଥିଲା ।

ଖାଦ୍ୟ ଖାଇବାର ପରିବେଶ ମଧ୍ୟ ଉଚିତ ନଥିଲା ତଥା ନାନା ପ୍ରକାରର ଅପରିଷ୍କାର ଅପରିଛନ୍ନ ସହିତ ଗ୍ରାହକ ମାନେ ଆସି ସେଠାରେ ଖାଦ୍ୟ ଖାଉଥିଲେ । ସୁରକ୍ଷା ଦଳର ଯାଞ୍ଚ ପରେ ଏହିଭଳି କଥା ସବୁ ସାମ୍ନା କୁ ଆସିଥିଲା । କିନ୍ତୁ ଏହି ଘଟଣା ପରେ ଆଜି ପୁଣିଥରେ କିଶୋର ହୋଟେଲରେ ହୋଇଗଲାଣି ମଟନ ପ୍ରସ୍ତୁତି । ଏହାକୁ ନେଇ ହୋଟେଲ ମଳିକ କହିଥିଲେ ଯେ ମୋର ଫୁଲ ଲାଇସେନ୍ସ ଟି ରେନିଉ ହବ ।

ସେଥିଲାଗି କାଲି ସାର ଆସିଥିଲେ । ଏବଂ ଖାଇବା ଯଦି ନିମ୍ନ ମାନର ଦିଆଯାଉଥାନ୍ତା ତେବେ ଏଠାକୁ କେଉଁ ଲୋକ ମଧ୍ୟ ଖାଇବାକୁ ଆସି ନଥାନ୍ତେ । ଯଦି ଲୋକ କହୁଛନ୍ତି ଏହା ନିମ୍ନ ମାନର ତେବେ ଲୋକେ ଆସୁଥିଲେ କଣ ପାଇଁ ? ବର୍ତ୍ତମାନ ଦୋକାନରେ ଗୋଟିଏ ମାତ୍ର ସସ ବୋତଲ କେଉଁଠାରେ ପାଇବେ ନାହିଁ । ସସ କେଉଁଠାରେ ବ୍ୟବହାର ହୁଏ ନାହିଁ । ତା’ ଛଡା ଫାଷ୍ଟଫୁଡ ଦୋକାନରେ ସିନା ସସ ବ୍ୟବହୃତ ହୁଏ, ମଟନରେ କିଭଳି ବ୍ୟବହୃତ ହେବ ?

ଏହା ସହିତ ସେ କହିଛନ୍ତି ଯେ କୌଣସି ପ୍ରକାରର ଫାଇନ ମଧ୍ୟ ମୁଁ ଦେଇ ନାହିଁ । ମାତ୍ର ଯେଉଁ କଲର ଦେଖାଯାଇଅଛି ତାହା ସଂପୂର୍ଣ୍ଣ ଭାବରେ ମୋ ସାଇଡ ଦୋକାନ ର ଅଟେ । କିନ୍ତୁ ନଗର ସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ଦୀପକ ବିଷୋୟୀ କହିଛନ୍ତି ଯେ ଯଦି ଆମ୍ଭେ ରେଜିଷ୍ଟେସନ କ୍ୟାନ୍ସଲ କରିବା ସତ୍ବେ ମଧ୍ୟ ସେ ହୋଟେଲ ଖୋଲିଛନ୍ତି ଏବଂ ସେହି ଖାଦ୍ୟ ସାମଗ୍ରୀ ବିକ୍ରି କରୁଛନ୍ତି ତେବେ ତାହା ସଂପୂର୍ଣ୍ଣ ବେଆଇନ ଏବଂ ପୁଣି ଥରେ ଯିବୁ ତାଙ୍କୁ ଚଢାଉ କରି ଫାଇନ ନେବୁ ।

ସୋସିଆଲ ମିଡିଆ ପୋଷ୍ଟରେ ଏକଥା ମଧ୍ୟ ଉଲ୍ଲେଖ ରହିଛି ଯେ କିଶୋର ହୋଟେଲ ଉପରେ ପେନାଲ୍ଟି ପଡିଛି କିନ୍ତୁ ମାଲିକ କହୁଛନ୍ତି ସେ କୌଣସି ପେନାଲ୍ଟି ଦେଇ ନାହାଁନ୍ତି । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *