ତାତିଲେ କିନ୍ନର ଗୋଷ୍ଠୀ, Meera Parida ଙ୍କ ବିରୁଦ୍ଧରେ କଲେ ହଙ୍ଗାମା କହିଲେ “ବିଜେଡି ପାୱାର ଦେଖେଇ ମୀରା ପରିଡ଼ା ୨ ଝିଅ ଆଉ ଗୋଟେ ପୁରୁଷ ସହ ସମ୍ପର୍କ ରଖିଛି, ଆଉ ଆମକୁ…”

ନମସ୍କାର ବନ୍ଧୁଗଣ ତେବେ କିନ୍ନର ସଂଗଠନର ମୁଖ୍ୟ ମୀରା ପରିଡାଙ୍କୁ ନେଇ ଏବେ ସବୁ ଆଡେ ଚର୍ଚ୍ଚା ଜୋର ଧରିଛି । କାରଣ ଶହ ଶହ କିନ୍ନର ମୀରାଙ୍କ ନାଁରେ ଅଭିଯୋଗ ଆଣି ରାଜରାସ୍ତାରେ ଷ୍ଟ୍ରାଇକ କରିଛନ୍ତି । କିନ୍ନର ମାନେ ମୀରାଙ୍କ ବିରୋଧରେ ଠକେଇ, ଦାଦା ବଟି ଓ ଶୋଷଣ ଭଳି ଅଭିଯୋଗ ଆଣିଛନ୍ତି । ଶଖା ସଂଗଠନ ମାଧ୍ୟମରେ ମୀରା ଲକ୍ଷ ଲକ୍ଷ ଟଙ୍କାର ଠକେଇ କରୁଥିଲେ ବୋଲି ମଧ୍ୟ କିନ୍ନର ମାନେ ଅଭିଯୋଗ ଆଣିଛନ୍ତି ।

ତେବେ ମିଛ ପ୍ରତିଶ୍ରୁତି ଦେଇ କିନ୍ନର ମାନଙ୍କୁ ପ୍ରତାରଣା କରିଛନ୍ତି ମୀରା । ତେବେ ବର୍ତ୍ତମାନ ରାଜଧାନୀର ଦୃଶ୍ୟ ଶୋଚନୀୟ ରହିଥିବା ବେଳେ ସବୁ ଆଡେ କେବଳ କିନ୍ନର ମାନଙ୍କୁ ନେଇ ଚର୍ଚ୍ଚା । ଗତ କିଛି ସମୟ ହେବ ହେବ କିନ୍ନର ମାନଙ୍କର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓରେ ଜଣେ କିନ୍ନର ମୀରାଙ୍କ ବିରୋଧରେ କହୁଛନ୍ତି । ତେବେ କିନ୍ନର ଜଣକଙ୍କ କହିବା ମୁତାବକ-‘ଯେତେବେଳେ ତାର କିଛି ପାୱାର ନଥିଲା ସେ ଆମ ମାନଙ୍କୁ ସହଯୋଗ ମାଗି ଲିଡର ହେଲା ।

ଆମେ ମାନେ ବି ତାକୁ ସପୋର୍ଟ କରିଥିଲୁ ହେଲେ ଏବେ କିନ୍ତୁ ସେ ଆମ ମାନଙ୍କ ଠାରୁ ପଇସା ନେଇ ରଖିଲା । ଆମ ମାନଙ୍କୁ ଚାକିରି ଦେବା ବାହାନାରେ ସେକ୍ସ ପାଇଁ ଛିଡା କରେଇଲା । ଏହା ପରେ ସେ ବିଜେଡି ଦଳରେ ମିଶି ନେତ୍ରୀ ହେଇଗଲା । ଏବେ ତାର ପଇସା ଆଉ ପାୱାର ଏତେ ହେଇଗଲା ଯେ, ଯେଉଁ ମାନେ ତାକୁ ବଟି ଦେଉ ନାହାନ୍ତି ସେମାନଙ୍କୁ ସେ ଜୋର ଜବରଦସ୍ତ ମାରୁଛି ।

ତା ପରେ ବି ଯଦି ସେ ନ ମାନୁଛି ତା ହେଲେ ମିଛ କେସ ଦେଇ ତାକୁ ଜେଲ ପଠାଉଛି । କଣ ପାଇଁ ମୀରା ପରିଡା ଏମିତି ଦାଦା ଗିରି କରୁଛି ଆଜି ସେ ଯେଉଁ ପାୱାରରେ ଅଛି ଆମ ମାନଙ୍କ ପାଇଁ । ସେ ନିଜେ ମୀରା ପରିଡା ଦୁଇ ଦୁଇଟି ଝିଅଙ୍କୁ ବାହା ହେଇ ତାଙ୍କ ଜୀବନ ବରବାଦ କରିଛି । ତେବେ ଏହା ସହ ମୀରା ପରିଡା ଗୋଟେ ପୁରୁଷକୁ ଆଣି ରଖିଛି ତାର ସ୍ତ୍ରୀ ଆଜି ରାଜରାସ୍ତାରେ ବସିଛି । ସେ କି ନେତା ଟୋକା ମାନଙ୍କ ଠାରୁ ପଇସା ଲୁଟି ଖାଇବା ତାର ଅଭ୍ଯାସ । ସେ କିନ୍ନର ମାନଙ୍କୁ ବେଶ୍ୟା କରିଦେଇଛି ।

ତେବେ ସେହି ମୀରା ପରିଡ଼ା ସମସ୍ତଙ୍କ ପଇସା ନେଇ ଖାଉଛନ୍ତି । ଆଉ ଜଣାପଡିଛି କି ସେହି ମୀରା ପରିଡ଼ା ଜଣେ ପୁରୁଷ । ଆଉ ସେ ଆମ କିନ୍ନରମାନଙ୍କ ଗହଣରେ କାହିଁକି ରହୁଛନ୍ତି । ଆଉ ତାଙ୍କୁ ଆମ କିନ୍ନରମାନଙ୍କର ଲିଡର ବୋଲି କହୁଛନ୍ତି । ଆଉ ସେ ସଭାପତି ଅଟନ୍ତି ।

ତାଙ୍କୁ ତାଙ୍କ ସଭାପତି ପଦରୁ ବାହାର କରିବା ପାଇଁ ଆଜି ସମସ୍ତ କିନ୍ନର ରାଜରାସ୍ତାକୁ ଓହ୍ଲାଇଛନ୍ତି । ଏବେ ଦେଖିବାକୁ ବାକି ରହିଲା ପ୍ରଶାସନ କଣ କରୁଛି ? ଆଉ କିନ୍ନର ମାନଙ୍କୁ ଉଚିତ୍ ନ୍ୟାୟ ମିଳୁଛି ନା ନାହିଁ ତାହା ଦେଖିବାକୁ ବାକି ରହିଲା । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *