ଘାଇ ଭାଙ୍ଗି ଗାଁରେ ପ୍ରବେଶ କରୁଛି ବନ୍ୟା ଜଳ ! ଚାହୁଁ ଚାହୁଁ ଏରିଆରେ ବନ୍ୟା ସ୍ଥିତି ହେଉଛି ଅସମ୍ଭାଳ

ଘାଇ ଭାଙ୍ଗି ଗାଁ ରେ ପଶିଳା ବନ୍ୟା ଜଳ ! ଦେଖୁ ଦେଖୁ ଗାଁ ର ସ୍ଥିତି ହେଲା ଅସମ୍ଭାଳ ! ଖବର ମୁତାବିକ ପାରାଦୀପର ତଳିଆ ଅଞ୍ଚଳରେ ଅଚାନକ ଭାବରେ ବନ୍ୟା ଜଳ ପ୍ରବେଶ ଗତ କିଛି ଘଣ୍ଟା ପୂର୍ବରୁ କରିଛି । ତେବେ ଦିନ ଦିପହରରେ ସାଧାରଣ ଭାବରେ ଗ୍ରାମରେ ଲୋକମାନେ ଚଳପ୍ରଚଳ କରୁଥିବା ସମୟରେ ଏପରି କିଛି ଦୃଶ୍ୟ ଦେଖିବାକୁ ମିଳିଥିଲା । ଯେତେବେଳେ ଗ୍ରାମ ମଝିରେ ବନ୍ୟା ଜଳ ପ୍ରବେଶ ହେଉଥିବାର ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ ।

ସେତେବେଳେ ସେଠାରେ ଉପସ୍ଥିତ ଥିବା ଗ୍ରାମବାସୀନ୍ଦା ସଂପୂର୍ଣ୍ଣ ଭୟଭୀତ ହୋଇଯାଇଥିଲେ । ଏହପରେ ଗ୍ରାମ ମଧ୍ୟରେ ବନ୍ୟା ଜଳ ପ୍ରବେଶ କରିଯିବାର ଘଟଣା ସବୁଆଡେ ପ୍ରଚାର କରାଯାଇଥିଲା । ସେଠାରୁ ଲୋକ ମାନେ ନିଜ ନିହତ ଅତି ଆବଶ୍ୟକ ସାମଗ୍ରୀ ନେଇ ଉଞ୍ଚ ସ୍ଥାନକୁ ଚାଲି ଆସିଥିଲେ । ତେବେ ଆଣ୍ଠୁଏ ଆଣ୍ଠୁଈ ପାଣି ହୋଇ ହୋଇ ଗ୍ରାମରେ ଧୀରେ ଧୀରେ କରି ବନ୍ୟା ଜଳ ବୃଦ୍ଧି ହେବାରେ ଲାଗୁଛି । ତେବେ ଗ୍ରାମରେ ବନ୍ୟା ଜଳ ଯେତେ ଯେତେ ବଢି ଯାଉଛି ।

ସ୍ଥାନୀୟ ଲୋକଙ୍କ ମନରେ ବନ୍ୟା ସ୍ଥିତିକୁ ନେଇ ମନରେ ଏକ ପ୍ରକାର ଭୟ ସେତେ ମାତ୍ରାରେ ବଢିବାରେ ଲାଗୁଛି । ତେବେ ଖାଲି ପାରାଦୀପ କାହିଁକି ଓଡିଶାରା ଅନେକ ବନ୍ୟା ପ୍ରାପୀଡିତ ଅଞ୍ଚଳ ଗୁଡିକ ବର୍ତ୍ତମାନ ସମୟରେ ସେଠାକାର ସ୍ଥାନୀୟ ଜନସାଧାରଣ ହନ୍ତସନ୍ତ ଅବସ୍ଥାରେ ରହିଛନ୍ତି । ଯଦିଓ ବନ୍ୟା ପ୍ରପୀଡିତ ଅଞ୍ଚଳ ଗୁଡିକୁ ବନ୍ୟା ଜଳ ଆସିବା ପୂର୍ବରୁ ଆହୁଆ ସତର୍କ କରି ଦିଆଯାଉଛି । ତଥାପି ଏଥିପ୍ରତି ଲୋକ ମାନେ ସବୁବେଳେ ସଜାଗ ରହିବା ନିତାନ୍ତ ଜରୁରୀ ଅଟେ ।

ସାଧାରଣ କ୍ଷେତ୍ରରେ ସମସ୍ତ ପ୍ରକାର ସୁବିଧା ସୁଯୋଗରୁ ବନ୍ୟା ପୀଡିତ ଲୋକମାନେ ବିଚ୍ଛିନ୍ନ ହୋଇ କରି ରହିଛନ୍ତି । ତେବେ ସରକାରଙ୍କ ତରଫରୁ ବନ୍ୟାରେ ପୀଡିତ ଜନତାଙ୍କୁ କିଛି ସାହାଜ୍ଯ ମିଳୁ ବୋଲି  ସେମାନେ ଆଶା ବାନ୍ଧି କରି ରହିଛନ୍ତି । ତେବେ ରାଜ୍ୟ ସରକାରଙ୍କ ପକ୍ଷରୁ ସେହି ବନ୍ୟାରେ ପ୍ରଭାବରେ ଦୁର୍ବିସହରେ ଜୀବନଜାପାନ କରୁଥିବା ଲୋକଙ୍କୁ କେତେବେଳେ ସହାୟତା ମିଳୁଛି ? ତାହା ଦେଖିବା ଅପେକ୍ଷାରେ ରହିଲା ।

Leave a Reply

Your email address will not be published. Required fields are marked *