ମୋ ହୃଦୟରେ ଥିବା ସେ ଶୂନ୍ୟସ୍ଥାନ ,କେବେ ପୂରଣ ହେବନି ! Lopamudra Sarangi ସମାଜସେବୀ ….

ନମସ୍କାର ବନ୍ଧୁଗଣ । ସୂଚନା ମୁତବକ ସମାଜସେବୀ ଲୋପାମୁଦ୍ରା ଷଡଙ୍ଗୀ ଯିଏ କି ସମାଜସେବାରେ  ନିଜକୁ ନିଯୋଜିତ କରିଛନ୍ତି ଏବଂ ଅତୀତର ସେହି କଳାସ୍ଵପ୍ନକୁ ପଛରେ ଛାଡି ଅନେକଙ୍କ ଜୀବନରେ ଆଲୁଅ ଭରିବାକୁ ଚେଷ୍ଟା କରୁଛନ୍ତି । ତେବେ ସେ ଆଜି ତାଙ୍କ  ବ୍ୟକ୍ତିଗତ ଜୀବନ ସମ୍ପର୍କରେ କିଛି ବିଷୟ ସୋସିଆଲ ମିଡିଆ ସାମ୍ନାରେ କହିଛନ୍ତି । 2017 ମସିହାରେ ଜାନୁୟାରୀ ଲୋପାମୁଦ୍ରାଙ୍କ ଆରେଞ୍ଜ ମ୍ୟାରେଜ ହୋଇଥିଲା ।

ମାତ୍ର ବିବାହର ତିନି ବର୍ଷ ପରେ ସାବତ ଶାଶୁଙ୍କ ଅତ୍ୟାଚାର ଓ ନିର୍ଯ୍ୟାତନା ଆରମ୍ଭ ହୋଇଯାଇଥିଲା । ଯାହାକୁ ସେ ସହ୍ୟ କରିପାରୁନଥିଲେ ତେଣୁ ଝିଅକୁ ଧରି ବାପା ଘରକୁ ଆସିଯାଇଥିଲେ । ଲୋପାମୁଦ୍ରା ମାନସିକ ଭାବରେ ଭାଙ୍ଗି ପଡିଥିଲେ କିନ୍ତୁ ତାଙ୍କ ଘର ଲୋକ ଓ ଭାଇମାନେ ତାଙ୍କୁ ବହୁତ ସହଯୋଗ ଦେଇଥିଲେ ।ଯାହା ଫଳରେ ସେ ଆଜି ଯାହା ବି ଅଛନ୍ତି ଏତେ ପରିବାରଲୋକଙ୍କର ଆର୍ଶୀବାଦ ପାଉଛନ୍ତି ମାନେ ତାହା କେବଳ ଭାଇ ମାନଙ୍କ ସହଯୋଗ ।

ତାଙ୍କର ଦୁଇ ଦୁଇ ଭାଇ ଯିଏ ତାଙ୍କୁ କହୁଥିଲେ ତୁ ଆମକୁ ମା ଭଳି ଦେଖିଛୁ ତେଣୁ ତୁ ଏକେଲା ନୁହେଁ ଆମେ ସବୁବେଳେ ତୋ ସହିତ ଅଛୁ । ଏଣୁ ସେ ଜୀବନର ଖାଲିପଣକୁ ଦୂର କରିବା ପାଇଁ ସମାଜସେବା କାମରେ ନିଜକୁ ନିଜଯୋଜିତ କରିଛନ୍ତି । ଏବେ ତାଙ୍କ ପାଖରେ ପରିବାର ସହ ବସି କିଛି ସମୟ ଅତିବାହିତ କରିବାର ସମୟ ମିଳୁନି ।

ତାଙ୍କ ଦୁଇ ଭାଉଜ ଭଗବାନଙ୍କ ଦୟାରୁ ଏତେ ଭଲ ଯେ ସେ ନ ଖାଇବା ଯାଏ ନ ଖାଇ ଅପେକ୍ଷା କରିଥାନ୍ତି । ମୋ ବିବାହକୁ ପାଞ୍ଚ ବର୍ଷ ହେଲାଣି ମୋ ସ୍ଵାମୀଙ୍କୁ ଥରେ ଫୋନ କରିଥିଲି ମାତ୍ର ସାବତ ଶାଶୂ ଉଭୟଙ୍କୁ ମିଶିବାକୁ ଇଛା କରୁନାହାଁନ୍ତି ସେ ବି ଜଣେ ଝିଅ ହେଲେ ସାବତ ପୁଅର ସଂସାରକୁ ଗଢିବାକୁ ଦଉନାହାଁନ୍ତି । ଅନେକ କହୁନ୍ତି କି ମୁଁ ଧନୀ ଘର ବୋଲି ବିବାହ କରିଛି କିନ୍ତୁ ତାହା ନୁହେଁ ଏହା ଆରେଞ୍ଜ ମ୍ୟାରେଜ ଥିଲା ମୋ ଶଶୁର ହିଁ ନିଜ ଆଡୁ ପ୍ରସ୍ତାବ ଦେଇଥିଲେ ଓ ନିଜେ ମଣ୍ଡପ ବୁକିଂ କରି ବିବାହ କରିଥିଲେ ।

ଏଣୁ ଏହା ଲଭ ନୁହେଁ ଆରେଞ୍ଜ । ମୁଁ ଆଗକୁ ମଧ୍ୟ ଏଭଳି ଜଣସାଧାରଣଙ୍କ ସେବା କରିବି ବୋଲି କହିଛନ୍ତି ସମାଜସେବୀ ଲୋପମୁଦ୍ରା   । ତେବେ ଏହି ଖବରକୁ ନେଇ ଆପଣଙ୍କ ମତ କଣ ଆମକୁ କାମେଣ୍ଟ କରି ଜଣାନ୍ତୁ ଓ ଆଗକୁ ଆମ ସହ ରହିବାକୁ ଆମ ପେଜ୍ କୁ ଲାଇକ ,ଶେୟାର କରନ୍ତୁ ।

Leave a Reply

Your email address will not be published. Required fields are marked *