‘ମୋ ଘର ଭାଙ୍ଗୁଛି ବ୍ୟୋମକେଶ, ବ୍ୟୋମକେଶ ପାଇଁ Sumit ମତେ…’ Sumit ଙ୍କ ଓକିଲ ବ୍ୟୋମକେଶଙ୍କ ପାଇଁ Tapaswini ଯାହା କହିଲେ ଶୁଣିଲେ ଆପଣ ହେବେ ଆଶ୍ଚର୍ଯ୍ୟ, ଦେଖନ୍ତୁ ଏହି Video

ନମସ୍କାର ବନ୍ଧୁଗଣ ତେବେ ବ୍ରହ୍ମପୁର ବହୁଚର୍ଚ୍ଚିତ ସୁମିତ ଓ ତପସ୍ବିନୀ ପାରିବାରିକ ବିବାଦ ମାମଲାରେ ଶେଷ ମଧ୍ୟସ୍ଥତା ବିଫଳ ହୋଇଛି । ଶନିବାର ଓଡିଶା ହାଇକୋର୍ଟଙ୍କ ନିର୍ଦ୍ଦେଶରେ ଚାଲିଥିବା ଏହି ମଧ୍ୟସ୍ଥତାର ଶେଷ ତାରିଖ ଥିଲା । ତେବେ ଆସନ୍ତା ୯ ତାରିଖରେ ପୁଣି ହାଇକୋର୍ଟ ଏହି ମାମଲାରେ ଚୂଡ଼ାନ୍ତ ରାୟ ପ୍ରକାଶ କରିବେ । ପୂର୍ବରୁ ସୁମିତ ଓ ଡିମ୍ପଲ ମଧ୍ୟରେ ମିଳାମିଶା ନେଇ ୩ଥର ଶୁଣାଣି ହୋଇଥିଲା ।

କହି ରଖୁଛୁ କି ଶାଶୂ ଘରେ ରହିବାକୁ ନେଇ ବ୍ରହ୍ମପୁର ବ୍ରହ୍ମାନଗର ଚର୍ଚ୍ଚାରେ ରହିଆସୁଛି । ଶାଶୁଘର ସମ୍ମୁଖରେ ଧାରଣାରେ ବସିଥିଲେ ତପସ୍ବିନୀ ଦାସ । ବୁଝାସୁଝାରେ ବିଫଳ ହେବା ପରେ ଏହି ମାମଲା କୋର୍ଟରେ ପହଞ୍ଚିଥିଲା । ହାଇକୋର୍ଟର ପାରିବାରିକ ମିଳାମିଶା କେନ୍ଦ୍ରରେ ଶୁଣାଣି ହୋଇଥିଲେ ମଧ୍ୟ ଉଭୟ ପକ୍ଷ ନିଜ ନିଜ ଜିଦରେ ଅଟଳ ରହିଥିଲେ । ଫଳରେ ଶୁଣାଣି ପକ୍ରିୟା ବିଫଳ ହୋଇଥିଲା ।

ତେବେ କଟକ ହାଇକୋର୍ଟଙ୍କ ମଧ୍ୟସ୍ଥତା କେନ୍ଦ୍ରରେ ହାଜର ହୋଇଥିଲେ ଡାକ୍ତର ସୁମିତ କୁମାର ସାହୁ ଓ ତପସ୍ୱିନୀ ଦାସ । ଉଭୟଙ୍କ ବାପା ମଧ୍ୟ ମଧ୍ୟସ୍ଥତା କେନ୍ଦ୍ରରେ ହାଜର ହୋଇଥିଲେ । ତେବେ ତପସ୍ୱିନୀଙ୍କ ଆଡୁ ସମ୍ପୂର୍ଣ୍ଣ ସହଯୋଗ ରହିଛି ଏବଂ ସୁମିତଙ୍କ ଆଡୁ ଆଦୌ ସହଯୋଗ ନାହିଁ ବୋଲି କହିଛନ୍ତି ତପସ୍ୱିନୀଙ୍କ ଓକିଲ ମାନସ ଚାନ୍ଦ । ସୁମିତ୍‌ ବୁଝାମଣା ପାଇଁ ରାଜି ନାହାନ୍ତି ବୋଲି ମାନସ ଚାନ୍ଦ କହିଛନ୍ତି ।

ତେବେ ସୁମିତଙ୍କ ଅରାଜି କାରଣରୁ ରିପୋର୍ଟରେ ମଧ୍ୟସ୍ଥତା ଅସଫଳ ବୋଲି ଉଲ୍ଲେଖ କରାଯାଇଛି । ଆଗକୁ କୋର୍ଟ ଚାହିଁଲେ ପୁଣି ମଧ୍ୟସ୍ଥତା ପାଇଁ ନିର୍ଦ୍ଦେଶ ଦେଇ ପାରନ୍ତି ବୋଲି ତପସ୍ୱିନୀଙ୍କ ଓକିଲ କହିଛନ୍ତି । ତପସ୍ୱିନୀ କହିଛନ୍ତି, ସୁମିତଙ୍କ ବାପା ଓ ତାଙ୍କ ଆଇନଜୀବୀ ଏହା କରାଇଦେଉ ନାହାଁନ୍ତି । ସେପଟେ ସୁମିତଙ୍କ ଆଇନଜୀବୀ ବ୍ୟମକେଶ ତ୍ରିପାଠୀ କହିଛନ୍ତି, ଆଜି କିଛି ଭଲ ହେବ ବୋଲି ଆଶା ଥିଲା । ହେଲେ ମଧ୍ୟସ୍ଥତା ସଫଳ ରହିଲା ନାହିଁ ।

ଉଭୟେ ବୁଝିବାକୁ ନାରାଜ । ଆସନ୍ତା ୯ ତାରିଖରେ ହାଇକୋର୍ଟରେ ପରବର୍ତ୍ତୀ ଶୁଣାଣି ରହିଛି । ତେବେ ସେପଟେ ତପସ୍ବିନୀ ଙ୍କ କହିବା କଥା କି ବ୍ୟୋମକେଶ ସାର ସୁମିତ ଙ୍କ ବ୍ରେନୱାସ୍ କରୁଛନ୍ତି ତାଙ୍କୁ ଶିଖାଉଛନ୍ତି ଯାହା ଯୋଗୁଁ ସେ ମୋ ପାଖରେ ରହିବାକି ମନା କରୁଛନ୍ତି ତେବେ ତାଙ୍କର ବି ସ୍ତ୍ରୀ ପିଲା ଅଛନ୍ତି କିନ୍ତୁ ସେ କେଉଁ ଭଳି ଭାବରେ ମୋ ସହ ଏମିତି କରୁଛନ୍ତି । ତେବେ ସେ ଆହୁରି କହିଛନ୍ତି କି ବାତ୍ୟା ଆସିବାକୁ ଅଛି କିନ୍ତୁ ମୁଁ ଯେଉଁ ଘରେ ରହୁଛି ସେଠାରେ କବାଟ ଝରକା ନାହିଁ ।

ତେବେ ତାହା ମଧ୍ୟ କେହି ବୁଝୁ ନାହାନ୍ତି କି କବାଟ ବାଡ଼େଇଲେ ମଧ୍ୟ କେହି ଖୋଲୁ ନାହାନ୍ତି । ଏହା ସହ କହୁଛନ୍ତି ଯଦି ମୁଁ ତାଙ୍କୁ ହଇରାଣ କରୁଛି ତେବେ କେଉଁ ଭଳି ଭାବରେ ହଇରାଣ କରୁଛି ତେବେ ସେମାନେ ତାହାର ଭିଡିଓ କି କୌଣସି ପ୍ରମାଣ ମିଡିଆରେ ଫ୍ଲାସ କରୁ ନାହାନ୍ତି କଣ ପାଇଁ । ତେବେ ମୁଁ କେବଳ ମୋ ସ୍ୱାମୀ ଏବଂ ପରିବାର ସହ ସୁଖରେ ରହିବାକୁ ଚାହେଁ । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *