ଏତେ ଦିନ ପରେ ଆଜି ବଦଳିଲା ଶ୍ବଶୁରଙ୍କ ମନ, Tapaswini ଙ୍କୁ କଲେ ଆଶୀର୍ବାଦ ଆଉ କହିଲେ…ଦେଖନ୍ତୁ ଏହି Video 

ବନ୍ଧୁଗଣ ଦୀର୍ଘ ମାସର ତପସ୍ୟା ପରେ ତପସ୍ଵିନୀ ସଫଳ ହୋଇଛନ୍ତି । ତପସ୍ଵିନୀଙ୍କୁ ଆଶୀର୍ବାଦ ଦେଇଛନ୍ତି ତାଙ୍କ ଶଶୁର । ଆଶୀର୍ବାଦ ଦେଇଛନ୍ତି ସୁମିତଙ୍କ ବାପା ବା ତାଙ୍କ ନିଜ ଶଶୁର ପ୍ରମୋଦ ସାହୁ । ଶଶୁରଙ୍କ ଅଭିମାନ ଏବେ ଶାନ୍ତ ପଡିଯାଇଛି । ବୋହୁ ପ୍ରତି ବଢି ଯାଇଛି ସ୍ନେହ ଓ ଶ୍ରଦ୍ଧା । ଏବେ ସେ କେବଳ ସୁମିତଙ୍କ ବାପା ନୁହନ୍ତି ତପସ୍ଵିନୀଙ୍କ ପାଇଁ ମଧ୍ୟ ବାପା ଅଟନ୍ତି । ତପସ୍ଵିନୀଙ୍କ ବାପା ହୋଇ ଆଦରି ନେଲେ ତପସ୍ଵିନୀଙ୍କୁ ।

ଏ ଦୃଶ୍ୟ ଆପଣ ମାନେ ଦେଖିପାରୁଥିବେ ତପସ୍ଵିନୀ ନିଜ ଶଶୁରଙ୍କ ପାଦ ଛୁଇଁ ଛନ୍ତି ଆଉ ପ୍ରମୋଦ ସାହୁ ନିଜ ବୋହୁକୁ ଆଶୀର୍ବାଦ ଦେଉଛନ୍ତି । ଏଥର ପ୍ରମୋଦ ବାବୁଙ୍କ ମନରେ ରାଗ ନାହିଁ କି ସେ ମୁହଁ ବୁଲାଇ ଛିଡା ହୋଇ ନାହାନ୍ତି । ତପସ୍ଵିନୀ ପାଦ ଛୁଇଁବା ମାତ୍ରେ ସଙ୍ଗେ ସଙ୍ଗେ ଆଶୀର୍ବାଦ ଦେଇଛନ୍ତି ଶଶୁର ପ୍ରମୋଦ ସାହୁ ।

ଶଶୁର ପ୍ରମୋଦ ସାହୁ ଏବେ ସଂପୂର୍ଣ୍ଣ ବଦଳି ଯାଇଛନ୍ତି । ତପସ୍ଵିନୀଙ୍କୁ ବୋହୁ ରୂପେ ଗ୍ରହଣ କରିବାକୁ ସେ ଏବେ ପ୍ରସ୍ତୁତ ଥିବା ଦେଖିବାକୁ ମିଳିଛି । ସେଥିପାଇଁ ତ ତପସ୍ଵିନୀ ପାଦ ଛୁଇଁବା ମାତ୍ରେ ଶଶୁରଙ୍କ ହାତ ଉଠିଗଲା ଆଶୀର୍ବାଦ ଦେବା ପାଇଁ । ପ୍ରମୋଦ ସାହୁ କହିଛନ୍ତି, ତପସ୍ଵିନୀଙ୍କୁ ବୋହୁ ରୂପେ ଗ୍ରହଣ କରିବାରେ ତାଙ୍କର କୌଣସି ଦ୍ଵନ୍ଦ ନାହିଁ । କିନ୍ତୁ ସେ ତାଙ୍କ ପୁଅ ଉପରେ ଅର୍ଥାତ ସୁମିତଙ୍କ ଉପରେ ନିର୍ଭର କରୁଛନ୍ତି । ସୁମିତ ହିଁ ତାହା ନିଷ୍ପତ୍ତି ନେବେ ।

ଏ ଦୃଶ୍ୟ ଦେଖି ଲାଗୁଛି ଆଜି ସତରେ ଶଶୁର ମଧ୍ୟସ୍ଥ କେନ୍ଦ୍ର ଆସିଥିଲେ ନିଜ ବୋହୁକୁ ଆଉ ପୁଅକୁ ମିଶେଇ ଦେବା ପାଇଁ । ବିଗତ କିଛି ମାସ ହେଲା ଯେବେଠାରୁ ତପସ୍ଵିନୀ ସୁମିତଙ୍କ ଘରେ ରହିଲେ ସେବେ ଠାରୁ ପ୍ରମୋଦ ବାବୁ ଆଉ ଘରକୁ ଯାଇ ନାହାନ୍ତି । ବାହାରେ ରହି ଦିନ କାଟୁ ଥିଲେ ପ୍ରମୋଦ । ଅଭିମାନ ଥିଲା କି ରାଗ ତାହା ବିଷୟରେ ତ ଆମେ ଜାଣି ନାହୁଁ । ହେଲେ ସେ ଆଜି ତପସ୍ଵିନୀଙ୍କୁ ଆଶୀର୍ବାଦ ଦେଇ ପ୍ରମାଣ କରିଦେଲେ ଯେ, ତପସ୍ଵିନୀ ଆଜି ବି ତାଙ୍କ ହୃଦୟରେ ନିଜ ଝିଅ ଭଳି ରହିଛି ।

ତେବେ ସୁମିତ ଓ ତପସ୍ଵିନୀ ବହୁତ ଥର ଏହି ମଧ୍ୟସ୍ଥ କେନ୍ଦ୍ରକୁ ଆସିଥିଲେ ହେଲେ କିଛି ଫଳ ଦେଖା ଦେଇ ନଥିଲା । ଆଉ ତା ପରେ ଦୁଇ ପରିବାରଙ୍କୁ ଡକା ଯାଇଥିଲା ଆଉ ଆସିଥିଲେ ପ୍ରମୋଦ ସାହୁ ଓ ତପସ୍ଵିନୀଙ୍କ ବାପା । ଆଉ ଏଠାରେ ଦେଖିବାକୁ ମିଳିଥିଲା ତପସ୍ଵିନୀ ନିଜ ଶଶୁରଙ୍କ ଠାରୁ ଆଶୀର୍ବାଦ ଗ୍ରହଣ କରୁଛନ୍ତି । ତା ହେଲେ ବନ୍ଧୁଗଣ ଏହି ଭିଡିଓଟି ଆପଣ ମାନଙ୍କୁ କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *