ମୋ ଅସଲ ନାଁ ଦ୍ରୌପଦୀ ନୁହେଁ…କହିଲେ ମହାମହିମ Draupadi Murmu, ଜାଣନ୍ତୁ ତାଙ୍କ ଅସଲି ନାମ କଣ ?

ବନ୍ଧୁଗଣ, ସୂଚନା ଅନୁଯାୟୀ ଭାରତର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶପଥ ଗ୍ରହଣ କରିଛନ୍ତି । ଦେଶର ପଞ୍ଚଦଶ ରାଷ୍ଟ୍ରପତି ଭାବରେ ଶପଥ ଗ୍ରହଣ କରିଛନ୍ତି ଦ୍ରୌପଦୀ ମୁର୍ମୁ । ଦ୍ରୌପଦୀଙ୍କ ଅଭିଭାଷଣକୁ ନେଇ ବର୍ତ୍ତମାନ ସବୁଠାରେ ପ୍ରଶଂସା । ତାଙ୍କ ଭାଷଣରେ ପ୍ରତିଫଳିତ ହୋଇଥିବା ଓଡିଆ ପଣକୁ ନେଇ ଓଡିଶାବାସୀ ଗର୍ବିତ । ତେବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ପ୍ରକୃତ ନାମ ଦ୍ରୌପଦୀ ନଥିଲା ତାଙ୍କ ମା’ ବାପା ଦ୍ରୌପଦୀ ନାମ ଦେଇନଥିଲେ ।

ଦ୍ରୌପଦୀଙ୍କ ପ୍ରକୃତ ନାମ ଥିଲା ପୁଟିକ । ଏହି ନାମରେ ହିଁ ସେ ଛୋଟବେଳେ ଗାଁରେ ପରିଚିତ ଥିଲେ । କିନ୍ତୁ ପରବର୍ତ୍ତୀ ସମୟରେ ଏହି ନାମ ପରିବର୍ତ୍ତନ ହୋଇ ଦ୍ରୌପଦୀ ନାମ ରଖାଯାଇଥିଲା ତେବେ କିଏ ଏବଂ କାହିଁକି ତାଙ୍କ ନାମ ପରିବର୍ତ୍ତନ କରିଥିଲା ତାହା ଶୁଣନ୍ତୁ । ଦ୍ରୌପଦୀ ଯେଉଁ ବିଦ୍ୟାଳୟରେ ପାଠ ପଢୁଥିଲେ ସେତେବେଳେ ବାଲେଶ୍ଵର କିମ୍ବା କଟକର ଜଣେ ଶିକ୍ଷକ ସେହି ସ୍କୁଲରେ ଶିକ୍ଷକତା କରୁଥିଲେ ।

ଏବଂ ସେହି ଶିକ୍ଷକଙ୍କୁ ପୁଟି ନାମ ପସନ୍ଦ ଲାଗିନଥିଲା ଏଣୁ ସେ ପୁଟି ନାମ ପରିବର୍ତ୍ତେ ଦ୍ରୌପଦୀ ନାମ ରଖିଥିଲେ । ଆଉ ସେହିଦିନ ଠାରୁ ତାଙ୍କ ନାମ ହୋଇଥିଲା ଦ୍ରୌପଦୀ । ବିବାହ ପୂର୍ବରୁ ତାଙ୍କ ନାମ ଦ୍ରୌପଦୀ ଟୁଡୁ ଥିଲା । କିନ୍ତୁ ସେ ଶ୍ୟାମଚରଣ ଟୁଡୁଙ୍କୁ ବିବାହ କରିବା ପରେ ତାଙ୍କ ନାମ ଟୁଡୁରୁ ମୁର୍ମୁରେ ପରିଣତ ହେଲା । ଅକ୍ଷତପଲ୍ଲୀର ପ୍ରାଥମିକ ସ୍କୁଲରେ ପଢୁଥିବା ପୁଟି ଆଜି ସାରା ବିଶ୍ବରେ ଦ୍ରୌପଦୀ ମୁର୍ମୁଙ୍କ ନାମରେ ପରିଚିତ ।

ଦେଶର ସର୍ବୋଚ୍ଚ ପଦରେ ଓଡିଶା ମାଟିର ଝିଅ ଦ୍ରୌପଦୀ ମୁର୍ମୁ । ପିଲାଟି ଦିନୁ କେତେ ଦୁଖଃ କଷ୍ଟ ଏବଂ ସଂଘର୍ଷ ସହିତ ଜୀବନ ଜାପାନ କରିଛନ୍ତି ଦ୍ରୌପଦୀ । ଅନେକ କିଛି ଜୀବନରେ ତ୍ୟାଗ କରି ନିଜର ଚେଷ୍ଟା ଏବଂ କଠିନ ପରିଶ୍ରମ ବଳରେ ପାଠପଢୀ ଆଜି ଏ ପର୍ଯ୍ୟନ୍ତ ଆସିପାରିଛନ୍ତି ଦ୍ରୌପଦୀ ମୁର୍ମୁ । ସତରେ ତାଙ୍କର ଏହିଭଳି ନିଷ୍ଠା ବର୍ତ୍ତମାନ ଅନେକଙ୍କ ପାଇଁ ପ୍ରେରଣା ସାଜିଛି ।

ବର୍ତ୍ତମାନ ସାରା ଓଡିଶାବାସୀ ଦ୍ରୌପଦୀ ମୁର୍ମୁ ଙ୍କ ପାଇଁ ଗର୍ବିତ ଥିବା ବେଳେ ଦେଶର ଅନ୍ୟ ରାଜ୍ୟ ମାନଙ୍କରେ ମଧ୍ୟ ତାଙ୍କର ପ୍ରଶଂସା ହୋଇଅଛି । ଏହାକୁ ନେଇ ଅନେକ ନିଜର ମତ ଦେଇଛନ୍ତି ଯେ ଦ୍ରୌପଦୀ ମୁର୍ମୁ ଯେଉଁଭଳି ଭାବରେ ସଂଘର୍ଷ କରି ଦେଶର ସର୍ବୋଚ୍ଚ ପଦ ହାସଲ କରିଛନ୍ତି ସେହିଭଳି ଦେଶର ଭାରକୁ ମଧ୍ୟ ସଠିକ ଭାବରେ ତୁଲାଇବେ ନିଶ୍ଚିତ । ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *