ଘରେ ପହଞ୍ଚିଲେ ଅଭିନେତା Babushan, ଘର ଚାରିପଟେ ଘେରି ରହିଛନ୍ତି ବାଉନ୍ସର Body Guard, ହେଲେ କାହିଁକି ? ଦେଖନ୍ତୁ ଏହି Video

ବନ୍ଧୁଗଣ, ସୂଚନା ଅନୁଯାୟୀ ସିନେ ପ୍ରଯୋଜକ ଟୁଟୁ  ନାୟକ କହିଥିଲେ ଯେ ୨ ଦିନ ପରେ ଆସିବ ବାବୁସାନ । ମାତ୍ର ଘରେ ବର୍ତ୍ତମାନ ବାଉଁସର ଜଗିସାରିଲେଣି । ଯଦି ବାବୁସାନ ଆସିନାହାଁନ୍ତି ୨ ଦିନ ପରେ ଆସିବେ ତେବେ ଏୟାରପୋର୍ଟରେ ସେ କରୁଥିଲେ କ’ଣ ? ଆଉ ଏପଟେ ବାଉଁସର ଆଣି ଜଗେଇବାର ଅର୍ଥ କ’ଣ ? ଅର୍ଥାତ କ’ଣ ବାଉଁସର ତାଙ୍କ ନିଜ ସୁରକ୍ଷା ନିମନ୍ତେ ଆସିଛନ୍ତି ନା ଗଣମାଧ୍ୟମକୁ ଭୁଆଁ ବୁଲାଇବାକୁ ଚେଷ୍ଟା କରୁଛନ୍ତି । ବାବୁସାନଙ୍କ ଘରେ ଏହିଭଳି କିଛି ବାଉଁସର ମାନେ ଜଗିଛନ୍ତି ।

ଅର୍ଥାତ ପୂର୍ବରୁ ହିଁ ସେ ଜାଣିଛନ୍ତି ଯେ ଭିଡ ହେବ ଆଉ ଭିଡ ଭିତରେ କଣ୍ଟ୍ରୋଲ କରିବା ପାଇଁ ଆବଶ୍ୟକ ହେବେ ବାଉଁସର । ନିଜ ସହିତ ସୁରକ୍ଷା କର୍ମୀ ଙ୍କୁ ନେଇ ଆସିଛନ୍ତି ସାଥିରେ । ଏପଟେ ଏୟାରପୋର୍ଟରେ ବାବୁସାନଙ୍କ ଫ୍ଲାଇଟ ତ ଲାଗିଯାଇଛି କିନ୍ତୁ ବାବୁସାନ ଏ ପର୍ଯ୍ୟନ୍ତ ଫ୍ଲାଇଟରୁ ବାହାରି ନାହାଁନ୍ତି । ତାଙ୍କ ସହିତ ଯାତ୍ରା କରୁଥିବା କିଛି ବ୍ୟକ୍ତି ମଧ୍ୟ କହିଛନ୍ତି ଯେ ଏୟାରପୋର୍ଟରେ ତ ବାବୁସାନଙ୍କୁ ଦେଖିଛୁ ମାତ୍ର ଫ୍ଲାଇଟ ଭିତରେ ଦେଖିନାହୁଁ ।

ତେବେ ଏହା ପଛର କାରଣ କ’ଣ ହୋଇପାରେ ? କଣ ବାବୁସାନ ଫେରୁଥିବାର ଖବର ଗଣମାଧ୍ୟମ ପାଖରେ ଆଗତରୁଆ ଅଛି ଆଉ ସେଥିପାଇଁ ବାବୁସାନ ଫ୍ଲାଇଟ ଚେଞ୍ଜ କରିଦେଲେ କି ? ନା ବାବୁସାନ ସେଇ ଫ୍ଲାଇଟ ଭିତରେ ହିଁ ଆସିଥିଲେ ଆଉ ସମୟ ଦେଖି ହିଁ ଫେରିବେ ? ତେବେ ଅପର ପାର୍ଶ୍ଵରେ ବାବୁସାନଙ୍କ ଘରେ ବାଉଁସର ଜଗିଛନ୍ତି ଯାହା ସ୍ପଷ୍ଟ କରିଦେଉଛି ଯେ ଭିଡ କୁ ନିୟନ୍ତ୍ରଣ କରିବା ନିମନ୍ତେ ଏମାନଙ୍କୁ ଅଣାଯାଇଅଛି ।

ଦେଖିବାକୁ ବାକି ରହିଲା ଯେ କେବେ ଫେରୁଛନ୍ତି ବାବୁସାନ । ତେବେ ପ୍ରକୃତି ବାବୁସାନ ଙ୍କ ସହିତ ଚେନ୍ନାଇ ଯାଇଥିଲେ । ବାବୁସାନ କହିଥିଲେ ଯେ ‘ଦମନ’ ଫିଲ୍ମ ର ପ୍ରମୋଶନ କରିବା ନିମନ୍ତେ ଯାଇଥିଲୁ । ଏବଂ ସେହି ସମୟରେ ତାଙ୍କୁ ଭୁଲ ବୁଝିଥିଲେ ତାଙ୍କ ପତ୍ନୀ । ଏହାକୁ ନେଇ ଦମନ ଫିଲ୍ମ ର ନିର୍ଦ୍ଧେଶକ ଦେବୀ ପ୍ରସାଦ ଲେଙ୍କା କହିଛନ୍ତି ଯେ, ଭୁବନେଶ୍ୱର ଏୟାରପୋର୍ଟରେ ସେ ପ୍ପ୍ରକୃତିମିଶ୍ରଙ୍କୁ ଦେଖିଲେ ଏବଂ ଏକା ଫ୍ଲାଇଟରେ ଗୋଟିଏ ହୋଟେଲକୁ ଗଲେ ।

ପରେ ଶୁଣିବାକୁ ପାଇଲୁ ଯେ ଏହିଭଳି ଘଟଣା ଘଟିଛି । ସେ କହିଛନ୍ତି ଯେ ପ୍ରକୃତି ଫିଲ୍ମରେ ଅଭିନୟ କରିନାହାଁନ୍ତି କି ଆମ୍ଭେ ତାଙ୍କୁ ଡାକିନାହୁଁ । ତେବେ ଓଡିଶା ରେ ତୃପ୍ତିଙ୍କ ସହିତ କଥା କଟାକଟି ହେବା ପରେ କେଉଁ କାରଣ ନିମନ୍ତେ ପ୍ରକୃତି ଚେନ୍ନାଇ ଗଲେ । ଯିବା କ’ଣ ଅତ୍ୟନ୍ତ ଜରୁରୀ ଥିଲା । ଏହା ନିଶ୍ଚିତ ଭାବରେ ସନ୍ଦେହକୁ ଆହୁରି ଦୃଢ କରୁଛି ଯେ ଉଭୟଙ୍କ ମଧ୍ୟରେ କିଛି ନିଶ୍ଚିତ ଅଛି । ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *