‘ଦିନେଶ ସେହି ଝିଅ କୁ ବାହା ହେବେ…ମୁଁ ସ୍ଵିତୀୟ ପତ୍ନୀ ହେବି…’ ଦେଖନ୍ତୁ ଏମିତି କାହିଁକି କହିଲେ ଦୀପିକା…

ନମସ୍କାର ବନ୍ଧୁଗଣ ତେବେ ଯାଇଛନ୍ତି ଦୀପିକା । ସମସ୍ତେ ଦୀପିକାଙ୍କ ଦୁଃଖ କାହାଣୀ ଶୁଣିଛନ୍ତି । ସେ କିପରି ନିଜ ଅଧିକାର ପାଇଁ ଶାଶୁ ଘର ଆଗରେ ବସି ରହିଛନ୍ତି । ୧୫ ଦିନରୁ ଅଧିକ ଦିନ ବିତି ସାରିଥିଲେ ମଧ୍ୟ ଦୀପିକାଙ୍କୁ ନ୍ୟାୟ ମିଳି ପାରିନାହିଁ । ତଥାପି ଖରା , ବର୍ଷା କିମ୍ବା ନିଜ ଜୀବନକୁ ଖାତିର କରି ନାହାଁନ୍ତି ଦୀପିକା ନିଜ ପୁଅର ନ୍ୟାୟ ପାଇଁ ଲଢ଼ି ଚାଲିଛନ୍ତି ।
ତେବେ ଆପଣ ସମସ୍ତେ ଜାଣିଥିବେ କି ଗତକାଲି ଗଣମାଧ୍ୟମ ଆଗରେ ନିଜର ପ୍ରତିକ୍ରିୟା ରଖିଥିଲେ ଦୀପିକାଙ୍କ ପ୍ରେମିକ ଦିନେଶ ।

ଦିନେଶ କହିଥିଲେ କି ଦୀପିକା ତାଙ୍କୁ ବାଧ୍ୟ କରି ଶାରୀରିକ ସମ୍ପର୍କ ରଖିଛନ୍ତି । ତେବେ ଏହି କଥାକୁ ବର୍ତ୍ତମାନ ଦୀପିକା ଶୁଣିବାକୁ ପାଇଛନ୍ତି ଆଉ କହିଛନ୍ତି କି ଦିନେଶ କଣ ଛୋଟ ଛୁଆ ତାଙ୍କୁ ସେ ବାଧ୍ୟ କରି ସମ୍ପର୍କ ରଖାଇ ଦେଲେ । କେବେ ହେଲେ ଗୋଟିଏ ହାତରେ ତାଳି ବାଜେ ନାହିଁ । ଦିନେଶର ବି ଇଚ୍ଛା ଥିଲେ ତେଣୁ ଏ ପିଲାଟି ଜନ୍ମ ହେଲା ।

ତେବେ ଦିନେଶ ଯଦି ଆଉ ଅଲଗା ଝିଅ କୁ ବିବାହ କରିବ ତେବେ ମୁଁ ତା ଦ୍ଵିତୀୟ ସ୍ତ୍ରୀ ହେବି ଏହା ସମ୍ଭବ ହୋଇ ପାରିବ ନାହିଁ । ତେବେ ମୋ ସ୍ୱାମୀ ମୋତେ ଦରକାର ମୋ ପିଲାର ବାପା ମୋତେ ଦରକାର । ଏହି ସବୁ ଘଟଣା ପାଇଁ ଦିନେଶ ର ମାମୁଁ ଶକୁନି ମାମୁଁ ହିଁ ଦାୟୀ । ସେହି ସବୁ କଥା ଦିନେଶ କୁ ଶିଖେଇଛନ୍ତି ଏବଂ ସେ ନିଜେ ଚାରି ପାଞ୍ଚ ଟା ଗାର୍ଲ ଫ୍ରେଣ୍ଡ ରଖିଛି ସେ ନିଜେ ନିଳା କରୁଛି ।

ଆଉ ଦିନେଶ କୁ ବି ଶିଖାଉଛି ଏସବୁ । ତେବେ ଦିନେଶ ନିଜକୁ ଜଣେ ପାଠ ପଢୁଆ ପିଲା ବୋଲି କହୁଥିଲା ଆଉ କହୁଥିଲା କି ସେ ବିଟେକ ପଢି ସାରିଛି କିନ୍ତୁ ତା ପାଖରେ କୌଣସି ଟଙ୍କା ନ ଥିଲା । ଏହା ବ୍ୟତୀତ ସେ କହିଛନ୍ତି ଦିନେଶ ଆଜି ତାଙ୍କ ପୁଅର ଏଭଳି ଅବସ୍ଥା ପାଇଁ ଦାୟୀ । ତାଙ୍କ ପୁଅର ଦେହ ଆଦୌ ଭଲ ରହୁନାହିଁ । ସେ ବାରମ୍ବାର ରୋଗରେ ପଡୁଛି । ତାର ଦେହ ଖରାପ ହୋଇଯାଉଛି ।

ଆଉ ଏଭଳି ପରିସ୍ଥିତିରେ ତାଙ୍କର ଶାଶୁ ଘର ଲୋକଙ୍କ ହୃଦୟ ଆଦୌ ତରଳୁ ନାହିଁ । ସେମାନେ କିପରି ମଣିଷ କେଜାଣି । ପିଲାଟିର ଦେହ ଖରାପ କିନ୍ତୁ ନିଜ ଲୋକ ତାଙ୍କ ପାଖରେ ଛିଡା ହେଉ ନାହାଁନ୍ତି । ବିଶେଷ କରି ତାର ବାପା ଦିନେଶ ନିଜ ପୁଅ ପାଇଁ ଚିନ୍ତା କରୁ ନାହାଁନ୍ତି । ବରଂ ନିଜ ପରିବାର ଲୋକଙ୍କ କଥାରେ ଯାଇ ଦିନେଶ କଦଳୀ ବାଲାର ଝିଅକୁ ବାହା ହେନା ପାଇଁ ବସିଛନ୍ତି । ସେଥିପାଇଁ ଦୀପିକା ଏଇଠି ଆସି ଧାରଣାରେ ବସିଛନ୍ତି । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *