ପ୍ରେମ ନା ପାଗଳାମି ! ସ୍ତ୍ରୀର ଶବକୁ ପାଖରେ ରଖି 3 ଦିନ ବିତାଇଲେ ସ୍ଵାମୀ, ଖାଇବାକୁ ଦେଲେ ପାଉରୁଟି କହିଲେ ସେ ଉଠିଲେ…ପୁରା ଘଟଣା ଜାଣିଲେ ଆପଣ କାବା ହେବେ !

ସାଇକୋ ସ୍ତ୍ରୀ ଆଉ ଶାଳିର ଅତୟଆଚାରରେ ଅତିଷ୍ଠ ହୋଇ ସ୍ତ୍ରୀକୁ ହତୟଆ କରିଲା ବିଜୟ କେତନ । ରାଜଧାନୀର ଡବଲ ମର୍ଡରର ଏହି ଲୋମ ହର୍ଷଣ ଆଉ ଲୋମ ଟାଙ୍କୁରା ଘଟଣା ଆଜି ରବିବାରରେ ସମସ୍ତଙ୍କ ମୁଣ୍ଡ ଘାବରେଇ ଦେଇଛି । ମାହାଙ୍ଗା ମର୍ଡର ପରେ ଏବେ ପୁଣି ଏଭଳି ନାରକ୍ୟ ହତୟଆକାଣ୍ଡ ଚିନ୍ତା ବଢାଉଛି ଯେ ସମାଜରେ ଏବେ ଚାଲିଛି କଣ । ରାଜଧାନୀର ଏହି ଡବଲ ମର୍ଡର ଘଟଣାରେ ଆସୁଛି ଗୋଟେ ପରେ ଗୋଟେ ରୋଚକ ତଥ୍ୟ ।

ଆଉ ସ୍ଵାମୀର ସ୍ତ୍ରୀ ପ୍ରତି ଥିବା ପ୍ରେମର କଥା ବଧ୍ୟକ ହୋଇଛି ହତୟଆକାରୀ ସ୍ଵାମୀ ବିଜୟ କେତନ । ବିଜୟ କହିଛି, ମୁଁ ମୋ ସ୍ତ୍ରୀକୁ ମାରି ସାରିବା ପରେ ବହେ କାନ୍ଦିଲି । ଆଉ ଏହା ପରେ ସ୍ତ୍ରୀ ପାଇଁ ପାଉରୁଟି ଆଉ ପାଣି ବୋତଲ ମଧ୍ୟ ଆଣୁଥିଲା । ଖାଇବା ଜିନିଷ ପାଖରେ ରଖି ମନ ଭରି ଗପୁ ଥିଲା । ଆଖିରୁ ଲୁହ ଝରୁଥିଲା ଆଉ ଚିନ୍ତା କରୁଥିଲା କାହିଁକି କେଉଁ ମୂହୁର୍ତ୍ତରେ ପାପର ପାସବୁର୍ତ୍ତୀ ହୋଇ ଏଭଳି କାଣ୍ଡ କରିଲା ସେ ।

ରାଜଧାନୀ ଡବଲ ମର୍ଡର ଘଟଣାରେ ପୋଲିସ ସୂତ୍ରରୁ ଆଉ ଏହି ତଥ୍ୟଟି ସାମ୍ନାକୁ ଆସିଥିବାର ଜଣା ପଡିଛି । ଏପରି କଣ ଘଟିଗଲା ଯେ, ଜଣେ ସ୍ଵାମୀ ନିଜ ସ୍ତ୍ରୀ ଓ ନିଜ ଶାଳିକୁ ନିର୍ମମ ଭାବେ ହତୟଆ କରିଲା । ହତୟଆ କରିବା ପରେ ତିନି ଧରି ମୃତ ଦେହକୁ ନିଜ ଘରେ ରଖିବା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ତେବେ ସ୍ତ୍ରୀ ଆଉ ଶାଳି ନିର୍ଯାତନା ଦେଉଥିବାରୁ ରାଗର ବସବୁର୍ତ୍ତୀ ହୋଇ ଶେଷ କରିଦେଇଥିଲେ ଦୁହିଙ୍କୁ ବିଜୟ କେତନ ।

କିନ୍ତୁ ଅନ୍ୟ ପକ୍ଷେ ସ୍ତ୍ରୀ ପାଇଁ ଥିଲା ବହୁତ ଭଲ ପାଇବା । ତେଣୁ ରାଗରେ ହତୟଆ କରିଦେବା ପରେ ମନକୁ ଆସିଥିଲା ପଶ୍ଚାତାପର ବିଚାର । ଆଉ ଅନୁମାନ କରାଯାଉଛି କି, ସେଇଥି ପାଇଁ ତିନି ଦିନ ହେବ ଘରେ ସ୍ତ୍ରୀ ଆଉ ଶାଳିର ମୃତ ଦେହକୁ ପକାଇ ରଖିଥିଲା । ହେଲେ ଯେତେବେଳେ ଗନ୍ଧ ବାହାରକୁ ବାହାରିଥିଲା ସେତେବେଳେ ସବୁ ରହସ୍ୟର ପରଦାଫାସ ହୋଇଥିଲା । ପୋଲିସ କହିଛି ସ୍ତ୍ରୀର ମୃତ ଦେହ ପାଖରେ ଖାଇବା ଓ ପାଣି ରଖିଥିଲା ବିଜୟ ।

ସକାଳ ଜଳଖିଆରେ ସ୍ତ୍ରୀକୁ ବ୍ରେଡ ପସନ୍ଦ ଥିବାରୁ ମୃତ ଦେହ ପାଖେ ପାଉରୁଟି ନେଇ ରଖିଥିଲା ବିଜୟ । ହେଲେ ତିନି ଦିନ ପର୍ଯ୍ୟନ୍ତ ଦୁଇ ଝିଅଙ୍କ ସହ ଯୋଗାଯୋଗ ହୋଇ ନଥିବାରୁ ପରିବାର ଲୋକ ସନ୍ଦେହ କରି ବିଜୟକୁ ଫୋନ କରିଥିଲେ ଆଉ ସେତିକି ବେଳକୁ ମୃତ ଦେହକୁ ନଷ୍ଟ କରିବା କଥା ବିଜୟ ମୁଣ୍ଡକୁ ଜୁଟି ଥିଲା ।

ସକାଳେ ସେ ସେହି ଉଦ୍ଦେଶ୍ୟରେ ଘରୁ ଫେରିଥିବା ବେଳେ ତାକୁ କାବୁ କରିଥିଲେ ସ୍ଥାନୀୟ ଲୋକେ । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *