ଧରା ପଡିଲା Silsila ଙ୍କ ମିଛ, ସ୍ଵାମୀଙ୍କ ସହ ନୁହେଁ ରହୁଥିଲେ ଡ୍ରାଇଭର ସହ…

ପ୍ରେମ ପାଇଁ ସ୍ଵାମୀ ପର । ଦେହ ସୁଖ ପାଇଁ ଇଞ୍ଜିନିୟର ସ୍ଵାମୀକୁ ହତ୍ୟା କରିବା ପାଇଁ ସୁପାରି ଦେଇ ଫସିଛନ୍ତି ଇଞ୍ଜିନିୟର ବିନାୟକ ବେହେରାଙ୍କ ସ୍ତ୍ରୀ ସିଲସିଲା ବେହେରା । ଯୌନ ସୁଖ ପାଇଁ ଜଣେ ଉଚ୍ଚ ଶିକ୍ଷିତା ମହିଳା ଯେ କେତେ ତଳକୁ ଖସି ପାରେ ତାହା କରି ଦେଖାଇ ଛନ୍ତି ସୁନ୍ଦରୀ ସିଲସିଲା । ଇଞ୍ଜିନିୟର ସ୍ଵାମୀକୁ ଛାଡି ଡ୍ରାଇଭର ସହ ନଟର ପଟର ହେଉଥିଲେ ସିଲସିଲା । ଏଥିରେ ବାଧା ଦେଇଥିବାରୁ ସ୍ଵାମୀ ବିନୟକଙ୍କୁ ହତ୍ୟା କରିବା ପାଇଁ ସିଲସିଲା ଦେଇଥିଲେ ଏକ ଲକ୍ଷ ଟଙ୍କାର ସୁପାରି ।

ହେଲେ ଏହି ଘଟଣା ଏବେ ସାମ୍ନାକୁ ଆସିବା ପରେ ସିଲସିଲାଙ୍କ ଅପରାଧ କାହାଣୀର ପେଡି ଖୋଲୁଚି । ସେ କେବଳ ଡ୍ରାଇଭର ଅଶୋକ ସାହୁଙ୍କ ସହ ଅନୈତିକ ସମ୍ପର୍କ ରଖିନଥିଲେ ଯୌନ ସୁଖରେ ଯେପରି ବାଧା ନ ଉପୁଜେ ସେଥିପାଇଁ ସେ ନିଜ ବିଳାସପୂର୍ଣ୍ଣ ଆପାର୍ଟମେଣ୍ଟ ଛାଡି ସୁନ୍ଦରପଦାରେ ଡ୍ରାଇଭର ଅଶୋକଙ୍କ ସହ ତାଙ୍କ ଘରେ ରହୁଥିଲେ । ଏନେଇ ସିଲସିଲାଙ୍କ ଆପାର୍ଟମେଣ୍ଟରେ ରହୁଥିବା କିଛି ଲୋକ ପୋଲିସକୁ ସୂଚନା ଦେଇଛନ୍ତି ।

ଆଉ ଏସବୁ କଥାକୁ ସିଲସିଲା ଗଣମାଧ୍ୟମ ଆଗରେ ଖଣ୍ଡନ କରିଛନ୍ତି । ସେ ଅଲୋଟା ସ୍ଵାମୀଙ୍କର ଅଲଗା ମହିଳାଙ୍କ ସହ ଖରାପ ସମ୍ପର୍କ ଥିବାର ଗଣମାଧ୍ୟମ ସାମ୍ନାରେ ଅଭିଯୋଗ କରିଛନ୍ତି । ହେଲେ ସ୍ଵାମୀ ବିନାୟକଙ୍କ ଉପରେ ହୋଇଥିବା ମରଣାତ୍ମକ ଆକ୍ରମଣ ଓ ସ୍ଥାନୀୟ ଲୋକଙ୍କ ସୂଚନା ଏବେ ସିଲସିଲାଙ୍କ ଅପରାଧ ପେଡି ଖୋଲିଛି । ସିଲସିଲା ବେହେରା ଦୀର୍ଘ 19-20 ବର୍ଷ ପୂର୍ବରୁ ବିନାୟକ ବେହେରାଙ୍କ ସହ ରାଉଲକେଲାରେ ବିବାହ କରିଥିଲେ ।

ବିନାୟକ ବେହେରା ଆର୍ମିରେ ଜଣେ ବଡ ଅଫିସର ଥିଲେ । ଉଭୟ ମଞ୍ଚେଶ୍ଵର ଥାନା ପାଖରେ ଏକ ଆପାର୍ଟମେଣ୍ଟରେ ମିଶି ବି ରହୁଥିଲେ । ପୁଅକୁ ନେବା ଆଣିବା କରିବାକୁ ଆଉ ସ୍ତ୍ରୀ ପାଇଁ ଗୋଟେ ବୋଲେରୋ ଗାଡି କିଣି ଥିଲେ । ସେହି ସମୟରେ ଆବଶ୍ୟକ ପଡିଥିଲା ଜଣେ ଡ୍ରାଇଭର ଅଶୋକ ନାମକ ଏକ ବ୍ୟକ୍ତିକୁ ବିନାୟକ ଡ୍ରାଇଭର ରୂପେ ନିଯୁକ୍ତି ଦେଇଥିଲେ । ହେଲେ ଅଶୋକର ଥିଲା ମନ୍ଦ ଉଦ୍ଦେଶ୍ୟ ବିନାୟକ ବାବୁଙ୍କ ସ୍ତ୍ରୀ ଉପରେ । ଆଉ ଏଥିରେ ଭରପୁର ସହଯୋଗ ଦେଇଥିଲେ ସିଲସିଲା ମ୍ୟାଡ଼ମ । ଏହା ପରେ ଅଶୋକ ଆଉ ସିଲସିଲାଙ୍କର ପାପ ସମ୍ପର୍କ ବଢିଲା ।

ଅଶୋକ ଡ୍ରାଇଭର ହିସାବରେ ନୁହେଁ ତାଙ୍କ ଲଭର ହିସାବରେ ରହିବା ଆରମ୍ଭ କରିଲେ । ଏହା ପରେ ନିଜ ସ୍ତ୍ରୀ ଓ ଡ୍ରାଇଭର ମଧ୍ୟରେ ଥିବା ପାପ ସମ୍ପର୍କ ବିଷୟରେ ଜାଣିବାକୁ ପାଇଥିଲେ ବିନୟକ ବାବୁ । ବିନୟକ ଆପତ୍ତି ଯତାଇ ଡ୍ରାଇଭରକୁ ବାହାର କରିଦେବା ପାଇଁ ନିଷ୍ପତ୍ତି ନେଲେ । ଏହା ପରେ ସିଲସିଲା ନିଜ ସ୍ଵାମୀଙ୍କୁ ରାସ୍ତାରୁ ହଟେଇବା ପାଇଁ ନିଷ୍ପତ୍ତି ନେଇଥିଲେ । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *