Exclusive: ରାତି ସାରା ଅନିଦ୍ରା ହେଲେ ଟାଙ୍କିରୁ ମିଳିଲା ଗୋପାଳ ହାତ ଲେଖା ପ୍ରମାଣ 15 ପୃଷ୍ଠା, ଯେଉଁଥିରେ ଲୁଚି ରହିଛି Naba Das ମୃତ୍ୟୁ ରହସ୍ୟ !

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ସ୍ଵାସ୍ଥ ମନ୍ତ୍ରୀ ନବ ଦାସଙ୍କୁ gollee mada କରାଯାଇ htya କରାଯିବା ପ୍ରସଙ୍ଗ ବର୍ତ୍ତମାନ ସମୟରେ ବହୁ ଚର୍ଚାର ପରିସରକୁ ଆସିଯାଇଛି । ତେବେ ASI ପୋଲିସ କର୍ମଚାରୀ ଗୋପାଳ ଦାସ ମନ୍ତ୍ରୀ ନବ ଦାସଙ୍କୁ gollee mada କରିଛି ଖବର ମଧ୍ୟ ସାମ୍ନାକୁ ଆସିଥିଲା । ବର୍ତ୍ତମାନ ଗୋପାଳ ଦାସ ପୋଲିସ ହେପାଜତ ରେ ରହିଛି । ଖବର ଅନୁସାରେ କ୍ର-ଆ- ଇମ- ବ୍ରାଞ୍ଚ ହାତ କିଛି ଠୋସ ପ୍ରମାଣ ଲାଗିଛି ଯାହାକୁ ନେଇ ଏବେ ଜୋର ଷୋର ଚର୍ଚ୍ଚା ଚାଲିଛି ।

ଶୁଣିବାକୁ ମିଳିଛି କି କିଛି କାଗଜ ବିଷୟରେ କ୍ର-ଆ- ଇମ- ବ୍ରାଞ୍ଚ ଜାଣିବାକୁ ପାଇଛି ଯେଉଁଥିରେ ଲୁଚିଛି ପୂର୍ବତନ ସ୍ଵାସ୍ଥ ମନ୍ତ୍ରୀ ନବ ଦାସଙ୍କ ମୃତ୍ୟୁ ପଛର ଗୁମର । ଆଜ୍ଞା ହଁ ବର୍ତ୍ତମାନ ସମୟରେ ଏହି ଖବର ଖୁବ ଭାଇରାଲ ହେବାରେ ଲାଗିଛି। ତେବେ ଟାଙ୍କି ଭିତରୁ ମିଳିଛି ଏପରି କିଛି ତଥ୍ୟ ଲିଖିତ କାଗଜ ଯାହା ଉପରେ ଯାଞ୍ଚ କରି ପୋଲିସ ପାଇପାରିବ ମନ୍ତ୍ରୀ ନବ ଦାସଙ୍କ ମୃତ୍ୟୁ ପଛରେ କଣ ରହିଛି ରହସ୍ୟ।

ତେବେ ମନ୍ତ୍ରୀ ନବ ଦାସଙ୍କୁ golee କରିଥିବା ଅଭିଯୋଗରେ ଗୋପାଳ ଦାସଙ୍କୁ ଅଭିଯୁକ୍ତ ହିସାବରେ କାବୁ କରି କରି ପୋଲିସ ରଖିଛି । ତେବେ ଝାରସୁଗୁଡା ସ୍ଥିତ ଥାନାରେ ଗୋପାଳଙ୍କୁ ରଖାଯାଇ ସେଠାରେ ଗୋପାଳ ଠାରୁ ପଚରା ଉଚରା କ୍ର-ଆ ଇମ ବ୍ରାଞ୍ଚ ଟିମ ଜାରୀ ରଖିଛି । ତେବେ ଗୋପାଳ ପାଖରେ ରହିଥିଲା ଏପରି କିଛି ଠୋସ ପ୍ରମାଣ ଯୁକ୍ତ ତଥ୍ୟ ।

ଯାହାକି ସବୁ କିଛି କଥା ଉପରୁ ପରଦା ଉଠାଇବାରେ ପୋଲିସ ସାହାଜ୍ଯ କରିଥାନ୍ତା । କିନ୍ତୁ ଶୌଚ ହେବା ବାହାନାରେ ତାକୁ ଗୋପାଳ ନଷ୍ଟ କରିଦେଲା । ମିଛ ବାହାନା କରି ପାଇଖାନା ଭିତରକୁ ଗୋପାଳ ଚାଲିଯାଇ ଥିଲା । ଏହା ପରେ ସେ ନିଜ ପକେଟରେ ଥିବା ୧୫ ପୃଷ୍ଠାର କାଗଜକୁ ପାଇଖାନା ପ୍ୟାନରେ ପକାଇ ଫ୍ଲସ କରିଦେଇଥିଲା । ତା’ପରେ ଯେତେବେଳେ ପୋଲିସ ଗୋପାଳର ପକେଟକୁ ନଜର କରିଥିଲା ।

କିଛି ସମୟ ପୂର୍ବରୁ ଉଞ୍ଚା ଦେଖାଯାଉଥିବା ଗୋପାଳର ପକେଟଟି ଦବି ଯାଇଥିଲା । ଏହା ପରେ ପୋଲିସର କଡା ନଜରରୁ ଗୋପାଳ ଦାସ ବଞ୍ଚି ପାରିନଥିଲା । ସଙ୍ଗେ ସଙ୍ଗେ ପୋଲିସ କର୍ମଚାରୀ ଗୋପାଳ ପକେଟରେ କଣ ଥିଲା ବୋଲି ପଚାରିଥିଲେ । ତାପରେ ଗୋପାଳ ପକେଟରେ କିଛି କାଗଜ ଥିଲା ଓ ସେହି କାଗଜକୁ ପାଇଖାନା ଟାଙ୍କିରେ ପକାଇ ଦେଇ ଆସିଲି ବୋଲି କହିଥିଲା ।

ତାପରେ ପୋଲିସ ମନ୍ତ୍ରୀ ନବ ଦାସଙ୍କର ମୃତ୍ୟୁ ପଛର ରହସ୍ୟ ଖୋଜିବା ପାଇଁ ରାତି ସାରା ନିଜର ଅପରେସନ ଜାରୀ ରଖିଥିଲା । ପାଇଖାନା ଟାଙ୍କି ଖୋଲି ସେଥିରୁ ଗୋପାଳ ଫିଙ୍ଗିଥିବା କାଗଜ ପାଇବାକୁ ଚେଷ୍ଟା କରିଥିଲା । ତାପରେ କେତେ ଘଣ୍ଟାର ଅପରେସନ ପରେ ଟାଙ୍କି ଭିତରେ ପଡିଥିବା ୧୫ ପୃଷ୍ଠାର କାଗଜ ପୋଲିସ ହାତକୁ ଆସିଯାଇଥିଲା । ତେବେ ଏହା ହେଉଛି ସେହି ଠୋସ ପ୍ରମାଣ ଯାହା କ୍ର-ଆ- ଇମ- ବ୍ରାଞ୍ଚ ହାତରେ ଲାଗିଛି । ଏବେ ଖୋଲିବ କି ନବ ଦାସ ଙ୍କ ମୃତ୍ୟୁ ର ଗୁମର ?

Leave a Reply

Your email address will not be published. Required fields are marked *