ଜାଣନ୍ତୁ, ରିଲିଜ୍ ହୋଇନଥିବା Mihir Das ଙ୍କ ଏହି ଫିଲ୍ମ ବିଷୟରେ…କଟକର ମୂର୍ତ୍ତିକା ଶିଳ୍ପୀଙ୍କ ଜୀବନକୁ ନେଇ ..

ବନ୍ଧୁଗଣ ଆଜି ମିହିର ଦାସ ଆମ ମାନଙ୍କ ଗହଳରେ ନାହାନ୍ତି । ବନ୍ଧୁଗଣ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିର ବରିଷ୍ଠ ଅଭିନେତା ମିହିର ଦାସଙ୍କ ପରଲୋକ ହେବା ପରେ ବର୍ତ୍ତମାନ ସାରା ଓଡିଶାରେ ଶୋକର ଛାୟା ଖେଳି ଯାଇଛି । ତେବେ ଗତ ପହଡଦିନ କଟକ ସତୀ ଚଉରାରେ ତାଙ୍କର ଶେଷକୃତ୍ୟ ପୂରଣ ହୋଇଛି । ତେବେ ବନ୍ଧୁଗଣ ମିହିର ଯିବା ପରେ ଓଡିଆ ଇଣ୍ଡଷ୍ଟ୍ରିର ସମସ୍ତ କଳାକାର ମାନଙ୍କ ମନରେ ଦୁଃଖ ଭରିଯାଇଛି । ଗତ ୧୧ ତାରିଖ ସନ୍ଧ୍ୟା ସମୟରେ ମିହିର ଆମ ସମସ୍ତଙ୍କୁ ଛାଡି ଚାଲିଯାଇଥିଲେ ।

ନିଜ ଅଭିନୟର ପଦର୍ଶନରେ ସାରା ଓଡିଶା ବାସୀ ତାଙ୍କୁ ନିଜ ପରିବାର ସଦସ୍ୟ ବୋଲି ମାନି ଦେଇଥିଲେ । ନାୟକ ଚରିତ୍ରରୁ ଆରମ୍ଭ କରି ଖଳନାୟକ ପର୍ଯ୍ୟନ୍ତ ସବୁ ଚରିତ୍ରରେ ସେ କରିପାରୁଥିଲେ । ଓଡିଆ ସିନେମା ଇଣ୍ଡଷ୍ଟ୍ରିରେ ସେ ଜଣେ ଥିଲେ ମାଇଲ ଖୁଣ୍ଟ । ସେ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅନେକ ସୁପର ହିଟ ଫିଲ୍ମ କରି ସୁନାମ ଅର୍ଜନ କରିଥିଲେ ଓ ତାଙ୍କ ଲୋକପ୍ରିୟତା ମଧ୍ୟ ବେସ ଅଧିକ ରହିଛି ।

ବନ୍ଧୁଗଣ ମିହିର ଦାସଙ୍କର ଅନେକ ଫିଲ୍ମ ଆପଣ ମାନେ ଦେଖିଥିବେ ହେଲେ ଆଜି ଆମେ ଆପଣ ମାନଙ୍କୁ ଏକ ଏପରି ଫିଲ୍ମ ବିଷୟରେ କହିବାକୁ ଯାଉଛୁ ଯାହା କେବେ ରିଲିଜ ହୋଇ ନାହିଁ । ପଦ୍ମଶ୍ରୀ ଜୟନ୍ତ ମହାପାତ୍ରଙ୍କ ରଚିତ ‘ମାଟିର ବନ୍ଧନ’ରେ ମୁଖ୍ୟ ଭୂମିକାରେ କାମ କରିଥିଲେ ମିହିର ଦାସ । କଟକ ସହରର ପରିବେଶକୁ ସଠିକ ଭାବରେ ଏହି ସିନେମାରେ ପଦର୍ଶିତ କରାଯାଇଥିଲା ।

କଟକର ମୂର୍ତ୍ତିକା ଶିଳ୍ପୀଙ୍କ ଜୀବନୀକୁ ନେଇ ଏହି ସିନେମାଟି ଖୁବ ସୁନ୍ଦର ଭାବରେ ତିଆରି କରାଯାଇଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ମୁକ୍ତିଲାଭ କରାଯାଇ ନାହିଁ । ଏହି ସିନେମାଟିକୁ ଲୋକ ଲୋଚନକୁ ଆଣିବା ପାଇଁ ମିହିର ଦାସ ଏହି ଚଳଚିତ୍ରରେ ଅଭିନୟ କରିଥିବା ସମସ୍ତ କଳାକାର ମାନଙ୍କ ଦସ୍ତଖତ ନେଇ ସରକାରଙ୍କ ପାଖରେ ଅନୁରୋଧ କରିଥିଲେ । ଏହା ସହ ନିଜ ପ୍ରଚେଷ୍ଟାରେ ଏହାକୁ ମୁକ୍ତିଲାଭ କରିବା ପାଇଁ କୋର୍ଟରେ ମକଦମା ମଧ୍ୟ କରିଥିଲେ ।

ଜୀବନର ଶେଷ ପର୍ଯ୍ୟନ୍ତ ଲୋକ ଲୋଚନକୁ ଏହି ସିନେମାଟି ଆଣିବାକୁ ଯେତେ ଚେଷ୍ଟା କରିଥିଲେ ମଧ୍ୟ ମିହିର ଦାସ ସଫଳ ହୋଇପାରି ନଥିଲେ । ମିହିର ନିଜେ କହିଥିଲେ ତାଙ୍କ ଜୀବନର ସର୍ବ ଶ୍ରେଷ୍ଠ ଫିଲ୍ମ ହେଉଛି ମାଟିର ବନ୍ଧନ । ବନ୍ଧୁଗଣ ମିହିର ଦାସଙ୍କ ଏହି ଇଛାଟି ପୂରଣ ହେଲା ନାହିଁ । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ଓଡିଆ ଅଭିନେତା ମିହିର ଦାସ କେମିତି ଲାଗନ୍ତି ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *