Jollywood ର ଲୋକପ୍ରିୟ ଅଭିନେତ୍ରୀ Mama Panigrahi କହିଲେ ନିଜ ଜୀବନର କିଛି ଅକୁହା କଥା, ଦେଖନ୍ତୁ Video

ବନ୍ଧୁଗଣ ଆପଣ ମାନେ ସମସ୍ତେ ଯାତ୍ରା ଜଗତର ଲୋକପ୍ରିୟ ଅଭିନେତ୍ରୀ ମାମା ପାଣିଗ୍ରାହୀଙ୍କୁ ବେସ ଭଲ ଭାବରେ ଜାଣିଥିବେ । ମାମା ନିଜ ସୁନ୍ଦର ଅଭିନୟ ପଦର୍ଶନ କରି ଯାତ୍ରା ଜଗତରେ ସୁନାମ ଅର୍ଜନ କରିଛନ୍ତି ଓ ତାଙ୍କ ଲୋକପ୍ରିୟତା ମଧ୍ୟ ବହୁତ ଅଧିକ ରହିଛି । ହେଲେ ବନ୍ଧୁଗଣ ଆପଣ ମାନେ କଣ ମାମା ପାଣିଗ୍ରାହୀଙ୍କ ଜୀବନୀ ଓ ଅଭିନୟ କାରିୟର ବିଷୟରେ ଜାଣି ଛନ୍ତି । ଆଜି ଆମେ ଆପଣ ମାନଙ୍କୁ ମାମା ପାଣିଗ୍ରାହୀଙ୍କ ଜୀବନୀ ବିଷୟରେ କହିବାକୁ ଯାଉଛୁ ଯାହା ବିଷୟରେ ବହୁତ କମ ଲୋକ ଜାଣି ଛନ୍ତି ।

ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ମାମାଙ୍କ ବିଷୟରେ । ରକ୍ଷଣଶୀଳ ବ୍ରାହ୍ମଣ ଘରର ବଡ ଝିଅ ହେଉଛନ୍ତି ମାମା । ଅଭାବ ମାମାଙ୍କୁ ଦେଖାଇ ଥିଲା ଆଗକୁ ବଢିବାର ରାସ୍ତା । ଧୁଳି ଖେଳିବା ବୟସରେ ପରିବାରକୁ ପର କରି ଘରୁ ଗୋଡ କାଢିବାକୁ ବାଧ୍ୟ କରିଥିଲା ପରିସ୍ଥିତି । ଘରୁ ଅନୁମତି ମିଳିବା କଷ୍ଟକର ଥିଲା ତେଣୁ ସେ ଘରୁ ଲୁଚି ଚାଲି ଆସିଥିଲେ ଗାଁରେ ପଡିଥିବା ଯାତ୍ରା ପାର୍ଟି ଗାଡିରେ ।

ଆସିବା ବେଳେ ନିଜ ସହ ଆଣିଥିଲେ ପିନ୍ଧି ଥିବା ଗୋଟେ ଡ୍ରେସ । ବନ୍ଧୁଗଣ ସେବେ ଠାରୁ ୨୨ ବର୍ଷ ହୋଇ ଗଲାଣି ଓ ପ୍ରଭାସିନୀ ଊରଫ ମାମା ହୋଇଯାଇଛନ୍ତି ଯାତ୍ରା ଜଗତର ଲୋକପ୍ରିୟ ଅଭିନେତ୍ରୀ । ଭଦ୍ରକ ବାସୁଦେବ ପୁର ବ୍ଲକ ବ୍ରହ୍ମ ଗାଁ ବୈକୁଣ୍ଠ ପୁରର ମୁକ୍ତିକାନ୍ତ ପାଣିଗ୍ରାହୀଙ୍କ ଝିଅ ହେଉଛନ୍ତି ମାମା । ଘର ଆର୍ଥିକ ଅବସ୍ଥା ତାଙ୍କୁ ଟାଣି ନେଇଥିଲା ରୋଜଗାର ଆଡକୁ ।

ଗାଁ ପଡିଥିବା ଯାତ୍ରା ପାର୍ଟିକୁ ଲୁଚି ଚାଲି ଯାଇଥିଲେ ମାମା । ମାମା ମାତ୍ର ୯ ବର୍ଷ ବୟସରେ ଯାତ୍ରା ଜଗତରେ ପାଦ ଦେଇଥିଲେ । ପ୍ରଥମେ ଶିଶୁ କଳାକାର ଓ ପରେ ଡ୍ୟାନ୍ସ କରିଥିଲେ ମାମା । ବନ୍ଧୁଗଣ ମାମା ନିଜ ଜୀବନରେ ବହୁତ କଷ୍ଟ ଓ ସଂଘର୍ଷ କରି ଯାତ୍ରା ଜଗତରେ ସଫଳତା ପାଇଛନ୍ତି । ଘରୁ ଚାଲି ଆସିବା ପରେ ପରିବାର ଲୋକଙ୍କୁ ଫୋନ କରି ଜଣାଇଥିଲେ ମାମା । ପରିବାର ଲୋକ ମାମାଙ୍କ କଥା ଶୁଣି ବହୁତ ଅଧିକ ଖୁସି ହୋଇଥିଲେ ।

ମାମାଙ୍କ ମାଉସୀ ମଧ୍ୟ ଡ୍ରାମା କରନ୍ତି ତେଣୁ ସେ ସବୁଠାରୁ ଅଧିକ ଖୁସି ହୋଇଥିଲେ । ଯାତ୍ରା ଜଗତରେ ମୁଖ୍ୟ ଅଭିନେତ୍ରୀ ଭୂମିକାରେ ଅନେକ ଥର କାମ ମାମା ସଫଳତା ପାଇଛନ୍ତି । କେତେବେଳେ ହିରୋଇନ ଓ ତ କେତେବେଳେ ଖଳନାୟକର ଭୂମିକାରେ ନଜର ଆସିଛନ୍ତି ମାମା । ବନ୍ଧୁଗଣ ବର୍ତ୍ତମାନ ମାମା ଯାତ୍ରା ଜଗତରେ ସୁନାମ ଅର୍ଜନ କରିବାକୁ ଚାହୁଁ ଛନ୍ତି ଓ ତାଙ୍କ ଲୋକପ୍ରିୟତା ମଧ୍ୟ ବହୁତ ଅଧିକ ରହିଛି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ଯାତ୍ରା ଅଭିନେତ୍ରୀ ମାମା ପାଣିଗ୍ରାହୀ କେମିତି ଲାଗନ୍ତି ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *