ମିଛି ମିଛିକା ବିଷ, ନେଇ ଗଲା ଜୀବନ..ଆଶାରେ ରହିଲା ସିନ୍ଦୁର ଆଶା…ଦେଖନ୍ତୁ Video

ବନ୍ଧୁଗଣ, ସୂଚନା ଅନୁଯାୟୀ ଏଭଳି ଏକ ଚାଞ୍ଚଲ୍ୟକର ଘଟଣା ଦେଖିବାକୁ ମିଳିଛି ଯାହାକୁ ଚିନ୍ତା କରିଲା ବେଳକୁ ଲୋମ ଟାଙ୍କୁରି ଉଠୁଛି । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ବାଲେଶ୍ଵର ଜିଲ୍ଲା ଔପଦା ଥାନା ଅଧୀନ ଫତେପୁର ଗ୍ରାମରେ । ଏହି ଗ୍ରାମର ପ୍ରହଲ୍ଲାଦ ସିଂହଙ୍କ ଝିଅ ପ୍ରିୟଙ୍କା ପ୍ରିୟଦର୍ଶନୀ ସେହି ଗ୍ରାମର ଭଗବାନ ଲେଙ୍କାଙ୍କର ୨୮ ବର୍ଷୀୟ ପୁଅ ଆକାଶ ଲେଙ୍କା ଙ୍କୁ ଦୀର୍ଘ ୨ ବର୍ଷ ହେବ ଭଲ ପାଉଥିଲେ ।

ଉଭୟ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଥିଲା, ଆଉ ସେହି ପ୍ରେମ କୁ ବାସ୍ତବତାର ରୂପ ଦେବା ପାଇଁ ଏଭଳି ଏକ ଅଘଟଣ ଘଟିଥିବା ଝିଅ କୁଆଡେ ପରିବାର ଲୋକଙ୍କୁ କହିଥିଲା । ଏବଂ ଝିଅର ମୃ-ତ୍ୟୁ ପରେ ପରିବାର ଲୋକେ ଆକାଶ ନାମରେ ଔପଦା ଥାନାରେ ଆକାଶ ନାମରେ ଅଭିଯୋଗ କରିଛନ୍ତି । ତେବେ ପ୍ରିୟଙ୍କା ପାଖକୁ ବିଷ ଗଲା କିଭଳି ?

ସତରେ କଣ ଆକାଶ ପ୍ରିୟଙ୍କାଙ୍କୁ ବିଷ ଦେଇଥିଲା ନା ଏହି ଘଟଣା ପଛରେ ଆଉ କିଛି ସତ ଲୁଚି ରହିଅଛି ? ଝିଅଙ୍କ ମା’ କାନ୍ଦି କାନ୍ଦି କହିଛନ୍ତି ଯେ ଅପରାଧୀ କୁ ଫାଶୀ ଦିଆଯାଉ । ଆମ୍ଭର ୧୬ ବର୍ଷର ଛୁଆ । ଏ ବିଷୟରେ କିଛି ଜାଣିନଥିଲା ଏମିତି ମିଛକଥା କହି ବିଷ ପିଇବାକୁ କହିଲା ଆକାଶ ।

ଆକାଶ କହିଥିଲା ପ୍ରିୟଙ୍କା ଙ୍କର ମଥାରେ ଓଢଣୀ ଏବଂ ସିନ୍ଦୁର ଦେବ ତଥା ହାତରେ ଶଙ୍ଖା ଏବଂ ଚୁଡି ଦେଇ ତା ଘରକୁ ବୋଧୂ କରି ନେଇଯିବ । ମାତ୍ର ଏହିସବୁରେ ବାଧକ ସାଜୁଥିଲା ପାରିବାରିକ କଳହ । ସେ ପୁଅକୁ ଗ୍ରହଣ କରୁନଥିଲେ ଅଥବା ସେ ପୁଅ ଘର ଲୋକେ ଝିଅକୁ ମଧ୍ୟ ଗ୍ରହଣ କରୁନଥିଲେ ।

ଉଭୟ ଚେଷ୍ଟା କରୁଥିଲେ କିଭଳି ଉଭୟ ଉଭୟ ଙ୍କ ପରିବାରକୁ ବୁଝାଇବେ । ଆଉ ସେ ତାଙ୍କ ଘରକୁ ବୋହୁ ହୋଇ ଯିବେ ଏବଂ ସେଥିପାଇଁ ଏକ ମିଛି ମିଛିକା ବିଷ ବୋତଲ ଆଣି ପୁଅ ଜଣଙ୍କ ଝିଅ ହାତରେ ଧରାଇ ଦେଲେ । ଆଉ କହିଲେ ଯେ ଏହା ହେଉଛି ଡୁପ୍ଳିକେଟ ବିଷ ତଥା ଏହାକୁ ପିଇଲେ ଜୀବନ ଜୀବ ନାହିଁ ।

ଘର ଲୋକଙ୍କ ଆଗରେ ପିଇ ନାଟକ କରିଲେ ଘରଲୋକେ ନିଶ୍ଚିତ ଭାବରେ ରାଜି ହୋଇଯିବେ । ଏବଂ ଏହାପରେ ବେଦୀ ଉପରେ ହୋମ ନିଆଁକୁ ସାକ୍ଷୀ ରଖି ଉଭୟ ସାଥି ହୋଇଯିବେ । ମାତ୍ର ମିଛି ମିଛିକା ଖେଳ ହେଲା କାଳ ଚାହୁଁ ଚାହୁଁ ଚାଲିଗଲା ଜୀବନ । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *