ବିଳମ୍ବରେ ଆସୁଛନ୍ତି ଦିଦି, ଗଛ ମୂଳେ ଅପେକ୍ଷା କରିଛନ୍ତି ଛାତ୍ରଛାତ୍ରୀ, କ୍ୟାମେରା ସାମ୍ନାରେ ଆସିବା ପରେ ଦେଲେ ଏମିତି ଉତ୍ତର….ଦେଖନ୍ତୁ Video

ବନ୍ଧୁଗଣ, ସୂଚନା ଅନୁଯାୟୀ ଏଭଳି ଏକ ଖବର ମି-ଡି-ଆ ସାମ୍ନାକୁ ଆସିଛି ଯାହାକୁ ଆପଣ ଜାଣିଲେ ମୁଣ୍ଡରେ ହାତରେ ଦେଇ ବସିବେ । ଆମ୍ଭ ଓଡିଶା ରେ ଶିକ୍ଷା କୁ ନେଇ ସରକାର ଭିନ୍ନ ଭିନ୍ନ ନିୟମ ବନାଇବା ସହିତ ସମସ୍ତ ସ୍କୁଲ ମାନଙ୍କରେ ସଠିକ ସମୟରେ ବିଦ୍ୟାଳୟରେ ପାଠ ପଢାଇବା ସହିତ ଉପସ୍ଥିତ ରହିବାକୁ କଡାକଡି ନିୟମ କିଛି କରିଥିଲେ । ମାତ୍ର ଆଜିର ଏହି ଦୃଶ୍ୟରେ ସରକାର ଙ୍କର ସମସ୍ତ ନିୟମକୁ ଗୁରୁ ଅର୍ଥାତ ଶିକ୍ଷକ ଶିକ୍ଷୟତ୍ରୀ ମାନେ ଭାଙ୍ଗି ନିଜ ମନ ଇଛାରେ ବିଦ୍ୟାଳୟ ଚଳାଇଛନ୍ତି ।

ତେବେ ଆସନ୍ତୁ ଜାଣିନେବା ସଂପୂର୍ଣ୍ଣ ବିବରଣୀ । ଏହି ଦୃଶ୍ୟ ହେଉଛି ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ପୁରୁଣା ପଞ୍ଚାୟତ ପଦାସାହି ପ୍ରାଥମିକ ବିଦ୍ୟାଳୟର । ଏଠାରେ ପିଲାମାନେ ପାଠ ପଢିବା ପରିବର୍ତ୍ତେ ଗଛ ମୂଳରେ ବସି ନିଜର ସମୟ ବିତାଉଛନ୍ତି । ସେମାନେ କରିବେ କଣ ? ସମୟ ଦିନ ୧୦ ଟା ୧୦ ହେବ । ସ୍କୁଲ ସମ୍ମୁଖରେ ଅପେକ୍ଷା କରିଛନ୍ତି ପିଲା ମାତ୍ର ମାଷ୍ଟରଙ୍କର ଦେଖା ଦର୍ଶନ ନାହିଁ । ଏଣୁ କେତେବେଳେ ସାର ଆସିବେ ସେହି ସମୟକୁ ଅପେକ୍ଷା କରି ବସିଛନ୍ତି ପିଲା ।

ସ୍ଥାନୀୟ ବାସିନ୍ଦା ମଧ୍ୟ କହିଛନ୍ତି ଯେ ଏହି ବିଦ୍ୟାଳୟକୁ କେତେବେଳେ ସାର ଆସନ୍ତି ଡେରିରେ ଟା ଆଉ କେତେବେଳେ ଦିଦି ଆସନ୍ତି ଡେରିରେ । ମାତ୍ର ପିଲା ବସି ବସି ଘରକୁ ଜାଆନ୍ତି । ପିଲା ସାର ଙ୍କୁ ଅପେକ୍ଷା କରିଛନ୍ତି ମାତ୍ର ସାର ଙ୍କର ଦେଖା ନାହିଁ ତେଣୁ ପାଠ ନ ପଢୀ ଏଭଳି ଅନାଇ ବସିଛନ୍ତି ପିଲା ।

ନିୟମ ଅନୁସାରେ ଅଙ୍ଗନବାଡି କେନ୍ଦ୍ର ସକାଳ ୯ ଟା ରେ ଖୋଲିବା କଥା ମାତ୍ର ତାହା ମଧ୍ୟ ହେଉନାହିଁ । ଏହି ବାବଦରେ କୁନି କୁନି ପିଲା କହିଛନ୍ତି ଯେ ସାର ୧୦ ରେ ଆସନ୍ତି । ମାତ୍ର ୧୦ ଟା ୧୦ ହେଲାଣି ଯଦି ନ ଆସିବେ ତେବେ ଆମ୍ଭେ ଘରକୁ ପଳାଇବା । ମାତ୍ର ପ୍ରତିଦିନ ଏଭଳି ହୁଏ ନାହିଁ ଦିନେ ଦିନେ ଏହିଭଳି କରନ୍ତି ସାର ତଥା ଦିଦି ମାନେ । ସ୍ଥାନୀୟ ଲୋକଙ୍କ ଅଭିଯୋଗ କ୍ରମେ ଏହି ଦୃଶ୍ୟ କେବଳ ଆଜିର ନୁହେଁ ବରଂ ପ୍ରତିଦିନ ଏହି ସ୍କୁଲ କୁ ଶିକ୍ଷକ ତଥା ଶିକ୍ଷୟତ୍ରୀ ମାନେ ଡେରିରେ ଆସନ୍ତି ।

ଆଉ ଏହା ଫଳରେ ପିଲାଙ୍କ ପାଠ ପଢାରେ ଅନେକ କ୍ଷତି ହେଉଛି । ଏହି ବିଦ୍ୟାଳୟରେ ୫ ଟି ଶ୍ରେଣୀ ନିମନ୍ତେ ଜଣେ ପ୍ରଧାନ ଶିକ୍ଷୟତ୍ରୀ ଏବଂ ଜଣେ ସହକାରୀ ଶିକ୍ଷକ ନିଯୁକ୍ତି ପାଇଛନ୍ତି କିନ୍ତୁ ଜଣେ ମଧ୍ୟ ସଠିକ ସମୟରେ ସ୍କୁଲ ଆସନ୍ତି ନାହିଁ । ତେବେ ଏହି ଘଟଣାକୁ ନେଇ ସରକାର ବର୍ତ୍ତମାନ କିଭଳି ପଦକ୍ଷପ ଗ୍ରହଣ କରିବେ ତାହା ଆଲୋଚନାର ବିଷୟ । ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *