ଦେଖନ୍ତୁ କଣ କହିଲେ ଭୋଡାଫୋନ ଭଏସ Priyanka… ‘ଘରେ ମୋ ମା ମୋତେ ପାଗଳ ଡାକନ୍ତି… ହେଲେ ମୁଁ କୁହେ ସବୁ ଆର୍ଟିଷ୍ଟ ଟିକେ ନା ଟିକେ ପାଗଳ ହେବା….’

ବନ୍ଧୁଗଣ, ଭୟସ ଆର୍ଟିଷ୍ଟ ପ୍ରିୟାଙ୍କା ନିଜ ପରିବାର ସମ୍ବନ୍ଧରେ କିଛି ବିଶେଷ କଥା କହିଛନ୍ତି । ସେ କିଭଳି ପିଲାଟି ଦିନରୁ ଅଭିନୟ କୁ ଭଲ ପାଇ ସେଥିରେ ନିଜ ଶତ ପ୍ରତିଶତ ଦେଉଥିଲେ ଏବଂ ଏହାକୁ ଦେଖି ତାଙ୍କ ଘର ଲୋକ କହୁଥିଲେ ଯେ ଅଧିକ ସ୍ମାର୍ଟ ବୋଲି । ପ୍ରିୟଙ୍କା କହିଲେ ଘରେ କନଭେସ କରିବା ନିମନ୍ତେ ସଂପୂର୍ଣ୍ଣ ୩ ବର୍ଷ ଲାଗିଗଲା । ଯେତେବେଳେ ତାଙ୍କର ଦଶମ ପରୀକ୍ଷା ସାରିଲା ସେତେବେଳେ ସେ ଏକ ରିଜନାଲ ଚ୍ୟାଲେନ ନିମନ୍ତେ ତଥା ଗୋଟିଏ ଆଙ୍କର ନିମନ୍ତେ ସେ ଯାଇଥିଲେ ଅଡିସନ ଦେବା ନିମନ୍ତେ,

ଏହା ପରେ ସେ ସିଲେକ୍ଟ ହୋଇଯାଇଥିଲେ । ମାତ୍ର ପ୍ରିୟାଙ୍କା ଙ୍କ ବାପା ମା’ କହିଥିଲେ ତାଙ୍କୁ ଯେ ସେ ଯଦି ଯିବେ ତେବେ ତାଙ୍କ ଘରର ଇଜ୍ଜତ ମହତ ଚାଲିଯିବ । ଏହା ସହିତ କହିଥିଲେ ଯେ ଆମ୍ଭେ ମିଡିଲକ୍ଳାସ ଫ୍ୟାମିଲିର ଲୋକେ ଆମ୍ଭ ପାଖରେ ପଇସା ଥାଉ କି ନଥାଉ ଆମ୍ଭ ପାଖରେ ଇଜ୍ଜତ ମହତ ଟିକିଏ ଅଛି । ମାତ୍ର ସେତେବେଳେ ପ୍ରିୟାଙ୍କା ତାଙ୍କୁ ବୁଝାଇ ପାରୁ ନଥିଲେ । କିନ୍ତୁ ପରବର୍ତ୍ତୀ ସମୟରେ ସେ ଯେତେବେଳେ ଟିଭିରେ ନିଜ ଝିଅ କୁ ଅଭିନୟ ତଥା ଆଙ୍କରିଙ୍ଗ କରୁଥିବାର ଦେଖିଲେ ସେ ବହୁତ ଖୁସି ହୋଇଗଲେ ।

ଏବଂ ତାଙ୍କୁ ସମସ୍ତେ କହିଲେ ଯେ ଆପଣଙ୍କ ଝିଅ ତ ଭଲ ଅଭିନୟ କରୁଛି ଏବଂ ତାର ଫ୍ୟାନ ବହୁତ ଅଛନ୍ତି । ଏହିସବୁ କଥା ପ୍ରିୟାଙ୍କାଙ୍କ ବାପା ଷପୋର୍ଟ କରିବାକୁ ଲାଗିଲେ । ତେବେ ବର୍ତ୍ତମାନ ସମସ୍ତେ ସଠିକ ବୁଝିଗଲେ ଏବଂ ପ୍ରିୟଙ୍କାଙ୍କୁ ଷପୋର୍ଟ କରିଲେ । ବେଳେ ବେଳେ ସେ ଏଭଳି ଅଭିନୟ କରନ୍ତି ଯାହାକୁ ଦେଖି ପ୍ରିୟଙ୍କାଙ୍କର ମା’ ତାଙ୍କୁ ପାଗଳ ଭଳି ହଉଛି ବୋଲି କୁହନ୍ତି ।

ତେବେ ଏହାକୁ ନେଇ ପ୍ରିୟଙ୍କା କହିଛନ୍ତି ଆକ୍ଟର ମାନେ ଟିକିଏ ପାଗଳାମି ରହିବା ଆବଶ୍ୟକ । ପ୍ରିୟଙ୍କା ଭଲ ଅଭିନୟ, ଆଙ୍କର, ମିମିକରି, କରିବା ସହିତ ଭଲ ଗୀତ ମଧ୍ୟ ଗାଇଥିବାର ସୂଚନା ମିଳିଛି । ସିରିୟଲରୁ ଅଧିକ ପଇସା ମିଳିଥାଏ ବୋଲି କହିଛନ୍ତି ପ୍ରିୟଙ୍କା ।

ତାଙ୍କ ସକାଳ ଆରମ୍ଭ ହୋଇଥାଏ ଶିବମହାସ୍ରୋତ ଠାରୁ । କୋ ଆର୍ଟିଷ୍ଟ ଙ୍କ ସହିତ ଯେଉଁମାନେ ଦେଖା ହୁଅନ୍ତି ସେମାନେ କୁହନ୍ତି ପ୍ରିୟଙ୍କା ଙ୍କୁ ଯେ ସକାଳୁ ରାତି ପର୍ଯ୍ୟନ୍ତ ଗୋଟିଏ ଏନର୍ଜି ରେ ରହିଥାନ୍ତି । ତେବେ ତାଙ୍କ ଜୀବନଶୈଳୀ ବହୁତ ସାଧାରଣ ବୋଲି ସେ କହିଛନ୍ତି । ବନ୍ଧୁଗଣ ଆପଣ ମାନଙ୍କୁ ଏହି ବିଶେଷ ବିବରଣୀ କିଭଳି ଲାଗିଲା ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *