ବୁଧ ବଦଳାଇଲେ ନିଜ ଚାଲ, କେମିତି ରହିବ ୧୨ଟି ରାଶି ଉପରେ ଏହାର ପ୍ରଭାବ ଆସନ୍ତୁ ଜାଣିବା

ସମୟ ଅନୁସାରେ ବ୍ରହ୍ମାଂଡରେ ଗ୍ରହମାନଙ୍କ ସ୍ଥିତିରେ ପରିବର୍ତ୍ତନ ଆସିଥାଏ । ଯେଉଁ କାରଣରୁ ସମସ୍ତ ୧୨ଟି ରାଶି ଉପରେ ଏହାର କିଛି ନା କିଛି ପ୍ରଭାବ ଅବଶ୍ୟ ପଡିଥାଏ । ଜ୍ୟୋତିଷ ଶାସ୍ତ୍ର ଅନୁସାରେ ବୁଧ ଗ୍ରହ ୧୦ ମାର୍ଚ ୨୦୨୦ରେ କୁମ୍ଭ ରାଶିରେ ମାର୍ଗୀ ହୋଇ ଛନ୍ତି । ଯେଉଁ କାରଣରୁ ସମସ୍ତ ୧୨ଟି ରାଶି ଉପରେ ଏହାର କିଛି ନା କିଛି ପ୍ରଭାବ ଅବଶ୍ୟ ପଡିବ । ଶେଷରେ ବୁଧ ଗ୍ରହର ମାର୍ଗୀ ହେବା ଆପଣଙ୍କ ଜୀବନରେ କେମିତି ପ୍ରଭାବ ରହିବ ।

କେଉଁ ରାଶିର ଲୋକ ମାନଙ୍କୁ ଏହି କାରଣରୁ ଶୁଭ ପରିଣାମ ମିଳିବ ଓ କାହାକୁ ସମସ୍ୟା ମଧ୍ୟ ଦେଇ ଗତି କରିବାକୁ ପଡିପାରେ, ଆଜି ଆମେ ଆପଣଙ୍କୁ ଏହାର ସୂଚନା ଦେବାକୁ ଯାଉଛୁ ।

ଆସନ୍ତୁ ଜାଣିବା ବୁଧ ଗ୍ରହର ମାର୍ଗୀ ହେବା କେଉଁ ରାଶିମାନଙ୍କ ଉପରେ ରହିବ ଶୁଭ ପ୍ରଭାବ

ମେଷ ରାଶି

ମେଷ ରାଶିର ଲୋକମାନଙ୍କ ପାଇଁ ବୁଧର ମାର୍ଗୀ ହେବା ବହୁତ ଶୁଭ ଅଟେ । ଏହି ରାଶିର ଲୋକମାନଙ୍କୁ ଧନ ପ୍ରାପ୍ତି ହେବାର ଅଛି । ଘରର ପରିବାରର ଅବସ୍ଥା ସୁଖ ଶାନ୍ତି ପୂର୍ବକ ରହିବ । ଆପଣ କୌଣସି ମଙ୍ଗଳମୟ କାର୍ଯ୍ୟକ୍ରମରେ ଭାଗ ନେଇ ପାରନ୍ତି । ବ୍ୟାପାର ଓ କ୍ୟାରିୟରରେ ଆପଣଙ୍କୁ ଭଲ ଫଳାଫଳ ମିଳିବ ।

ମିଥୁନ ରାଶି

ମିଥୁନ ରାଶିର ଲୋକମାନଙ୍କ ପାଇଁ ବୁଧର ମାର୍ଗୀ ହେବା ଭଲ ପ୍ରମାଣିତ ହେବ । ଏହି ରାଶିର ଲୋକମାନଙ୍କୁ ଅତି ଉତ୍ତମ ଫଳ ପ୍ରାପ୍ତି ହେବ । ଆପଣଙ୍କ ଭାଗ୍ୟ ପ୍ରବଳ ରହିବ । ଆପଣଙ୍କ ସମସ୍ତ ଯୋଜନା ବି ପୁରା ହେବ । ମାନସିକ ଚିନ୍ତା କମ ହେବ । ସ୍ୱାସ୍ଥ୍ୟ ସମ୍ବନ୍ଧିତ ସମସ୍ୟାରୁ ବି ମୁକ୍ତି ମିଳିବ । ମାତା ପିତାଙ୍କ ପୁରା ସହଯୋଗ ମିଳିବ ।

କର୍କଟ ରାଶି

କର୍କଟ ରାଶିର ଲୋକମାନଙ୍କ ପାଇଁ ବୁଧ ଗ୍ରହର ମାର୍ଗୀ ଚାରିଆଡୁ ଲାଭ ହିଁ ଲାଭ ଦେବ । ଆପଣଙ୍କୁ ସ୍ୱାସ୍ଥ୍ୟ ଲାଭ ମିଳିବ । ପ୍ରଭାବଶାଳି ଲୋକମାନଙ୍କ ସହିତ ସମ୍ପର୍କ ରହିପାରେ । କାର୍ଯ୍ୟକ୍ଷେତ୍ରରେ ବାତାବରଣ ଆପଣଙ୍କ ପକ୍ଷରେ ରହିବ । କ୍ୟାରିୟର ସମ୍ପତ୍ତି ଓ ଧନ ଲାଭ ମିଳିବାର ଯୋଗ ଅଛି ।

ସିଂହ ରାଶି

ସିଂହ ରାଶିର ଲୋକମାନଙ୍କ ପାଇଁ ବୁଧର ମାର୍ଗୀ ହେବା ପାରିବାରିକ ସୁଖ ପ୍ରାପ୍ତି ଦେବ । ଘର ପରିବାରରେ ଚାଲୁଥିବା ସମସ୍ୟା ଦୂର ହେବ । ଆପଣ ନିଜର ଊର୍ଜାକୁ ଅନୁଭବ କରିବେ । ଆପଣଙ୍କ ଆତ୍ମବିଶ୍ଵାସରେ ଉନ୍ନତି ହେବ । ପ୍ରଭାବଶାଳି ଲୋକମାନଙ୍କ ଉପଦେଶ ଆପଣଙ୍କ ପାଇଁ ଲାଭଦାୟକ ହୋଇପାରେ ।

ବିଚ୍ଛା ରାଶି

ବିଚ୍ଛା ରାଶିର ଲୋକମାନଙ୍କ ପାଇଁ ବୁଧ ଗ୍ରହର ମାର୍ଗୀ ହେବା ଭଲ ପ୍ରମାଣିତ ହେବ । ସୁଖରେ ବୃଦ୍ଧି ହେବାର ସମ୍ଭାବାନା ଅଛି । ସାମାଜିକ କ୍ଷେତ୍ରରେ ମାନ ସମ୍ମାନ ପ୍ରାପ୍ତି ହେବ । କ୍ୟାରିୟରରେ ସଫଳତା ପ୍ରାପ୍ତି କରିବେ । ଯାହା ବି ବାଧା ଉତ୍ପନ୍ନ ହେଉଥିଲା ସେଥିରୁ ମୁକ୍ତି ମିଳିପାରେ । ଆପଣଙ୍କୁ ଭବିଷ୍ୟତରେ ବଡ ଲାଭ ମିଳିବାର ସଂକେତ ଅଛି ।

ମକର ରାଶି

ମକର ରାଶିର ଲୋକମାନଙ୍କ ପାଇଁ ବୁଧ ଗ୍ରହରେ କୁମ୍ଭ ରାଶିରେ ମାର୍ଗୀ ହେବା ଧନ ପ୍ରାପ୍ତିର ସଂକେତ ଦେଉଛି । ଆପଣଙ୍କ ଅଟକିଥିବା ଧନ ଆପଣଙ୍କୁ ମିଳିପାରେ । ଧନ ସମ୍ବନ୍ଧିତ କାର୍ଯ୍ୟରେ ଆପଣଙ୍କୁ ଭଲ ଲାଭ ମିଳିବ । କୋର୍ଟ କଚେରୀ ମାମଲାରେ ନ୍ୟାୟ ଆପଣଙ୍କ ପକ୍ଷରେ ରହିବ । ମିତ୍ରମାନଙ୍କ ସହିତ ଆପଣ ଭଲ ସମୟ ବ୍ୟତିତ କରିବେ ।

କୁମ୍ଭ ରାଶି

କୁମ୍ଭ ରାଶିର ବ୍ୟକ୍ତିଙ୍କ ପାଇଁ ବୁଧର ମାର୍ଗୀ ହେବା ଅତି ଉତ୍ତମ ରହିବାର ଅଛି । ସମ୍ପତ୍ତିରେ ବୃଦ୍ଧି ହୋଇପାରେ । ସ୍ୱାସ୍ଥ୍ୟ ସମ୍ବନ୍ଧିତ ଚିନ୍ତା ଦୂର ହେବ । ଆପଣଙ୍କୁ ଆପଣଙ୍କ କ୍ୟାରିୟରରେ କିଛି ନୂତନତା ଦେଖିବାକୁ ମିଳିପାରେ । ଆପଣଙ୍କ ପୁରୁଣା କାମ କାର୍ଯ୍ୟ ଜଲ୍ଦି ହିଁ ପୁରା ହୋଇଯିବ । ଆପଣ ରଚନାତ୍ମକ କାର୍ଯ୍ୟରେ ଅଧିକ ରୁଚି ନେବେ ।

ଆସନ୍ତୁ ଜାଣିବା ବାକି ରାଶିମାନଙ୍କ କେମିତି ରହିବ ଅବସ୍ଥା

ବୃଷ ରାଶି

ବୃଷ ରାଶିର ଲୋକମାନଙ୍କ ଉପରେ ବୁଧ ଗ୍ରହର ମାର୍ଗୀ ହେବା ମିଶାମିଶି ପ୍ରଭାବ ରହିବ । ଏହି ରାଶିର ବ୍ୟକ୍ତିଙ୍କୁ ସ୍ୱାସ୍ଥ୍ୟ ସମ୍ବନ୍ଧିତ ସମସ୍ୟାରୁ ମୁକ୍ତି ମିଳିପାରେ । ଆପଣ ନିଜର ଯୋଜନା ଉପରେ ଅଧିକ ଧ୍ୟାନ ଦିଅନ୍ତୁ ।

କନ୍ୟା ରାଶି

କନ୍ୟା ରାଶିର ବ୍ୟକ୍ତିଙ୍କର ବୁଧ ମାର୍ଗୀ ହେବା ଦ୍ଵାରା ସାମାନ୍ୟ ସ୍ଥିତି ରହିବ । ବ୍ୟାପାର ସହ ଜଡିତ ଲୋକମାନେ ନିଜର ବ୍ୟାପାରରେ କୌଣସି ବି ପ୍ରକାରର ଚେଜେଂସ କରିବା ଠାରୁ ଦୂରେଇ ରୁହନ୍ତୁ, ଅନ୍ୟଥା ଆପଣଙ୍କୁ କ୍ଷତି ହୋଇପାରେ । ଅଚାନକ ଆପଣଙ୍କୁ ଶୁଭ ସମାଚାର ମିଳିବାର ଯୋଗ ଅଛି ।

ତୁଳା ରାଶି

ତୁଳା ରାଶିର ବ୍ୟକ୍ତିଙ୍କ ପାଇଁ ବୁଧ ଗ୍ରହର ମାର୍ଗୀ ହେବା ବହୁତ ଭଲ ପରିଣାମ ଦେଇପାରେ କିମ୍ବା ନ ଦେଇପାରେ । ଏହି ରାଶିର ବ୍ୟକ୍ତିଙ୍କୁ ନିଜର ବିବାହିତ ଜୀବନରେ ବହୁତ ସତର୍କ ହୋଇ ରହିବାକୁ ପଡିବ । ଆପଣଙ୍କ ପ୍ରେମ ଜୀବନରେ ସାମାନ୍ୟ କିଛି ବିବାଦ ଆସିପାରେ ।

ଧନୁ ରାଶି

ଧନୁ ରାଶିର ବ୍ୟକ୍ତିଙ୍କ ପାଇଁ ବୁଧର ମାର୍ଗୀ ହେବା ସାମାନ୍ୟ ରହିବ । ଆପଣଙ୍କୁ ଆପଣଙ୍କ ପରିଶ୍ରମର ଫଳ ମିଳିପାରେ । ଆପଣଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ବି ହୋଇପାରେ କିମ୍ବା ଅବନତି ବି ହୋଇପାରେ । ସେଥିପାଇଁ ଆପଣ ନିଜର ସ୍ୱାସ୍ଥ୍ୟ ଉପରେ ଅଧିକ ଧ୍ୟାନ ଦିଅନ୍ତୁ ।

ମୀନ ରାଶି

ମୀନ ରାଶିର ଲୋକମାନଙ୍କ ପାଇଁ ବୁଧ ଗ୍ରହର ମାର୍ଗୀ ହେବା ଅଳ୍ପ କଠିନ ରହିପାରେ । କଠିନ ପରିଶ୍ରମ କରିବା ପରେ ଆପଣଙ୍କୁ ନିଜର କାମକାର୍ଯ୍ୟରେ ସଫଳତା ହାସଲ ହେବ । ଯେଉଁ କାରଣରୁ ଆପଣ ଅଳ୍ପ ଚିନ୍ତିତ ରହିବେ । କୌଣସି ବିଶେଷ କାର୍ଯ୍ୟ ଖରାପ ହୋଇପାରେ ।

Leave a Reply

Your email address will not be published. Required fields are marked *