ମେଳଣ ସମୟରେ ଅଭାବନୀୟ ଘଟଣା, ଶିବଙ୍କ ମୂର୍ତ୍ତିରେ ଲାଗିଲା ନିଆଁ

କହିବାକୁ ଗଲେ ବର୍ତ୍ତମାନ ସମୟରେ ଏକ ବଡ ଦୁଖଦ ଖବର ସାମ୍ନାକୁ ଆସୁଛି । ଓଡିଶାର ରାଜ୍ୟର ପୁରୀ ଜିଲ୍ଲାର ଡେଲାଙ୍ଗ ଅଞ୍ଚଳରେ ଏକ ଶିବଙ୍କ ମୂର୍ତ୍ତିରେ ନିଆଁ ଲାଗି ଯାଇଛି । ଆପଣଙ୍କୁ କହିଦେଉଛୁ କି ଏହି ଅଞ୍ଚଳରେ ଦୋଳ ମହୋତ୍ସବ ଚାଲିଥିଲା ଓ ଏହି ସ୍ଥାନରେ ଲକ୍ଷ ଲକ୍ଷ ଭକ୍ତମାନଙ୍କ ସମାଗମ ବି ଥିଲା କିନ୍ତୁ ଏହା ମଧ୍ୟରେ ଅଚାନକ ଏକ ବିଶାଳକାୟ ଶିବଙ୍କ ମୂର୍ତ୍ତିରେ ନିଆଁ ଲାଗି ଗଲା ।

ଏହା ପରେ ସେଠି ଉପସ୍ଥିତ ଥିବା ଲୋକମାନେ ନିଆଁକୁ ଆୟତ କରିବାରେ ଚେଷ୍ଟା କରିଲେ କିନ୍ତୁ ସେମାନେ ଏଥିରେ ବିଫଳ ହେଲେ । କହିବାକୁ ଗଲେ ଲୋକ ମାନେ ମୂର୍ତ୍ତିର ନିଆଁକୁ ବିଭିନ୍ନ ଉପାୟରେ ଲିଭାଇବା ପାଇଁ ଚେଷ୍ଟା କରିଲେ କିନ୍ତୁ ବିଫଳ ହେବା ପରେ ଶେଷରେ ସେମାନେ ମୂର୍ତ୍ତିକୁ ତଳକୁ ଓଲହାଇ ଦେଲେ ଯାହା ଦ୍ଵାରା ନିଆଁଟି ଚାରିଆଡେ ବ୍ୟାପିବ ନାହିଁ । ଏହା ମଧ୍ୟରେ ଲୋକମାନେ ‘ହର ହର ମହାଦେବ’ର ଉଚ୍ଚାରଣ ବି କରୁଥିଲେ । ଏହା ପରେ ଏହି ଅଘଟଣକୁ ନେଇ ଚାରି ଆଡେ ବର୍ତ୍ତମାନ ଚର୍ଚା ଚାଲିଛି ।

ମିଳିଥିବା ସୂଚନା ଅନୁସାରେ, ଏହି ଦୋଳ ଯାତ୍ରା ସବୁଠୁ ପ୍ରସିଦ୍ଧ ଦୋଳ ଯାତ୍ରା ମଧ୍ୟରୁ ଗୋଟିଏ ଅଟେ ଓ ଏହି ହରିରାଜ ପଞ୍ଚୁଧର ମେଳଣ ମହୋତ୍ସବକୁ ଦେଖିବା ପାଇଁ ଗତକାଲୀ ରାତିରେ ଏହି ସ୍ଥାନରେ ପାଖପାଖି ୩ ଲକ୍ଷ ଲୋକମାନଙ୍କ ଭିଡ ମଧ୍ୟ ଲାଗିଥିଲା । ଆପଣଙ୍କୁ କହିଦେଉଛୁ କି ଏହି ଦୋଳ ଯାତ୍ରା ପଞ୍ଚୁ ମହାଦେବଙ୍କ ମନ୍ଦିର ନିକଟରୁ ଆରମ୍ଭ ହୋଇଥିଲା । ଏହା ମଧ୍ୟରେ ସେଠିକାର ଲୋକମାନେ ବାଣ ମଧ୍ୟ ଫୁଟାଇ ଥିଲେ ।

କିନ୍ତୁ ଦୁଭାଗ୍ୟ ବଶତଃ ବାଣର କିଛି ଅଂସ ସେଠି ଥିବା ଶିବଙ୍କ ମୂର୍ତ୍ତି ଉପରେ ପଡିଥିଲା । ଯାହା ପରେ ମୂର୍ତ୍ତିଟି ଜଳି ଯାଇଥିଲା । କିନ୍ତୁ ଶେଷରେ ଅଗ୍ନିଶମ ବିଭାଗ ସେହି ସ୍ଥାନକୁ ପହଞ୍ଚି ନିଆଁକୁ ଆୟତ କରିନେଲେ । ଦେଶ ବିଦେଶରେ ଘଟୁଥିବା ଖବର ସହିତ ଅପଡେଟ ରହିବା ପାଇଁ ପେଜକୁ ଲାଇକ କରିନିଅନ୍ତୁ ।

Leave a Reply

Your email address will not be published. Required fields are marked *