ମିସ ଇଣ୍ଡିଆ ଏଲିଗେଣ୍ଟ ଜିତିଲେ ରାଉରକେଲାର ଏହି ଝିଅ

ରାଜସ୍ଥାନର ଜୟପୁରରେ ଆୟୋଜିତ ଅଖିଲ ଭାରତୀୟ ମିସ୍ଟର, ମିସ ଓ ମିସେସ ଇଣ୍ଡିଆ ଏଲିଗେଂଟ – ୨୦୨୦ରେ ରାଉରକେଲାର ପ୍ରତିଯୋଗୀମାନଙ୍କୁ ଉଲ୍ଲେଖନୀୟ ସଫଳତା ମିଳିଛି । ଅନ୍ତିମ ରାଉଣ୍ଡରେ ଦେଶର ୫୦ ଜଣ ପ୍ରତିଯୋଗୀମାନଙ୍କ ମଧ୍ୟରେ ରାଉରକେଲା ଜଗଦାର ସିମରନ ନାୟକଙ୍କୁ ମିସ ଇଣ୍ଡିଆ, ଏଲିଗେଂଟରେ ମିସ ପପୁଲାର ପୁରଷ୍କାର ଓ ବର୍ଷାରାନୀ ଦାସ ମିସ ଏଲିଗେଂଟର ପୁରଷ୍କାର ହାସଲ କରିଛନ୍ତି ।

ଏହା ଛଡା ରାଉରକେଲାର ସୋମ୍ୟରଞ୍ଜନ ମହାନ୍ତି ମିସ୍ଟର ଇଣ୍ଡିଆ ଏଲିଗେଂଟ ପପୁଲାରର ଟାଇଟେଲକୁ ନିଜ ନାମରେ କରିଛନ୍ତି ଓ ମିସେସ ଇଣ୍ଡିଆ ଏଲିଗେଂଟରେ ବିଜୟଲକ୍ଷ୍ମୀ ପ୍ରଥମ ରନର୍ସଅପର ଟାଇଟେଲ ନିଜର ନାମରେ କରିଛନ୍ତି । ଏହି ପ୍ରତିଯୋଗୀତାରେ ଇସ୍ପିତା ମହାନ୍ତି ଓ ସୋନୁ ମୁଖର୍ଜୀ ବି ଭଲ ପ୍ରଦର୍ଶନ ଦେଇଛନ୍ତି । ପ୍ରିୟଙ୍କା ସିଂହ ମିସେସ ଇଣ୍ଡିଆରେ ଉପବିଜେତାର ପୁରଷ୍କାର ପ୍ରାପ୍ତ କରିଛନ୍ତି ।

ପ୍ରିୟଙ୍କା ସିଂହଙ୍କୁ ଏହା ପୂର୍ବରୁ ଓଡିଶା ଏବଂ ଅନ୍ୟ ରାଜ୍ୟ ଗୁଡିକରେ ବହୁତ ପୁରଷ୍କାର ଓ ସମ୍ମାନ ମିଳିସାରିଛି ଏବଂ ଏହି ପ୍ରତିଯୋଗୀତାରେ ସେ ଜଜର ଭୂମିକା ନିଭାଇ ଥିଲେ । ତାଙ୍କୁ ଜୟପୁରରେ ମହିଳା ଦିବସ ଉପଲକ୍ଷେ ଆୟୋଜିତ ସମାରୋହରେ ୱୂମେନ ଏଚୀବମେଂଟ ପୁରଷ୍କାର ପ୍ରଦାନ କରାଯାଇଥିଲା ।

ମିସ ଇଣ୍ଡିଆ ଏଲିଗେଂଟ ମିସ ପପୁଲାରର ଟାଇଟେଲ ଜିତିଥିବା ସିମରନ ବିଧାୟକ ଶାରଦା ନାୟକର ଭାଣିଜୀ ଓ ବୁଲୁ ନାୟକଙ୍କ ଝିଅ ଅଟନ୍ତି । ଏହା ପରେ ରାଷ୍ଟ୍ରୀୟ ସ୍ତରରେ ପ୍ରତିଯୋଗୀତାରେ ମିଳିଥିବା ଏହି ସଫଳତା ପାଇଁ ବିଭିନ୍ନ ସଂଗଠନ ତରଫରୁ ବିଜେତାମାନଙ୍କୁ ଶୁଭକାମନା ବି ଦିଆ ଯାଉଛି । ଦୈନନ୍ଦିନ ନ୍ଯୁଜ ବିଷୟରେ ଜାଣିବା ପାଇଁ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *