ଦେଖନ୍ତୁ Video: ‘ମୋର ମେନ୍ସ ହେଇଛି, ମୁଁ ଚତୁର୍ଥୀ କରିବନି କହି ବାଥରୁମ ରେ…’ ଧରା ପଡିଲା ମେଘନାଦର ସବୁ ମିଛ, ମହିଳା ଜଣକ କଣ ଖୁଛନ୍ତୁ ଥରେ ଶୁଣନ୍ତୁ…

ବନ୍ଧୁଗଣ ବର୍ତ୍ତମାନ ଦୁନିଆ ଡିଜିଟାଲ ହୋଇଯାଇଛି । ଅନଲାଇନରେ ଲୋକମାନେ ଟଙ୍କା ନେଣଦେଣରୁ ଆରମ୍ଭ କରି ପ୍ରେମ କରିବା ଓ ଲାଇଫ ପାର୍ଟନର ମଧ୍ୟ ବାଛି ପାରୁଛନ୍ତି । ଅନଲାଇନ ପ୍ରେମ ଏବେ ବହୁତ ଟ୍ରେଣ୍ଡରେ ଅଛି । କେତେକ ସୋସିଆଲ ମିଡିଆ ଆପ୍ଲିକେସନ ଦ୍ଵାରା ଲୋକମାନେ ପ୍ରେମ କରୁଛନ୍ତି । ହେଲେ ଜଣେ ଯୁବକଙ୍କ ପାଇଁ ଅନଲାଇନ ପ୍ରେମ ମହଙ୍ଗା ପଡିଛି । ଯୁବକ ଜଣକ ଏକ ପୁରୁଷଙ୍କୁ ଯୁବତୀ ଭାବି କଥା ହେଉଥିଲେ ଏମିତି କି ବିବାହ ମଧ୍ୟ କରିଥିଲେ ହେଲେ ପରେ ସେ ଜାଣିବାକୁ ପାଇଥିଲେ ସେ ଯୁବତୀ ନୁହେଁ ଯୁବକ ।

ମେଘନାଥ ନାମକ ଯୁବକ ଯୁବତୀ ହୋଇ ବହୁତ ସୁନ୍ଦର ଅଭିନୟ କରିଥିଲେ । ବିବାହ ପରେ ଯେମିତି ତାଙ୍କ ଗୁମର ସମସ୍ତଙ୍କ ସାମ୍ନାରେ ନ ଫିଟୁ ସେଥିପାଇଁ ମେଘନାଥ କରିଥିଲା ମେନ୍ସ ହେବାର ଆକ୍ଟିଙ୍ଗ । ବନ୍ଧୁଗଣ ଏହି କଥାଟି ତାଙ୍କ ପଡିଶା ଘର ମାଉସୀ କହିଛନ୍ତି ।

ଯେଉଁ ଦିନ ଚତୁର୍ଥୀ ହୋଇଥାନ୍ତା ସେହିଦିନ ନିଜ ଶରୀରର କୌଣସି ଏକ ଭାଗକୁ  ବ୍ଲେଡରେ କାଟି ରକ୍ତ ବାହାର କରିଥିଲା ମେଘନାଥ । ସେହି ରକ୍ତକୁ ସେ ନିଜ ଶାଢୀରେ ବି ଲଗାଇ ଥିଲା । ସେ ଅନ୍ୟ ମାନଙ୍କୁ କହିଥିଲା ମୋର ମେନ୍ସ ହେଇଛି ବା ଋତୁସ୍ରାବ ହେଇଛି । ସେ କହିଥିଲା, ମେନ୍ସରେ ଶାରୀରିକ ସମ୍ପର୍କ ରଖିବା ପାପ ଅଟେ ଆଉ ଶରୀର ଉପରେ ବି ଏହାର ଖରାପ ପ୍ରଭାବ ପଡିଥାଏ । ଏସବୁ କରି ସେ ଏଡେଇ ଦେବାକୁ ଚାହୁଁଥିଲା ଆଲୋକ ସହ କୌଣସି ପ୍ରକାର ଶାରୀରିକ ସମ୍ପର୍କ ।

ଅନ୍ୟ ପଟେ ମେଘନାଥ ନିଜେ କହିଥିଲା ଯେ, ଆଲୋକ ଚାହୁଁ ଥିଲା ତା ସହ ଜୋର ଜବରଦସ୍ତ ଶାରୀରିକ ସମ୍ପର୍କ ରଖିବା ପାଇଁ । ସେ କହୁଥିଲା, ତୁ ପୁଅ ଥା କି ଝିଅ ମୁଁ ତୋ ସହ ସଂସାର କରିବି ଏ କଥା ନିଜେ ମାନି ଛନ୍ତି ମେଘନାଥ ଊରଫ ମେଘନା । ଏହି କଥାଟି ଗୋଟେ ଆଡୁ ଲଜ୍ୟା ଜନକ ଲାଗୁଥିବା ବେଳେ ଅନ୍ୟ ଆଡୁ ସାଂଘାତିକ ଲାଗୁଛି । ବନ୍ଧୁଗଣ ମେଘନା ଏହି ଯୁବକକୁ ଫସେଇ ଦେବାକୁ ଚେଷ୍ଟା କରୁଥିଲା ।

24 ତାରିଖରେ ଆଲୋକ ଚଣ୍ଡୀଖୋଲରେ ପହଞ୍ଚି ମେଘନାଥକୁ ପୂର୍ବ କଥା ହିସାବରେ ଆସି ନେଇଯାଇଥିଲା । ସେଠାରୁ ଉଭୟ ବାସୁଦେବ ପୁର କଣିଆ ଅଞ୍ଚଳକୁ ଆସିଥିଲେ । ସେଠାରେ ଭୋଜି ଭାତ ହୋଇଥିଲା ମାମୁ ଘରେ ବୋହୁର ପରିଚୟ ବି ଦେଇଥିଲା । ସେହି ଭୋଜି ଭାତରେ ମେଘନାଥକୁ ଚିହ୍ନି ଥିବା ଜଣେ ବ୍ୟକ୍ତି ସେଠାରେ ପହଞ୍ଚି ଥିଲେ । ଆଉ ସେ ହିଁ ଖୁଲାସା କରିଥିଲେ ଯେ, ଏ ମେଘନା ନୁହେଁ ମେଘନାଥ । ତା ହେଲେ ବନ୍ଧୁଗଣ ଏହି ଘଟଣା ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *