ଦେଖନ୍ତୁ କେମିତି Pragyan ଙ୍କ ପାଇଁ ପ୍ରଥମ ଥର ପାଇଁ ସାବିତ୍ରୀ ବ୍ରତ କଲେ ସ୍ତ୍ରୀ Sunanda, ଦେଖନ୍ତୁ Video

ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ସମସ୍ତ ଅଭିନେତା ମାନଙ୍କୁ ବେସ ଭଲ ଭାବରେ ଜାଣିଥିବେ । ଏହି ଅଭିନେତା ମାନେ ନିଜ ଦମଦାର ଅଭିନୟ ନିଜ ନିଜ ପର୍ଶନାଲ ଲାଇଫ ପାଇଁ ସୋସିଆଲ ମିଡିଆରେ ବହୁତ ଚର୍ଚ୍ଚାରେ ରୁହନ୍ତି । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଯେଉଁ ଓଡିଆ ଅଭିନେତା ଜଣକଙ୍କ ବିଷୟରେ କହିବାକୁ ଯାଉଛୁ ସେ ଆମ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ପ୍ରସିଦ୍ଧି ହାସଲ କରିଛନ୍ତି ।

ହି ଅଭିନେତା ଜଣକ ଆଉ କେହି ନୁହେଁ ଏ ହେଉଛନ୍ତି ପ୍ରଜ୍ଞାନ ଖଟୁଆ । ଆପଣ ମାନେ ସମସ୍ତେ ଓଡିଆ ଅଭିନେତା ପ୍ରଜ୍ଞାନ ଖଟୁଆଙ୍କ ଜବରଦସ୍ତ ଅଭିନୟ ତ ନିଶ୍ଚୟ ଦେଖିଥିବେ । ବନ୍ଧୁଗଣ ପ୍ରଜ୍ଞାନ ହେଉଛନ୍ତି ଜଣେ ହାସ୍ୟ ଅଭିନେତା । ସେ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅନେକ ସୁପର ହିଟ ଫିଲ୍ମ କରିଛନ୍ତି । ଓଡିଆ ଇଣ୍ଡଷ୍ଟ୍ରିର କେତେକ ଦିଗଜ ଅଭିନେତା ମାନଙ୍କ ସହ କାମ କରି ପ୍ରଜ୍ଞାନ ସଫଳତା ପାଇଛନ୍ତି ।

ଆପଣ ମାନେ ତ ଏହା ନିଶ୍ଚୟ ଜାଣିଥିବେ ଯେ, ଗତ କିଛି ମାସ ତଳେ ପ୍ରଜ୍ଞାନ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ପ୍ରଜ୍ଞାନ ନିଜ ପ୍ରେମିକା ସୁନ୍ଦନ୍ଦାଙ୍କ ସହ ପ୍ରେମ ବିବାହ କରିଛନ୍ତି । ବିବାହ ପରଠାରୁ ଉଭୟ ସୁନନ୍ଦା ଓ ପ୍ରଜ୍ଞାନ ବହୁତ ଚର୍ଚ୍ଚାରେ ରହିଥିଲେ । ବନ୍ଧୁଗଣ ଗତ କାଲି ଥିଲା ପବିତ୍ର ସାବିତ୍ରୀ ବ୍ରତ । ଏହି ସୁନନ୍ଦା ପ୍ରଥମ ଥର ପାଇଁ ନିଜ ଶାଶୁ ଘରେ ସାବିତ୍ରୀ ବ୍ରତ ପାଳନ କରିଛନ୍ତି ଆଉ ଏହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।

ଏହି ଭିଡିଓଟିକୁ ତାଙ୍କ ଫ୍ୟାନ୍ସ ମାନେ ବେସ ଅଧିକ ପସନ୍ଦ କରିଛନ୍ତି ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଭାଇରାଲ ଭିଡିଓ ବିଷୟରେ । ବନ୍ଧୁଗଣ ଭାଇରାଲ ହେଉଥିବା ଭିଡିଓରେ ସୁନନ୍ଦା ସାବିତ୍ରୀ ବ୍ରତର ପ୍ରସ୍ତୁତି କରୁଛନ୍ତି ଆଉ ନିଜେ ସଜବାଜ ହେଉଛନ୍ତି । ସୁନନ୍ଦାଙ୍କ ପାଖରେ ପ୍ରଜ୍ଞାନ ବସିଛନ୍ତି । ସୁନନ୍ଦା ସଜ ହେବା ପରେ ପ୍ରଜ୍ଞାନ ନିଜ ସ୍ତ୍ରୀ ସହ ସେଲଫି ନେଉଛନ୍ତି ।

ବନ୍ଧୁଗଣ ଏହା ପରେ ସୁନନ୍ଦା ଓଡିଆ ବିଧି ବିଧାନର ସହ ସାବିତ୍ରୀ ପୂଜା କରୁଛନ୍ତି । ଏହା ପରେ ପ୍ରଜ୍ଞାନ ନିଜ ସ୍ତ୍ରୀ ସୁନନ୍ଦାଙ୍କୁ ଗାଡିରେ ବସେଇ ନିଜ ଗାଁ ମନ୍ଦିରକୁ ଦର୍ଶନ ପାଇଁ ଯାଉଛନ୍ତି । ତା ହେଲେ ବନ୍ଧୁଗଣ ଏହି ଭିଡିଓଟି ଆପଣ ମାନଙ୍କୁ କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *