ମେଡିକାଲ ବେଡ ହେଲା ବିବାହ ମଣ୍ଡପ, ପହଞ୍ଚିଲେ ବରଯାତ୍ରୀ, ମେଡିକାଲରେ ପଡିଲା ହାତଗଣ୍ଠି…ଜାଣନ୍ତୁ ପୁରା ଘଟଣା

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଡାକ୍ତରଖାନାରେ ପହଞ୍ଚିଲେ ବର ସହିତ ବରଯାତ୍ରୀ । ଡାକ୍ତରଖାନା ସାଜିଲା ବାହାଘର ମଣ୍ଡପ । ଚିକିତ୍ସାଧୀନ ଅବସ୍ଥାରେ ଥିବା ଝିଅ ସାଜିଲା କନ୍ୟା । ତେବେ ଏପରି ଏକ ଦୃଶ୍ୟ ମଧ୍ୟପ୍ରଦେଶର ଖଣ୍ଡୁଆ ଠାରେ ଦେଖିବାକୁ ମିଳିଛି । ଆପଣ ମାନେ ବାହାଘର କହିଲେ ମଣ୍ଡପ କିମ୍ବା ମନ୍ଦିର ନାମର ଶୁଣିଥିବେ । କାରଣ ସେଠାରେ ଘର ଲୋକଙ୍କ ଉପସ୍ଥିତିରେ ଉଭୟ ବର ଓ କନ୍ୟାର ବାହାଘର କାର୍ଯ୍ୟ ସମ୍ପାଦିତ ହୋଇଥାଏ ।

ହେଲେ ଏଠାରେ ଭିନ୍ନ ଧରଣର ଏକ ବାହାଘର ଦେଖିବାକୁ ମିଳିଛି । ଯେଉଁଠାରେ ବାହାଘର ପାଇଁ ମେଡିକାଲକୁ ମଣ୍ଡପ ରୁପରେ ସୁସଜ୍ଜିତ କରାଯାଇଛି । ତେବେ ଏହା ଶୁଣି  ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗିଲେ ମଧ୍ୟ ଏହା ବନ୍ଧୁଗଣ ସଂପୂର୍ଣ୍ଣ ଏକ ସତ୍ୟ ଘଟଣା ଅଟେ । ତେବେ ମହଶିବ ରାତ୍ରି ଅର୍ଥାତ ଜାଗର ଦିନ ଘଟିଥିବା ଏହି ଘଟଣା ଏବେ ସବୁଆଡେ ଚର୍ଚାର ବିଷୟ ପାଲଟିଛି । ଯେଉଁଠାରେ ମେଡିକାଲରେ ଚିକିତ୍ସିତ ହେଉଥିବା କନ୍ୟାକୁ ଜଣେ ଯୁବକ ବର ବେଶ ସାଜି ଆସି ବିଭା ହୋଇଥିଲେ ।

ତେବେ ଏଠାରେ ବାହା ହେଉଥିବା କନ୍ୟାଟିର ନାମ ହେଉଛି ଶିବାନୀ । ଜିଏକି ବାହାଘର 3 ଦିନ ପୂର୍ବରୁ ତାଙ୍କ ମାମୁଁଙ୍କ ଘରକୁ ଯାଉଥିଲେ । ସେଠାରେ ଯୁବତୀ ଜଣଙ୍କର ଏକ ଗୁରୁତର ଦୁର୍ଘଟଣା ଘଟିଥିଲା । ଯେଉଁ କାରଣରୁ ଯୁବତୀ ଜଣଙ୍କ ଗୁରୁତର ଆଘାତ ହୋଇବ ସହ ତାଙ୍କ ହାତ ଓ ଗୋଡ ମଧ୍ୟ ଆଘାତ ପାଇଁ ଭାଙ୍ଗିଯାଇଥିଲା ମେଡିକାଲକୁ ଆସିଥିଲେ । ତାପରେ ମେଡିକାଲକୁ ଆସି ସେଠାରେ ଚିକିତ୍ସାଧୀନ ଅବସ୍ଥା ରହିଥିଲେ।

ବାହାଘରଟି ୧୬ ତାରିଖରେ ହେବାର ବ୍ୟବସ୍ଥା କରଯାଇଥିଲା । ତେବେ ବାହାଘର ଦିନ ବାହାଘର ହୋଇପାରିନଥିଲା । ତେବେ ଜାଗର ଦିନ ବର କନ୍ୟାର ଘରକୁ ନଯାଇ ସିଧା ଯାଇ ବରଯାତ୍ରୀ ନେଇ ମେଡିକାଲରେ ପହଞ୍ଚିଥିଲା । ତାପରେ ସେଠାରେ ପୀଡିତ ଯୁବତୀ ଜଣଙ୍କ ରହୁଥିବା ବେଡ୍ ଟିକୁ ବାହାଘର ମଣ୍ଡପ ଭଳି ସଜ୍ଜିତ କରଯାଇଥିଲା । ତାପରେ ଉଭୟ ବର ଓ କନ୍ୟାଙ୍କର ବାହାଘର ହୋଇଥିଲା ।

ତେବେ ପୁରୋହିତ ମନ୍ତ୍ର ପାଠ ସହ ବୈଦିକ ରୀତି ନୀତିରେ ବିବାହ କାର୍ଯ୍ୟ ସମ୍ପର୍ଣ୍ଣ ହୋଇଥିଲା । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, ଶେୟାର କରନ୍ତୁ । ଏହା ସହିତ ଏହି ମେଡିକାଲ୍ ରେ ଅନୁଷ୍ଠିତ ହୋଇଥିବା ବାହାଘରର ଦୃଶ୍ୟ ଆପଣ ମାନଙ୍କୁ କିପରି ଲାଗିଲା । ଆପଣଙ୍କର ମତ କମେଣ୍ଟ ଦ୍ଵାରା ଜଣାନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *