“ଜିତିବା ପାଇଁ ହେଲେ କହିବାକୁ ପଡିବ, ସେ ଯଦି କହିଛନ୍ତି ତାହେଲେ ନିଶ୍ଚିତ୍ତ କିଛି ଉଦ୍ଦେଶ୍ୟ ଥିବ, କାହିଁକି ସେ…’: Tara BahiniPati

ଦର୍ଶକ ବନ୍ଧୁ ଆପଣ ମାନେ ସମସ୍ତେ କଂଗ୍ରେସ ବିଧାୟକ ତାରା ବାହିନୀପତିଙ୍କୁ ବେସ ଭଲ ଭାବରେ ଜାଣିଥିବେ । ଗତ କିଛି ଦିନ ତଳେ ବିରୋଧୀ ଦଳର ଗୁଣ ଗାଇ ତାରା ସାରା ଓଡିଶାରେ ଚର୍ଚ୍ଚାର ବିଷୟ ପାଲଟି ଥିଲେ ଆଉ ଏବେ ମଧ୍ୟ ସେ ଏପରି କିଛି ବୟାନ ଦେଇ ପୁଣି ଚର୍ଚ୍ଚାକୁ ଆସିଛନ୍ତି । ବନ୍ଧୁଗଣ ନବ ଦାସଙ୍କ ମୃତ୍ୟୁ ପରେ ତାଙ୍କ ଝିଅ ଦୀପାଳିଙ୍କୁ ବିଜେଡି ଟିକେଟ ଦେବାର ସମ୍ଭାବନା ଅଛି ଏନେଇ ସବୁ ଆଡେ ଆଲୋଚନା ବି ହେଉଛି ।

ଝାରସୁଗୁଡା ବାସୀ ମଧ୍ୟ ଚାହୁଁ ଛନ୍ତି ଦୀପାଳି ଏହି ଉପ ନିର୍ବାଚନ ଜିତନ୍ତୁ । ଆଉ ଏହାରି ମଧ୍ୟରେ ତାରା ବାହିନୀପତି ଗଣମାଧ୍ୟମ ସାମ୍ନାକୁ ଆସି ଏକ ବଡ ବୟାନ ଦେଇଛନ୍ତି । ତା ହେଲେ ଆଜି ଆମେ ଆପଣ ମାନଙ୍କୁ ଏହି ଖବର ବିଷୟରେ କହିବାକୁ ଯାଉଛୁ । ତେବେ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଖବର ବିଷୟରେ ।

ତାରା ଗଣମାଧ୍ୟମ ଆଗରେ କହିଛନ୍ତି-‘ତାଙ୍କ ଝିଅକୁ ଭଗବାନ ଆଶୀର୍ବାଦ କରନ୍ତୁ ତାଙ୍କ ପରିବାରକୁ ଜଗନ୍ନାଥ ଆଶୀର୍ବାଦ କରନ୍ତୁ । ତାଙ୍କୁ ଭଗବାନ ଭଲରେ ରଖନ୍ତୁ । ମୁଁ ବ୍ୟକ୍ତିଗତ ଭାବରେ ତାଙ୍କୁ ଆକ୍ଷେପ କରିବାକୁ ଭଲ ଲାଗେନି ମୋର ଗୋଟେ ବନ୍ଧୁ ମୋ ବନ୍ଧୁଙ୍କର କନ୍ୟା ସେ ମୋ ଝିଅ ଭଳି । ହେଲେ ମୁଁ କବିବି ମୋ ବନ୍ଧୁଙ୍କ ହତ୍ୟା ମାମଲାରେ ତଦନ୍ତର ବହୁତ ଆବଶ୍ୟକ ରହିଛି ।

ରାଜନୀତି ଦଳ ପ୍ରେସର କରିଥାଇ ପାରନ୍ତି ଯେହେତୁ ତାଙ୍କର ବି ଭବିଷ୍ୟତ ଅଛି । ଯେହେତୁ ସେ ଝିଅର ଭବିଷ୍ୟତ ଅଛି ସେ ଆଗକୁ ଛିଡା ହେବେ ବିଜୁ ଜନତା ଦଳ ପକ୍ଷରୁ ଆଉ ସେ କହିବେନି କେମିତି ହେବ । ଜିତିବା ପାଇଁ କହିବାକୁ ପଡିବ ଆମ ଝିଅ ନା ତେଣୁ କହିବାକୁ ପଡିବ । ତାଙ୍କୁ ଏହା କହିବା ପାଇଁ କୁହା ଯାଇଛି କି ନାହିଁ ହେଲେ ସେ କହିବାକୁ ପଡିବ ।

ତାଙ୍କ କହିବାରେ ମୁଁ କିଛି ଖରାପ ଭାବୁନି କିନ୍ତୁ କହିବାକୁ ପଡିବେ ଯେହେତୁ ସେ ଟିକେଟ ପାଇବେ ଛିଡା ହେବେ ଜିତିବାକୁ ପଡିବ । ନବ ଦାସ ହେଉଛନ୍ତି ମୋର ଜଣେ ଭଲ ବନ୍ଧୁ ତାଙ୍କ ଝିଅ ହେଉଛନ୍ତି ମୋ ଝିଅ । ଯଦି ସେ କିଛି କହିଛନ୍ତି ନିଶ୍ଚିତ କିଛି ଉଦ୍ଦେଶ୍ୟରେ କହିଛନ୍ତି’ । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *