ମେ’ ରେ ଓଡିଶା ମୁହାଁ ଭୟଙ୍କର ବାତ୍ୟା ! କିନ୍ତୁ ଏହା ମାଡ଼ ହେବ କେଉଁଠି ? ଏ ନେଇ କଣ କହୁଛି ପାଣିପାଗ ବିଭାଗ, ଦେଖନ୍ତୁ ଏହି Video

ବନ୍ଧୁଗଣ ମେ ମାସରେ ଓଡିଶାକୁ ବାତ୍ୟା ଭୟ । ଆଇଏମଡି କହିଲା ଏହି ମାସରେ ହୁଏ ବାତ୍ୟା ଆଉ ଲୋକଙ୍କ ମନରେ ପଶିଲା ଛନକା । ମେ ମାସରେ ଓଡିଶାକୁ ବାତ୍ୟା ଭୟ । ବାତ୍ୟାର ନାଁ ଶୁଣିବା ମାତ୍ରେ ଉପକୂଳ ବର୍ତ୍ତୀ ଲୋକଙ୍କ ମନରେ ପଶିଲାଣି ଛନକା । ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ଦେଇଥିବା ମକ୍ତବ୍ୟକୁ ସମ୍ଭାବ୍ୟ ବାତ୍ୟାର ଦେଉଛି ସଙ୍କେତ । ଆଇଏମଡିର ଆକଳନ ଅନୁସାରେ ଏହି ସପ୍ତାହରେ ହିଁ ଆସିପାରେ ସାଇକ୍ଳୋନ ।

ମେ 6 ତାରିଖ ବେଳକୁ ଦକ୍ଷିଣ ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇପାରେ ଲଘୁଚାପ କ୍ଷେତ୍ର । ଯଦି ଏହି ଲଘୁଚାପ ବାତ୍ୟାର ରୂପ ନିଏ ତେବେ ଓଡିଶା ଉପରେ ଏହାର ପ୍ରଭାବ ପଡିପାରେ ବୋଲି କୁହାଯାଇଛି । ଆଉ ବାତ୍ୟା କଥା ଶୁଣିଲେ ସମସ୍ତଙ୍କ ଛାତି ଧଡ ଧଡ ହେଉଛି । ବାତ୍ୟା କେଉଁ ଉପକୂଳ ଛୁଇଁବ ? ଏହାର ପ୍ରଭାବ କେତେ ରହିବ ? ଓଡିଶା ଉପରେ ପ୍ରଭାବ ପକାଇବ କି ବାତ୍ୟା ? ଏହାକୁ ନେଇ ସବୁ ଆଡେ ଚର୍ଚ୍ଚା ।

ବର୍ତ୍ତମାନ ସ୍ଥିତିରେ ବାତ୍ୟା ସମ୍ପର୍କରେ ବିଶେଷ ପୂର୍ବାନୁମାନ କରିନି ପାଣିପାଗ ବିଭାଗ । ସମୁଦ୍ରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ପରେ ବାତ୍ୟା ନେଇ ପୁରା ସୂଚନା ଦିଆଯିବ ବୋଲି କୁହାଯାଇଛି । କିନ୍ତୁ ମେ ମାସ ବାତ୍ୟା ପାଇଁ ଅନୁକୂଳ ଥିବାରୁ ଏବେ ସମସ୍ତେ ଚିନ୍ତାରେ । କାରଣ ଅନେକ ସମୟରେ ଦେଖା ଯାଇଛି ମେ ମାସରେ ଲଘୁଚାପ, ସାଇକ୍ଳୋନ ହୋଇଛି ।

ତେଣୁ ବର୍ତ୍ତମାନ ସମୁଦ୍ରରେ ସୃଷ୍ଟି ହେଉଥିବା ଲଘୁଚାପ ଯଦି ସାଇକ୍ଳୋନିକ ରୂପ ନେବ ତା ହେଲେ ଓଡିଶା ଉପରେ କେତେ ପ୍ରଭାବ ପକାଇବ ସେନେଇ ମଧ୍ୟ ବର୍ତ୍ତମାନ ସୁଧା କୌଣସି ପୂର୍ବାନୁମାନ ହୋଇ ନାହିଁ । ବାତ୍ୟା ହେଲେ ଉପକୂଳ ଓଡିଶାରେ ଅଧିକ ପ୍ରଭାବ ପଡିବ ବୋଲି କୁହାଯାଇଛି । ମେ ମାସ ହେଲା ମାତ୍ରେ ଓଡିଶା ବାସୀଙ୍କ ମନରେ ପଶୁଛି ଛନକା । କାରଣ ଲଗାତାର 3 ବର୍ଷ ହେଲାଣି ରାଜ୍ୟକୁ ମେ ମାସରେ ବାତ୍ୟା ବିପଦୀର ସାମ୍ନା କରିବାକୁ ପଡୁଛି ।

ବଙ୍ଗପ ସାଗର ଓ ଆରବ ସାଗରରେ ପ୍ରତିବର୍ଷ ଦୁଇଟି ଋତୁରେ ବାତ୍ୟା ସୃଷ୍ଟି ହୁଏ । ଗୋଟେ ହେଉଛି ଏପ୍ରିଲ ରୁ ଜୁନ ଓ ଅନ୍ୟଟି ଅକ୍ଟୋବରରୁ ଡିସେମ୍ବର । ସେପ୍ଟେମ୍ବର ଓ ଅକ୍ଟୋବର ମାସରେ ହେଉଥିବା ବାତ୍ୟା ଅଧିକ ଘର୍ଣ୍ଣୀଭୂତ ହୋଇଥିବାରୁ ଅଧିକ ଶକ୍ତିଶାଳୀ ହୁଏ ତେବେ କିଛି ବର୍ଷ ହେବ ମେ ମାସରେ ବଡ ବଡ ବାତ୍ୟା ଆସୁଛି । ଏହା ପଛରେ ପ୍ରମୁଖ କାରଣ ହେଉଛି ଜଳବାୟୁ ପରିବର୍ତ୍ତନ ଓ ବିଶ୍ଵ ତାପମାତ୍ରା ବୃଦ୍ଧି । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ । 

Leave a Reply

Your email address will not be published. Required fields are marked *