ବାଟ କଢେଇଲା ମଣିଷପଣିଆ ! ନ ହେଲେ… ଦେଖନ୍ତୁ ଏହି Video

ଗତ କିଛି ସମୟ ହେବ ସୋସିଆଲ ମିଡିଆରେ ଏକ ଭିଡିଓ ବହୁତ ଭାଇରାଲ ହେଉଛି । ଆଜି ଆମେ ଆପଣ ମାନଙ୍କୁ ଏହି ଭିଡିଓ ବିଷୟରେ କହିବାକୁ ଯାଉଛୁ । ବନ୍ଧୁଗଣ ଭାଇରାଲ ହେଉଥିବା ଭିଡିଓରେ ଢୁ ଢୁ ଖରାବେଳ ରାସ୍ତା ଘାଟ ସୁନସାନ । କାଁ ଭାଁ କେତେଟା ଗାଡି ଯାଉଛି । ମୁଣ୍ଡ ଉପରେ ଛାଇ ନାହିଁ ଏତେ ଖରାରେ କର୍ତ୍ତବ୍ୟ ନିଷ୍ଟ ହୋଇ ନିଜ ଡ୍ଯୁଟି କରୁଛନ୍ତି ଟ୍ରାଫିକ ପୋଲିସ ।

ଭିଡିଓରେ ଟ୍ରାଫିକ ପୋଲିସ ଜଣକ ପ୍ରଚଣ୍ଡ ଖରାକୁ ସହି ପାରୁ ନାହାନ୍ତି ଓ ଚେତାଶୁନ୍ୟ ହୋଇ ତଳେ ପଡିଯାଉଛନ୍ତି । ଆଉ ରାସ୍ତାରେ ଯାଉଥିବା କୌଣସି ଲୋକ ମଧ୍ୟ ଏହାକୁ ନୋଟିସ କରିପାରୁ ନାହାନ୍ତି । ହେଲେ ସିସିଟିଭିରେ ସବୁ କିଛି ରେକର୍ଡ ହୋଇଛି । ଭଗବାନ ଅଛନ୍ତି ଏଇଟା ଗୋଟେ ବିଶ୍ଵାସ ର କଥା କିନ୍ତୁ ଏହି ବିଶ୍ଵାସକୁ ବାଧ୍ୟ କରି ଆମେ ଆମ ଭିତରେ ଥିବା ଭଗବାନକୁ ଦେଖିବାକୁ ଚେଷ୍ଟା କରି ନାହୁଁ ।

ଠିକ ଯେମିତି ଏଠି ଯାଉଥିବା କିଛି ଲୋକଙ୍କ ମଧ୍ୟରେ ଇଶ୍ଵର ସତ୍ତା ହଜିଯାଇଛି । ସେହି ରାସ୍ତାରେ କିଏ ଦେଖିକି ଯାଉଛି ତ କିଏ ଦେଖିକି ନ ଦେଖିଲା ଭଳି ମୁହଁ ବୁଲାଇ ଦେଉଛି । ହେଲେ କେହି ବି ସେହି ପୋଲିସ ବାବୁଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା କରୁ ନାହାନ୍ତି । କଥାରେ ଅଛି କିଛି ଭଲ ଲୋକଙ୍କ ପାଇଁ ଏ ଦୁନିଆ ଚାଲିଛି । ସେହି ବାଟରେ ସ୍କୁଟିରେ ମା ଝିଅ ଯାଉଥିଲେ କୁନି ଝିଅଟି ଏହି ଦୃଶ୍ୟ ଦେଖି ନିଜ ମାକୁ କହିଲା ।

ଆଉ ଏହା ପରେ ମା ନିଜ ଝିଅକୁ ନେଇ ସେହି ପୋଲିସ ପାଖକୁ ଗଲା । ମା ଝିଅ ଟ୍ରାଫିକ ପୋଲିସଙ୍କ ଆଖିରେ ପାଣି ମାରି ଚେତା ଆଣିବା ପାଇଁ ଚେଷ୍ଟା କରିଲେ । ମଣିଷ ଭିତରେ ଥିବା ଇଶ୍ଵରଙ୍କ ଚେଷ୍ଟା ସଫଳ ହେଲା । ଚେତା ପାଇଲେ ପୋଲିସ ବାବୁ । କଥାରେ ଅଛି ସମୟ କ୍ରମେ ଦୁର୍ଲଭ ମଣିଷର ଜନ୍ମ ସରିଯାଏ କିନ୍ତୁ ମଣିଷ ଇଶ୍ଵର ପାଲଟି ପାରେ ନା ।

ହେଲେ ମନ ରଖନ୍ତୁ ମଣିଷକୁ ଇଶ୍ଵର କରିବା ପାଇଁ ଭଗବାନ ମଧ୍ୟ ଅବସର ଦେଇଥାନ୍ତି । ଆଉ ଚତୁର ଲୋକ ଏହାକୁ ବୁଝି ପାରନ୍ତି । ସୋସିଆଲ ମିଡିଆରେ ଭାଇଆରାଲ ହେଉଥିବା ଦିଲ୍ଲୀ ସହରର ଏହି ଭିଡିଓଟି ବହୁତ ଚର୍ଚ୍ଚାରେ ଅଛି ତା ହେଲେ ବନ୍ଧୁଗଣ ଏହି ଭିଡିଓ ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *