ମେ’ ରେ ଡର ! ଆସୁଛି ବାତ୍ୟା, ଦେଖନ୍ତୁ ଓଡିଶା ଉପରେ କିଅପରି ରହିବ ପ୍ରଭାବ ?

ବନ୍ଧୁଗଣ ଏବେ ମେ ମାସର ଡର ଦେଖିବାକୁ ମିଳିଛି । ମେ ମାସ ଆସିଲେ ଏଇଥି ପାଇଁ ଲୋକଙ୍କ ମନରେ ଆଶଙ୍କା ସୃଷ୍ଟି ହୁଏ ଆଉ ଆମେ ମାନେ ଦେଖୁଚୁ ଲମ୍ବା ସମୟ ଧରି ଗରମ ପରିବେଶ ରହିଛି । ଆଉ ଚାରି ଆଡେ ସମସ୍ତେ ତାତିର ଅନୁଭବ କରୁଛନ୍ତି । ଏବେ ସାରା ଓଡିଶା ନୁହେଁ ଭାରତର ଅଧିକାଂଶ ଅଞ୍ଚଳ ଜଳୁଛି । ତେଣୁ ସେହିଭଳି ସ୍ଥିତିରେ ମେ ମାସ କହିଲେ ଲୋକଙ୍କ ମନରେ ଏଇଥି ପାଇଁ ଆଶଙ୍କା ପଶୁଚି  ।

କାରଣ ବିଗତ ବର୍ଷ ମାନଙ୍କରେ ଯଦି ଆମେ ଟ୍ରୋପିକାଲ ସାଇକ୍ଳୋନ କଥା ଦେଖିବା ବିଶେଷ କରି ଫନୀ କଥା 2019ରେ ସମସ୍ତଙ୍କର ମନେ ରହିଛି । ଆଉ ତା ପରାବର୍ତ୍ତ ସମୟରେ ଅନଫନ କଥା ମଧ୍ୟ ଚର୍ଚ୍ଚାକୁ ଆସିଥିଲା । ତେଣୁ ତାହାରି ଭିତରେ ଯଦି ମେ ମାସରେ ଲଘୁଚାପଟି ସୃଷ୍ଟି ହୋଇଯାଏ ଆଉ ସେଠି ଆଶଙ୍କା ବି କରାଯାଉଛି ଯେ, କୌଣସି ପ୍ରକାରର ଏହା ବାତ୍ୟାର ରୂପ ନେଇପାରେ ତା ହେଲେ ସ୍ଵାଭାବିକ ଭାବରେ ମେ ମାସରେ ଚିନ୍ତା ବଢିବ ।

ପାଣିପାଗ ବିଭାଗ ପକ୍ଷରୁ ଏକ ସୂଚନା ମଧ୍ୟ ରହିଛି । ଆସନ୍ତା ମେ ମାସ 5 ତାରିଖରେ ଲଘୁଚାପ ହେବାର ସମ୍ଭାବନା ରହିଛି । ଆସନ୍ତା ମେ 4 ତାରିଖ ବେଳକୁ ଦକ୍ଷିଣ ଆଣ୍ଡାମାନ ସାଗର ଓ ଆଖ ପାଖ ଅଞ୍ଚଳରେ ଏକ ଘୂର୍ଣ୍ଣୀ ବଳୟ ସୃଷ୍ଟି ହେବାର ଆଶଙ୍କା ରହିଛି । ଏହାର ପ୍ରଭାବରେ ପରବର୍ତ୍ତୀ 24 ଘଣ୍ଟା ମଧ୍ୟରେ ସମାନ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇପାରେ ।

ଲଘୁଚାପ ହେବାର 24 ଘଣ୍ଟା ମଧ୍ୟରେ ଏହା ଆହୁରି ଘର୍ଣ୍ଣୀଭୁତ ହେବାର ସମ୍ଭାବନା ରହିଛି । ଭୁବନେଶ୍ବର ସ୍ଥିତି ଆଞ୍ଚଳିକ ପାଣିପାଗ ବିଜ୍ଞାନ ପକ୍ଷରୁ ଏଭଳି ସୂଚନା ମିଳିଛି । କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ମଡେଲ ଗୁଡିକୁ ଦେଖିଲେ ଯେଉଁ ଭଳି ଭାବରେ GFS ମଡେଲ ଓ ECMFW ମଡେଲ ବିଶେଷ କରି ଏହି ଦୁଇଟି ମଡେଲଙ୍କ ସୂଚନା ଅନୁସାରେ ମେ 7 ତାରିଖରେ ଘୂର୍ଣ୍ଣୀ ବଳୟ ହେଇପାରେ ।

ହେଲେ ବର୍ତ୍ତମାନ ପର୍ଯ୍ୟନ୍ତ ଏହା ସ୍ପର୍ଷ୍ଟ ହୋଇ ନାହିଁ ଯେ ଲଘୁଚାପ ହୋଇପାରେ ନା ନାହିଁ ଆଉ ଲଘୁଚାପ ଯଦି ହୁଏ ତା ହେଲେ ଏହା ବାତ୍ୟାର ରୂପ ନେଇପାରେ ନା ନାହିଁ । ହେଲେ ବନ୍ଧୁଗଣ ଏହି ମେ ମାସ ପାଇଁ ଏବେ ଲୋକ ମାନଙ୍କର ଚିନ୍ତା ବଢିବାରେ ଲାଗିଛି । ତେବେ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *