ପ୍ଲେନରେ Air Hostess ଙ୍କ ସହିତ ହୋଇଥାଏ ଏମିତି ଖରାପ ବ୍ୟବାହର, ଦେଖିଲେ ଆଶ୍ଚର୍ଯ୍ୟ ହେବେ ଆପଣ…

ନମସ୍କାର ବନ୍ଧୁଗଣ ତେବେ ଏୟାର ହୋଷ୍ଟେସ ର ଅର୍ଥ ବିମାନର ଦ୍ବାରରେ ହସିହସି ଯାତ୍ରୀ ମାନଙ୍କୁ ସ୍ବାଗତ କରୁଥିବା ତଥା ସେମାନଙ୍କ ସିଟ୍ ଖୋଜିବା ବା ଅନ୍ୟ କୌଣସି ପ୍ରକାରର ସହାୟତା ପ୍ରଦାନ କରୁଥିବା ସ୍ତ୍ରୀଲୋକ । ତେବେ ଏହି ଏୟାର ହୋଷ୍ଟେସ ଙ୍କୁ ଚାକିରୀ କରିବାକୁ ହେଲେ ସୁନ୍ଦର ଚେହେରା ସୁନ୍ଦର ଶରୀର ଏବଂ ଭଲ ଭାବରେ ଇଂରାଜୀ ଜାଣିଥିବା ଆବଶ୍ୟକ ଅଟେ । ତେବେ ସେମାନଙ୍କୁ ବହୁତ ଭଲ ଦରମା ମଧ୍ୟ ମିଳିଥାଏ ।


ତେବେ ଅଧିକାଂଶ ଝିଅ ମାନେ ଏୟାର ହୋଷ୍ଟେସ ହେବାର ସ୍ୱପ୍ନ ମଧ୍ୟ ଦେଖିଥାନ୍ତି । ତେବେ କିନ୍ତୁ ଏୟାର ହୋଷ୍ଟେସ ଙ୍କ ଜୀବନ ଏତେ ସୁଖମୟ ନୁହେଁ । ସେମାନଙ୍କୁ ବିମାନ ଭିତରେ ଅନେକ କିଛି ସହିବାକୁ ପଡ଼ିଥାଏ । ତେବେ କିଛି ଏୟାର ହୋଷ୍ଟେସ କହିଥିଲେ କି ଯେତେବେଳେ ବିମାନ ର ଯାତ୍ରା ବହୁତ ଲମ୍ବା ସମୟ ପର୍ଯ୍ୟନ୍ତ ଥାଏ ସେତେବେଳେ ପ୍ୟାସେଂଜର ମାନେ ଅଧିକ ମଦ୍ୟପାନ କରି ନିଶାରେ ବିମାନ କୁ ନିଜ ଘର ଭାବି ବିନା ପୋଷାକ ରେ ଶୋଇ ରୁହନ୍ତି ଯାହା ସମସ୍ତଙ୍କୁ ଅସହଜ କରାଇ ଥାଏ ।

ତେବେ ଆଉ ଜଣଙ୍କ ମତରେ ଜଣେ ପ୍ୟାସେଂଜର ଜଣେ ଏୟାର ହୋଷ୍ଟେସ ଙ୍କ କୋଳରେ ଆସି ବସିଗଲେ ଏବଂ ତାଙ୍କ ହାତ ଚୁଚୁମିବାକୁ ଲାଗିଲେ । ତେବେ ଏହା ଛଡା ଜଣେ ଯୁବତୀ କହିଛନ୍ତି ଏୟାର ହୋଷ୍ଟେସମାନଙ୍କର ଖିଲି ଖିଲି ହସ, ସାଜସଜା ପଛରେ କମ୍ପାନୀ ଦ୍ୱାରା ଲାଗୁ କରାଯାଇଥିବା ଅନେକ କଠିନ ନିୟମ ବି ପାଳନ କରିବାକୁ ପଡିଥାଏ ।


ସେ କହିଛନ୍ତି କି ମୁମ୍ବାଇରୁ ନ୍ୟୁଜଲାଣ୍ଡ ଯାଉଥିବା ବିମାନ ଲଗାତର ୧୭ ଘଂଟା ଉଡାଣ ଭରିଥାଏ । ଏହି ଫ୍ଲାଇଟରେ ଯାଉଥିବା ସମସ୍ତ ଏୟାର ହୋଷ୍ଟେସଙ୍କ ପାଇଁ ‘ଗ୍ଲାମରସ ଏମିରେଟ୍ସ ଫେସ’ ବହୁତ ଜରୁରୀ ହୋଇଥାଏ । ଏନେଇ ଏୟାର ଲାଇନ ପକ୍ଷରୁ ଆପିଏରନ୍ସ ମ୍ୟାନଜମେଣ୍ଟ ପ୍ରୋଗ୍ରାମ ବି ପ୍ରସ୍ତୁତ କରାଯାଇଥାଏ । ଏହି ପ୍ରୋଗ୍ରାମକୁ ଇମେଜ ଓ ସୌନ୍ଦର୍ୟ୍ୟତା ଉପରେ ନଜର ରଖିବା ପାଇଁ ଅଫିସର ନିଯୁକ୍ତି ହୋଇଥାନ୍ତି ।


ତେବେ ଆଉଜଣେ ପୂର୍ବ ଏୟାର ହୋଷ୍ଟେସ କହିଛନ୍ତି କି ଇମେଜ ଓ ୟୁନିଫର୍ମକୁ ନେଇ ବହୁତ କଡା ନିୟମ ଥାଏ । ଯଦି ୟୁନିଫର୍ମରେ କାହାର ଟାଟୁ ବାହାରକୁ ଦେଖାଯାଏ ତେବେ ତାକୁ ଚାକିରୀରୁ ବହିସ୍କୃତ କରାଯାଇଥାଏ ।

ଅନ୍ୟପଟେ ଯେଉଁ ଏୟାର ହୋଷ୍ଟେସଙ୍କ ଓଜନ ବଢିଯାଏ ତା ଉପରେ ଅଫିସରମାନେ କଡା ନଜର ରଖିଥାନ୍ତି । ଯଦି ଏୟାର ହୋଷ୍ଟେସଙ୍କର କମ୍ରାଗତ ଓଜନ ବୃଦ୍ଧି ଘଟେ ତେବେ ତାଙ୍କୁ ଚେତାବନୀ ଦେଇଥାନ୍ତି ନଚେତ ତାଙ୍କ ଦରମା କଟା ହୋଇଥାଏ । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *