ତୁରନ୍ତ ସାରି ଦିଅନ୍ତୁ ବ୍ଯାଙ୍କ କାମ, କାରଣ ମଇ ମାସରେ 12 ଦିନ ପର୍ଯ୍ୟନ୍ତ ବନ୍ଦ ରହିବ ବ୍ଯାଙ୍କ, ଦେଖନ୍ତୁ କେଉଁ କେଉଁ ଦିନ ବ୍ଯାଙ୍କ ବନ୍ଦ ?

ବନ୍ଧୁଗଣ ଏପ୍ରିଲ ମାସ ଶେଷ ହେବାକୁ ମାତ୍ର ଆଉ ଗୋଟେ ଦିନ ରହିଛି । ତେବେ ଆଉ ଗୋଟେ ଦିନ ପରେ ମେ ମାସ ଆସିବ ଏହି ମେ ମାସରେ ୧୨ ଦିନ ବ୍ୟାଙ୍କ ବନ୍ଦ ରହିବାକୁ ଯାଉଛି । ଭାରତୀୟ ରିଜର୍ଭ ବ୍ୟାଙ୍କ ଦ୍ୱାରା ଜାରି କରାଯାଇଥିବା ଛୁଟି ତାଲିକା ମୁତାବକ ଏହି ଛୁଟିଗୁଡିକ ସବୁ ରାଜ୍ୟ ପାଇଁ ସମାନ ହୋଇ ନଥିଲେ ବି ସର୍ବାଧିକ ଛୁଟି ସବୁରାଜ୍ୟର ବ୍ୟାଙ୍କ କର୍ମଚାରୀଙ୍କୁ ମିଳିବ । ଭିନ୍ନ ଭିନ୍ନ ରାଜ୍ୟରେ ଭିନ୍ନ ଭିନ୍ନ ପର୍ବ ପାଇଁ କିଛି ଛୁଟି ନିର୍ଦ୍ଧିଷ୍ଠ କିଛି ରାଜ୍ୟ ପାଇଁ ରହିଛି ।

ତା ହେଲେ ବନ୍ଧୁଗଣ କେଉଁ କେଉଁ ଦିନ ମାନଙ୍କରେ ବ୍ୟାଙ୍କ ଛୁଟି ହେବାକୁ ଯାଉଛି ଆଜି ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ । ତେବେ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଖବର ବିଷୟରେ । ମିଡିଆ ରିପୋର୍ଟସ ଅନୁସାରେ ରିଜର୍ବ ବ୍ୟାଙ୍କ ଅଫ ଇଣ୍ଡିଆର ଛୁଟି ତାଲିକାରେ ପହିଲା ଅର୍ଥାତ ମେ ୧ ତାରିଖରେ ଶ୍ରମିକ ଦିବସ ଅଛି ଯେଉଁଥି ପାଇଁ ଦେଶର ବ୍ୟାଙ୍କ ଗୁଡିକ ବନ୍ଦ ରହିବ ।

ସେହିଭଳି ଇଦ ପାଇଁ କେବଳ କେରଳରେ ବ୍ୟାଙ୍କ ବନ୍ଦ ରହିବ ।ମେ ୩ ତାରିଖରେ ଭଗବାନ ପର୍ଶୁରାମ ଜୟନ୍ତୀ ପାଇଁ କେବଳ କେରଳକୁ ଛାଡି ଦେଶର ବାକି ରାଜ୍ୟଗୁଡିକରେ ବ୍ୟାଙ୍କ ବନ୍ଦ ରହିବ ।ମେ ୮ ତାରିଖ ସାପ୍ତାହିକ ଛୁଟି ପାଇଁ ସାରା ଦେଶରେ ବ୍ୟାଙ୍କ ବନ୍ଦ ରହିବ । ମେ  ୯ ତାରିଖ ସୋମବାର ରବିନ୍ଦ୍ରନାଥ ଟାଗୋର ଜୟନ୍ତୀ ପାଇଁ କେବଳ ପଶ୍ଚିମବଙ୍ଗ ଓ ତ୍ରୀପୁରାରେ ବ୍ୟାଙ୍କ ବନ୍ଦ ରହିବ ।

ମେ ୧୪ ତାରିଖ ମାସର ଦ୍ୱିତୀୟ ଶନିବାର ପାଇଁ ଦେଶର ସମସ୍ତ ବ୍ୟାଙ୍କ ବନ୍ଦ । ମେ ମାସ ୧୫ ତାରିଖ ରବିବାର ସାପ୍ତାହିକ ଛୁଟି ଅଛି । ମେ ୧୬ ତାରିଖ ସୋମବାର ପାଇଁ ବୁଦ୍ଧ ପୁର୍ଣ୍ଣିମା ଓ ସିକିମ୍ ଦିବସ ପାଇଁ ସାରା ଦେଶର ବ୍ୟାଙ୍କ ଛୁଟି । ମେ ୨୨ ତାରିଖ ରବିବାର ପାଇଁ ସାପ୍ତାହିକ ଛୁଟି । ମେ ୨୪ ତାରିଖ ମଙ୍ଗଳବାର କାଜୀ ନଜରୁଲ ଇସଲାମ ଜୟନ୍ତୀ ପାଇଁ କେବଳ ସିକ୍କିମରେ ବ୍ୟାଙ୍କ ବନ୍ଦ ।

ମେ ୨୮ ତାରିଖ ମାସର ଚତୁର୍ଥ ଶନିବାର ଓ ୨୯ ମଇ ରବିବାର ପାଇଁ ଦେଶର ସମସ୍ତ ବ୍ୟାଙ୍କ ବନ୍ଦ ରହିବ । ତା ହେଲେ ବନ୍ଧୁଗଣ ଏହି ସୂଚନାଟି ଆପଣ ମାନଙ୍କୁ କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *