ସ୍ତ୍ରୀ ଉପରେ ରାଗି ୪୨ ବର୍ଷା ହେଲା ଭାତଛାଡି ଦେଇଛନ୍ତି ବୁଢା ମଉସା, ଶୁଖିଲା ମୁଢି ଖାଇ ବଞ୍ଚୁଛନ୍ତି ଜୀବନ, ପୁରା ଘଟଣା ଶୁଣିଲେ ଆପଣ ବି ହେବେ ଚକିତ !

ବନ୍ଧୁଗଣ, ସୂଚନା ଅନୁଯାୟୀ ୪୨ ବର୍ଷ ହେବ କେବଳ ଚୂଡାମୁଢି ଖାଇ ଜୀବନ ଯାପନ କରୁଛନ୍ତି । ତେବେ ଏହା ପଛର କାରଣ ସମ୍ବନ୍ଧରେ ଆସନ୍ତୁ ଜାଣିନେବା । ବୃଦ୍ଧ ଜଣଙ୍କର ମୁଢି ଖାଇବା ପଛର କାରଣ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ । ପତ୍ନୀ ଙ୍କ ଉପରେ ଏତେ ଅଭିମାନ ତାଙ୍କର ଯେ ଦୀର୍ଘ ୪୨ ବର୍ଷ ହେବ, ସେ ଛାଡି ଦେଇଛନ୍ତି ଭାତ ଖାଇବା । କେବଳ ସେ ଖାଉଛନ୍ତି ଶୁଖିଲା ମୁଢି ନହେଲେ ଚୁଡା ଜଳଖିଆ ।

ଏହି ଘଟଣା ଟି ହେଉଛି ରସୁଲପୁର ବ୍ଲକ ଲକ୍ଷ୍ମୀ ନଗର ପଞ୍ଚାୟତ ଭେକିପୁର ଗ୍ରାମରେ ଥିବା ଘରେ ବସବାସ କରନ୍ତି । ରାମଚନ୍ଦ୍ର ମାଝୀ ହେଉଛନ୍ତି ଜଣେ ଦିନ ମଜୁରିଆ ତାଙ୍କର ଜମିବାଡି କିଛି ନାହିଁ । ସେ ଜଣେ ଗରିବ ଶ୍ରେଣୀର ଲୋକ ଅଟନ୍ତି । ପରଘରେ ମୂଲ ଲାଗିଲେ ତାଙ୍କ ପରିବାରରେ ଚୂଲି ଲାଗିଥାଏ । ଦିନେ ଉପାସ ରହିଲେ ଆର ଦିନକୁ ଯାହା ଗଣ୍ଡେ ଖାଇଦେଇ ପେଟ ପୁରାଇ ଦେଇଥାନ୍ତି ସଂପୂର୍ଣ୍ଣ ପରିବାର । ପରିବାର କହିଲେ ୫ ଝିଅ, ଦୁଇ ପୁଅ ଏବଂ ସ୍ଵାମୀ ସ୍ତ୍ରୀ ।

କିନ୍ତୁ ସମସ୍ତଙ୍କ ପେଟକୁ ଦାନା ଦେବା ସମ୍ଭବ ହୁଏ ନାହିଁ ମାତ୍ରା ଯାହା ଯେମିତି ନିଜ ସଂସାରକୁ ଚଳାଉଥିଲେ । ରାମଚନ୍ଦ୍ର ଦିନେ ପରିବା, ସଉଦା, ଏବଂ ଚାଉଳ ନେଇ ଆସିଲେ ଏବଂ ନିଜ ପତ୍ନୀ ଙ୍କୁ କହିଲେ ଯେ ଭାତ ଗଣ୍ଡେ ଆଜି ଭଲରେ ରାନ୍ଧିବୁ । ମନ ଭରେଇ ଆଜି ଭଲରେ ଗଣ୍ଡେ ଖାଇବା । ଏହାପରେ କାମ କୁ ବାହାରି ଯାଇଥିଲେ ରାମଚନ୍ଦ୍ର ।

କିନ୍ତୁ ସ୍ତ୍ରୀ ସୀତା ୫ ଟି ପିଲା ଙ୍କ ସମୟ ସାରିଲା ବେଳକୁ ସମୟ ଯାଉଥିଲା । ଏହାପରେ ଶୁଖୁଆ ବୋଝ ଲଦି ସେ ମଧ୍ୟ ବାହାରି ଗଲେ ଗାଁ ଗାଁ ବୁଲି ଶୁଖୁଆ ବିକ୍ରି କରିବାକୁ । ସ୍ତ୍ରୀ ଶୁଖୁଆ ବିକି ଘରକୁ ଆସିଲା ବେଳକୁ ଦିନ ପାହି ଯାଇଥିଲା ସେ ସଙ୍ଗେ ସଙ୍ଗେ ଚୂଲି ଲଗାଇ ଭାତ ବସାଇଲେ । କିନ୍ତୁ ସେତିକି ବେଳେ କାମ ସାରି ଆସିଯାଇଥିଲେ ରାମଚନ୍ଦ୍ର ।

ରୋଷେଇ ହୋଇ ନଥିବା ଦେଖି ରାଗ ଗରଗର ହୋଇ ସେ ଆରମ୍ଭ କରିଦେଲେ କଳିକଜିଆ । ଏତେ ଦିନରେ ମଣିଷ ଶାନ୍ତିରେ ଖାଇଥାନ୍ତା ମାତ୍ର ତାହା ମଧ୍ୟ ହେଲା ନାହିଁ । ସେ ଆଉ ଭାତ ଖାଇବେ ନାହିଁ ବୋଲି ନିଷ୍ପତ୍ତି ନେଇ ଘରୁ ବାହାରକୁ ଚାଲିଗଲେ । ସେହିଦିନ ଠାରୁ ସେ ଘର ଛାଡିଦେଲେ ଏକୁଟିଆ ରହିଲେ । ଦିନ ପରେ ଦିନ ବିତିଗଲା ସ୍ତ୍ରୀ ପିଲାଛୁଆ ଯେତେ ବୁଝାଇଲେ ମଧ୍ୟ ସେ ଭାତ ଖାଇଲେ ନାହିଁ ।

ଦୁଇ ପୁଅ ବିବାହ କରି ବୋହୁ ଆସିଲେଣି ସେମାନେ ମଧ୍ୟ ଡାକିଲେ ବୃଦ୍ଧ ଜଣଙ୍କ ଖାଉ ନାହାଁନ୍ତି । ତେବେ ସେ କହିଛନ୍ତି ସେ ଭାତ ନ ଖାଇ ଭଲରେ ଅଛନ୍ତି କୌଣସି ଅସୁବିଧା ନାହିଁ । ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *