‘ମୋ ପୁଅ ବୋହୂ ସୁଖରେ ଘର ସଂସାର କରନ୍ତୁ, ମୋ ବୋହୂ ମୋ ଝିଅ ଭଳି ରହିବ, ତାକୁ ଯେମିତି…’ କଣ କହିଲେ Aswini ଙ୍କ ମା’

ବନ୍ଧୁଗଣ, ଆପଣ ମାନେ ସମସ୍ତେ ଏହା ଜାଣିଛନ୍ତି ଯେ ଓଡିଆ ଇଣ୍ଡଷ୍ଟ୍ରୀର ଅଭିନେତା ଅଶ୍ଵିନୀ ଏବଂ ପ୍ରେରଣା ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ଏହାକୁ ନେଇ ଅଶ୍ଵିନୀ ଙ୍କ ମା’ କେଉଁ ପ୍ରତିକ୍ରିୟା ଦେଇଛନ୍ତି ଆସନ୍ତୁ ସଂପୂର୍ଣ୍ଣ ଭାବରେ ଜାଣିନେବା । ଅଶ୍ଵିନୀ ଙ୍କ ମା’ କହିଛନ୍ତି ଯେ ତାଙ୍କ ପୁଅ ଙ୍କୁ ସମସ୍ତେ ଏତେ ଭଲ ପାଉଛନ୍ତି ତଥା ଏତେ ଫ୍ୟାନ୍ସ ମାନେ ଅଛନ୍ତି ତାହାକୁ ଦେଖି ସେ ବହୁତ ଖୁସି ଅଛନ୍ତି ।

ବୋହୂ ଝିଅ ଭଳି ହେଇ ରୁହନ୍ତୁ, ଝିଅ ହୋଇ ତଥା ବୋହୂ ହେଇ କେମିତି ଭଲରେ ଘର ସଂସାର କରନ୍ତୁ ବୋଲି ମଙ୍ଗଳ କାମନା କରିଛନ୍ତି ଅଶ୍ଵିନୀ ଙ୍କ ମା’ । ସେ ଆଉ ଅଧିକ କ’ଣ କହିବେ ବୋଲି ପ୍ରତିକ୍ରିୟା ଦେଇଥିଲେ । ପୁଅ ବୋହୂ ଭଲରେ କେମିତି ଘର ସଂସାର କରନ୍ତୁ । ବୋହୂ ପ୍ରେରଣା ମଧ୍ୟ ଅନେକ ଦିନରୁ ଅପେକ୍ଷା କରିଥିଲେ ଯେ କେତେବେଳେ ସେ ତାଙ୍କ ଶାଶୁ ଘରକୁ ଯିବେ ।

ଆଜି ବୋହୂ ପ୍ରେରଣା ର ସ୍ଵୋପ୍ନ ସତ ହୋଇସାରିଛି । ଘର ସଂସାର କରିବାକୁ ହେଲେ ମଧ୍ୟ କିଛି ତ୍ୟାଗ କରିବାକୁ ହେବ ତଥା କିଛି ସହିବାକୁ ହେବ, ସବୁକିଛି ଆବଶ୍ୟକ । ଏହା କରିଲେ ହିଁ ଜଣେ ଭଲ ସଂସାରଟିଏ ଗଢି ପାରିବ । ଅଶ୍ଵିନୀ ଏବଂ ପ୍ରେରଣା ଓଡିଆ ଇଣ୍ଡଷ୍ଟ୍ରୀରେ ଆଙ୍କର ଭାବରେ ଆଙ୍କରିଙ୍ଗ କରନ୍ତି । ଉଭୟ ଏକାଠି ଅନେକ ଆଲବମ ରେ ମଧ୍ୟ ଅଭିନୟ କରିଥିବାର ନଜର ଆସିଛନ୍ତି ।

ଏମାନଙ୍କ ଯୋଡି କୁ ଦର୍ଶକେ ବହୁତ ପସନ୍ଦ କରି ଆସିଛନ୍ତି । ତେବେ ଏକାଠି କାମ କରିବା ସହିତ କେତେବେଳେ ବନ୍ଧୁତା ରୁ ତାହା ପ୍ରେମ ସମ୍ପର୍କରେ ପରିଣତ ହୋଇଗଲା ତାହା ସମସ୍ତଙ୍କୁ ଚକିତ କରିଥିଲା । ତେବେ ଅନେକ ଦିନ ପ୍ରେମ ସମ୍ପର୍କରେ ରହିବା ପରେ ବର୍ତ୍ତମାନ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ଅଶ୍ଵିନୀ ଏବଂ ପ୍ରେରଣା ।

ବିବାହରେ ଅନେକ ଅଭିନେତା ତଥା ଅଭିନେତ୍ରୀ ଯୋଗଦାନ କରିଥିଲେ । ବରଯାତ୍ରୀ ରେ କଣ୍ଠଶିଳ୍ପୀ ଅସୀମା ପଣ୍ଡା ଙ୍କ ସମେତ ବହୁ କଳାକାର ଡ୍ୟାନ୍ସ କରୁଥିବାର ନଜର ଆସିଥିଲେ । ଶେଷରେ ପ୍ରେରଣାଙ୍କ ଘର ପାଖରେ ପହଞ୍ଚିବା ପରେ ଅଶ୍ଵିନୀ ମଧ୍ୟ ଗାଡି ଉପରେ ଛିଡା ହୋଇ ଦମଦାର ଡ୍ୟାନ୍ସ କରିବାର ନଜର ଆସିଥିଲେ । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *