‘ପିଲେ ଉତ୍ତର ଡାକୁଛି ଲେଖ !’ ଚାଲିଛି ମାଟ୍ରିକ୍ ପରୀକ୍ଷା, ଖୁଲମ ଖୁଲା ପିଲାମାନଙ୍କୁ ସାର ଦିଦିମାନେ ଡାକୁଛନ୍ତି ଉତ୍ତର, ଦେଖନ୍ତୁ ehi ଭାଇରାଲ ଭିଡିଓ

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ପିଲେ ଉତ୍ତର ଡାକୁଛି ଲେଖ ! ତେବେ ଚାଲିଛି ମାଟ୍ରିକ ପରୀକ୍ଷା ହେଲେ ପରୀକ୍ଷା ପାଇଁ ନାହିଁ କାହାର ଡର ! କାରଣ ପାଖରେ ରହିଛି ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କର ଉତ୍ତର ବତାଇଦେବାର କୌଶଳ ! ତେବେ ଏପରି କିଛି ଦ୍ରୁଶ୍ଯ ନବରଂଗପୁର ଜିଲ୍ଲା ସଦର ବ୍ଲକର ବଡମସିଙ୍ଗା ସ୍କୁଲର ବୋଲି ଜଣା ପଡିଛି । ତେବେ ସେହି ସ୍କୁଲରେ ପରୀକ୍ଷା ଚାଲିଥିବା ସମୟରେ ପିଲା ମାନେ ବସି ପରୀକ୍ଷା ଦେଉଛନ୍ତି ।

ହେଲେ ତାଙ୍କୁ ଅବଜେକ୍ଟିଭ ଉତ୍ତର କରିବାରେ ଶିକ୍ଷକ ଓ ଶିକ୍ଷୟିତ୍ରୀ ସାହାଜ୍ଯ କରୁଛନ୍ତି । ତେବେ ଏହାର ଉତ୍ତର ଏଇଟା ଓ ତାହାର ଉତ୍ତର ସେଇଟା ଏଭଳି କହି କହି ସବୁର ଅବଜେକ୍ଟିଭ ଉତ୍ତର ସାର, ଦିଦି ପିଲାଙ୍କୁ କହିଦେଉଛନ୍ତି । ତେବେ ସେହି ସ୍କୁଲରେ ଦଶମ ପରୀକ୍ଷା ଚାଲୁଥିବା ସମୟରେ ପିଲାଙ୍କୁ ସାର, ଦିଦି କହୁଥିବା ବେଳର ଦ୍ରୁଶ୍ଯ କିଏ ଜଣେ ଭିଡିଓ କରି ସୋସିଆଲ ମିଡିଆରେ ଛାଡି ଦେଇଛନ୍ତି ।

ଯେଉଁ ଦୃଶ୍ୟକୁ ବର୍ତ୍ତମାନ ବହୁ ଲୋକ ଦେଖିବା ସହ ଭିଡିଓ ବହୁ ମାତ୍ରାରେ ଭାଇରାଲ ହୋଇ ହୋଇ ଯାଉଛି । ତେବେ ସେଠାରେ ଇନଭିଜିଲେଟର, ସୁପରିଟେନ୍ଡ ଉପସ୍ଥିତ ଥାଇ ମଧ୍ୟ କପି ରୋକିବା ଉପରେ ରୋକ ନଲଗାଇ ଓଲଟି ପିଲାଙ୍କୁ କପି ଯୋଗାଇ ଦେଉଛନ୍ତି । ତେବେ ଯାହାକି ପରୀକ୍ଷା ପରିଚାଳନାର ଶୁଦ୍ଧତାକୁ ସ୍ପଷ୍ଠ କରାଇଦେଉଛି । ତେବେ ଯଦି ବିଦ୍ୟାଳୟ ମାନଙ୍କରେ ଏପରି ଭାବରେ ପିଲାଙ୍କୁ କପି ଯୋଗାଇ ଦିଆଯିବ ।

ତେବେ ପିଲା ଆଉ ପାଠ ପଢି କଣ ପାଇଁ ପରୀକ୍ଷା ଦେବାକୁ ଆସିବେ । ଏହା ସହିତ ସେହି କପି କରି ପାସ ହୋଇଥିବା ପିଲାଙ୍କର ଭବିଷ୍ୟତ ଯେ ଆଗାମୀ ଦିନ ମାନଙ୍କରେ କଣ ହେବ । ତାହା ତ ଏହି ଦ୍ରୁଶ୍ଯ ଦେଖିଲେ ପୁରା ଜଳ ଜଳ ହୋଇ ଦେଖାଯାଉଛି । ତେବେ ଦଶମ ପରୀକ୍ଷାର କେଉଁ ବିଷୟ ପରୀକ୍ଷା ସମୟର ଏହି କପି ଦ୍ରୁଶ୍ଯ ଭାଇରାଲ ହୋଇଛି ତାହା ସଠିକ ଭାବରେ ସ୍ପଷ୍ଠ ହୋଇପାରିନାହିଁ ।

ତେବେ ଦ୍ରୁଶ୍ଯ ଭାଇରାଲ ପରେ ଏହି ସ୍କୁଲ ବିରୁଦ୍ଧରେ ସରକାର କଣ କାର୍ଯ୍ୟନୁଷ୍ଠାନ ନେବେ । ତାହା ଜାଣିବାକୁ ବାକି ରହିଲା । ତେବେ ଦଶମ ପରୀକ୍ଷା ଚାଲୁଥିବା ସମୟରେ ଖାଲି କପି କାହିଁକି କେଉଁଠି ପ୍ରଶ୍ନ ପତ୍ର ଲିକ୍ ହୋଇବା ଅନ୍ୟ କେଉଁଠି ପ୍ରଶ୍ନ ପତ୍ରରେ ତ୍ରୁଟି ରହିବା ମଧ୍ୟ ନଜର ଆସିଥିଲା ।  ଯଦି ଏହି ପୋଷ୍ଟଟି ଆପଣ ମାନଙ୍କୁ ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *