ମାତ୍ର ୨୦ ହଜାର ଟଙ୍କାରେ ଘରକୁ ଆଣନ୍ତୁ Royal Enfield Classic 350, କମ୍ପାନୀ ଦେଉଛି ଆକର୍ଷଣୀୟ ଅଫର୍

ବନ୍ଧୁଗଣ ବର୍ତ୍ତମାନ ଦୁନିଆ ବହୁତ ଆଧୁନିକ ହୋଇସାରିଛି । ପୂର୍ବରୁ ଲୋକମାନେ ସାଇକେଲରେ ଚଳାଚଳ କରୁଥିଲେ ହେଲେ ବର୍ତ୍ତମାନ ସମସ୍ତ ଲୋକଙ୍କ ପାଖରେ ମଟର ସାଇକେଲ ଅଛି । ହେଲେ ବନ୍ଧୁଗଣ ସମସ୍ତ ଲୋକଙ୍କର ମନରେ ଇଛା ଥାଏ ରୋୟାଲ ଏନଫେଲ୍ଡ ବାଇକ କିଣିବା ପାଇଁ ।

ହେଲେ ବନ୍ଧୁଗଣ ମାର୍କେଟରେ ଏହି ଗାଡିର ଦର ବହୁତ ଅଧିକ ରହିଥିବାରୁ ଅଧିକାଂଶ ଲୋକ ଏହି ଗାଡି କିଣି ପାରନ୍ତି ନାହିଁ । ହେଲେ ଆଜିଆମେ ଆପଣ ମାନଙ୍କୁ ଏକ ଏପରି ସୂଚନା ଦେବୁ ଯାହାର ବିଷୟରେ ଜାଣିବା ପରେ ଆପଣଙ୍କ ରୋୟାଲ ଏନଫେଲ୍ଡ କିଣିବାର ସ୍ଵପ୍ନ ପୂରଣ ହୋଇଯିବ ।

ଆପଣ ମାନଙ୍କୁ ଏହା ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏହା ସତ । ରୋୟାଲ ଏନଫେଲ୍ଡ କମ୍ପାନୀ କିଛି ଖାସ ଅଫର ନିଜ ଗ୍ରାହକ ମାନଙ୍କ ପାଇଁ ନେଇ ଆସିଛି ଯାହା ବିଷୟରେ ଆଜିଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ । ବନ୍ଧୁଗଣ ରୋୟାଲ ଏନଫେଲ୍ଡ କ୍ଲାସିକ ୩୫୦ର ଏକ ଖାସ ଅଫର ଗ୍ରାହକ ମାନଙ୍କ ପାଇଁ ଆସିଛି । ଏହି ବାଇକ୍ କ୍ରୟ ଉପରେ କମ୍ପାନୀ ତରଫରୁ ଆକର୍ଷଣୀୟ ଫାଇନାନ୍ସ ସ୍କିମ ଦିଆଯାଉଛି ।

ଆପଣ କମ ଟଙ୍କାରେ ଏହି ବାଇକ କିଣି  ଘରକୁ ଆଣିପାରିବେ । ନିକଟରେ କମ୍ପାନୀ ଏହି ବାଇକର ଅପଡେଟ୍ ଭର୍ସନ ବଜାରକୁ ଆଣିଥିଲା । ନୂଆ ଭର୍ସନରେ ୩୪୬ ଇଞ୍ଜିନ୍ ସହ ୧୯.୩ ପିଏସ ପାଓ୍ୱାର, ୨୮ ଏନଏମ ଟର୍କ ମିଳୁଛି । ଏହାସହ ଏହି ଗାଡିରେ ୫ ସ୍ପିଡ୍ ଗିଅର୍ ବକ୍ସ ମଧ୍ୟ ଦିଆଯାଇଛି । ବ୍ରେକିଂ ପାଇଁ ଡୁଆଲ ଚ୍ୟାନେଲ୍ ଏବିଏସ ଓ ଅକ୍ସିଜେନ ସେନସର୍ ମଧ୍ୟ ବାଇକରେ ରହିଛି । ପୂର୍ବ ଭର୍ସନ ତୁଳନାରେ ନୂଆ ଭର୍ସନ ବାଇକର ଦାମ୍ ମଧ୍ୟ ବୃଦ୍ଧି ପାଇଛି । ବାଇକର ଦାମ୍ ୧ଲକ୍ଷ ୭୨ ହଜାରରୁ ୧ ଲକ୍ଷ ୯୮ ହଜାର ମଧ୍ୟରେ ରହିଛି ।

ହେଲେ କମ୍ପାନୀ ବର୍ତ୍ତମାନ ଯେଉଁ ସ୍କିମ ବାହାର କରିଛି ସେଥିରେ ଆପଣ ବହୁତ କମ ଟଙ୍କାରେ ଏହି ଗାଡି କିଣି ପାରିବେ । କମ୍ପାନୀର ଓ୍ୱେବସାଇଟ୍ ଅନୁସାରେ, ୨୦ ହଜାର ଟଙ୍କାର ଡାଉନପେମେଣ୍ଟ ଦେଇ ଆପଣ ବାଇକ୍ ଫାଇନାନ୍ସ କରିପାରିବେ । ୩୬ ମାସର ଲୋନ କରିବାରେ ମାସକୁ ଆପଣଙ୍କୁ ୬୨୭୫ ଟଙ୍କା ଦେବାକୁ ପଡିବ । ସେହିପରି ୪୮ ମାସର ଲୋନ୍ ପାଇଁ ମାସିକ ୫୦୭୮ ଟଙ୍କା ଖର୍ଚ୍ଚ କରିବାକୁ ହେବ ।

ସେହିପରି ୫ ବର୍ଷ ପାଇଁ ଲୋନ୍ କଲେ ଆପଣଙ୍କୁ ମାସିକ ୪୩୭୪ ଟଙ୍କା କିସ୍ତୀ ଆକାରରେ ଦେବାକୁ ହେବ । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ରୋୟାଲ ଏନଫେଲ୍ଡ କମ୍ପାନୀର ଏହି ସ୍କିମ କିପରି ଲାଗିଲା ଆମକୁ କମେଣ୍ଟ ଦ୍ଵାରା ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *