ମିଗ-୨୧ ପାଇଲଟ ସହିଦ ଅଭିନବ ମାତ୍ର ୧ ଟଙ୍କାରେ କରିଥିଲେ ବିବାହ, ଓ କହିଥିଲେ କିଛି ଏମିତି କି ଶୁଣି ଆପଣ ବି କରିବେ ସଲାମ !

ନମସ୍କାର ବନ୍ଧୁଗଣ ଗୁରୁବାର ଦିନ ରାତିରେ ପଞ୍ଜାବ ର ମୋଗା ରେ ଭାରତୀୟ ବାୟୁ ସେନା ର ଏକ ବିମାନ ମିଗ-୨୧ କ୍ରା-ସ ହୋଇଗଲା । ଏହି ଘଟଣା ରେ ଫାଇଟର ପ୍ଲେନ ର ପାଇଲଟ ଙ୍କ ମୃ-ତ୍ୟୁ ହୋଇଗଲା ।

ବିମାନ ର ଦୁ-ର୍ଘ-ଟ-ଣା ସମ୍ପର୍କରେ କିଛି ବି ସଠିକ ସୂଚନା କିମ୍ବା କାରଣ ମିଳି ନାହିଁ ତେବେ ଏହା ଉପରେ ତଦନ୍ତ ଚାଲିଛି । ଏହି ଦୁର୍ଘଟଣା ରେ ଶହୀଦ ହୋଇଥିବା ପାଇଲଟ ଙ୍କ ନାମ ହେଉଛି ଅଭିନବ ଚୌଧୁରି । ଯାହାଙ୍କର ପରିବାର ମୂଳତଃ ଉତ୍ତରପ୍ରଦେଶ ର ବାଗପତ ର ନିବାସୀ । କିନ୍ତୁ ବର୍ତ୍ତମାନ ତାଙ୍କ ପରିବାର ମେରଠ ରେ ରହୁଛନ୍ତି । ଅଭିନବ ଙ୍କର ମୃ-ତ୍ୟୁ ର ଖବର ତାଙ୍କ ପରିବାର କୁ ଭାଙ୍ଗି ଦେଇଛି ।

ଅଭିନବ ଙ୍କ ବିବାହ ୨୫ ଡିସେମ୍ବର ୨୦୧୯ ମସିହାରେ ବହୁତ ଧୁମଧାମରେ ରେ ହୋଇଥିଲା । କିନ୍ତୁ ଏତେ ଶୀଘ୍ର ସେ ନିଜ ପରିବାର କୁ ଛାଡି ଯିବେ ବୋଲି କେହି ଭାବି ନ ଥିଲେ । ଅଭିନବ ଜଣେ କୃଷକ ଙ୍କ ପୁତ୍ର ଏବଂ ସେ ଜଣେ ଯୋଗ୍ୟ ପାଇଲଟ ମଧ୍ୟ ସେ ନିଜ ବିବାହ ସମୟରେ ଗୋଟିଏ ଟଙ୍କା ନେଇ ନିଜ ନିର୍ବନ୍ଧ ଏବଂ ବିବାହ ସମ୍ପନ୍ନ କରିଥିଲେ ସେ ସମାଜ କୁ ଯୌତୁକ ପ୍ରଥା କୁ ବାରଣ କରିବା ବିଷୟରେ ସୂଚନା ଦେଇଥିଲେ ।

ବିବାହ ସମୟରେ ଝିଅ ପକ୍ଷ ରୁ ମିଳିଥିବା ଧନ ରାଶି କୁ ମଧ୍ୟ ସେ ସମ୍ମାନ ପୁର୍ବକ ଫେରାଇ ଦେଇଥିଲେ ଏବଂ ନିଜ ଦାମ୍ପତ୍ୟ ଜୀଵନ ସୁଖ ପୁର୍ବକ ଆରମ୍ଭ କରିଥିଲେ । ତାଙ୍କ ପରିବାର ବିଷୟରେ ଚର୍ଚ୍ଚା କଲେ ତାଙ୍କ ପିତାଙ୍କ ନାମ ହେଉଛି ସତେନ୍ଦ୍ର ଚୌଧୁରୀ ଯିଏ ଜଣେ କୃଷକ । ତାଙ୍କ ମାତାଙ୍କ ନାମ ସତ୍ୟ ଚୌଧୁରୀ ଯିଏ ଜଣେ ଗୃହିଣୀ । ତାଙ୍କର ସାନ ଭଉଣୀ ଙ୍କ ନାମ ହେଉଛି ମୁଦ୍ରିକା ଚୌଧୁରୀ ।

ଅଭିନବ ଙ୍କ ବିବାହ ଜଣେ ପ୍ରଧାନ ପ୍ରାଧ୍ୟାପକ ଙ୍କ ପୁତ୍ରୀ ସୋନିକା ଉଜ୍ଜ୍ୱଳ ସହ ହୋଇଥିଲା । ଯିଏ କି ଫ୍ରାନ୍ସ ରେ ମାଷ୍ଟର ଅଫ ସାଇନ୍ସ ର ଡିଗ୍ରୀ ହାସଲ କରିଛନ୍ତି । ଅଭିନବ ଙ୍କ ବାପା ଯୌତୁକ ପ୍ରଥା ର ବିରୋଧ କରୁଥିଲେ ତାଙ୍କ ମତରେ ଦୁଇ ପରିବାର ର ମିଳନ ରେ ଯୌତୁକ ର କୌଣସି ଆବଶ୍ୟକତା ନାହିଁ ।

ଅଭିନବ ଡେରାଡୁନ ରେ ଆର ଆଇ ଏମ ସୀ ରେ ପାଠ ପଢିଥିଲେ । ଅଭିନବ ଙ୍କ ମୃ-ତ୍ୟୁ ର ଖବର ତାଙ୍କ ପରିବାର ସହିତ ବାୟୁସେନାରେ ମଧ୍ୟ ଶୋକ ର ଛାୟା ଖେଳାଇ ଦେଇଛି । ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *