Jyotish Shastra- 26 ମେ ଚନ୍ଦ୍ରଗ୍ରହଣ, ଏହି 4 ଟି ରୁହନ୍ତୁ ସାବଧାନ ! ଘଟିପାରେ କିଛି ଅଘଟଣ

୨୬ ମଇ କୁ ଲାଗିବ ଚନ୍ଦ୍ରଗ୍ରହଣ । ଚାରଟି ରାଶି ହୋଇ ପାରନ୍ତି ବର୍ବାଦ । ଆଜି ଆମେ ସେହି ରାଶି ମାନଙ୍କ ବିଷୟରେ କଥା ହେବୁ ଯେଉଁ ମାନଙ୍କ ଉପରେ ଏହି ଚନ୍ଦ୍ର ଗ୍ରହଣର ପ୍ରଭାବ ବହୁତ ଖରାପ ପଡିପାରେ ।

ତେବେ ଚାଲନ୍ତୁ ସେହି ରାଶି ଗୁଡିକ ବିଷୟରେ ଆଲୋଚନା କରି ନେବା । ସୂର୍ଯ୍ୟ, ଚନ୍ଦ୍ର, ଏବଂ ପୃଥିବୀ ଯେତେବେଳେ ଏକ ସାଙ୍ଗରେ ଗୋଟିଏ ରେଖରେ ଆସନ୍ତି ସେତେବେଳେ ଚନ୍ଦ୍ରଗ୍ରହଣ ହୋଇଥାଏ ଏବଂ ଯେତେବେଳେ ଚନ୍ଦ୍ରମା ପୃଥିବୀ ର ଛାୟା ରେ ଆସି ଯାଇଥାଏ ସେତେବେଳେ ଚନ୍ଦ୍ରଗ୍ରହଣ ଲାଗିଥାଏ । ଚନ୍ଦ୍ରଗ୍ରହଣ ସର୍ଵଦା ପୂର୍ଣ୍ଣିମା ତିଥି ରେ ହିଁ ଲାଗିଥାଏ । ୨୦୨୧ ମସିହାର ପ୍ରଥମ ଚନ୍ଦ୍ରଗ୍ରହଣ ଲାଗିବାକୁ ଯାଉଛି ।

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଗ୍ରହଣ ଲାଗିଲେ ଏହାର ପ୍ରଭାବ ରାଶି ମାନଙ୍କ ଉପରେ ମଧ୍ୟ ହୋଇଥାଏ । ଏହି ବର୍ଷ ର ଚନ୍ଦ୍ରଗ୍ରହଣ ଉପଛାୟା ଚନ୍ଦ୍ରଗ୍ରହଣ ହେବ । ଏହା ଛଡା ଜ୍ୟୋତିଷ ଶାସ୍ତ୍ର ଅନୁସାରେ କିଛି ରାଶି ଗୁଡିକ ଉପରେ ଏହାର ଖରାପ ପ୍ରଭାବ ପକାଇଛି । ସେଥିପାଇଁ ଏହି ରାଶି ର ଲୋକ ମାନଂକୁ ସତର୍କ ରହିବା ଆବଶ୍ୟକ । ଏହି ଚନ୍ଦ୍ରଗ୍ରହଣ ୨୬ ତାରିଖ ରେ ୨:୧୭ ରୁ ୭:୧୯ ପର୍ଯ୍ୟନ୍ତ ରହିବ । ତେବେ ଆସନ୍ତୁ ସେହି ରାଶି ଗୁଡିକ କିଏକିଏ ।

୧- ପ୍ରଥମ ରାଶି ହେଉଛି ବିଛା ରାଶି । ଜ୍ୟୋତିଷ ଶାସ୍ତ୍ର ଅନୁସାରେ ବିଛା ରାଶି ଉପରେ ଖରାପ ପ୍ରଭାବ ପକାଇବ ଏବଂ ଏହା ଯୋଗୁଁ ସେମାନଙ୍କ ସବୁ କାର୍ଯ୍ୟ ରେ ବାଧା ମଧ୍ୟ ସୃଷ୍ଟି ହେବ ଏବଂ ଜୀଵନ ରେ ଅନେକ ଅସୁବିଧା ଆସି ପାରେ । ଧନ ସମ୍ପତ୍ତି ର ମଧ୍ୟ ଉନ୍ନତି ହେବ ନାହିଁ । ଏହି ରାଶି ର ବ୍ୟକ୍ତି ମାନେ ବାଦ ବିବାଦ ରେ ଫସି ଯାଇ ପାରନ୍ତି । ସ୍ୱାସ୍ଥ୍ୟ ମଧ୍ୟ ଖରାପ ରହିବ । ତେଣୁ ଟିକେ ସଚେତନ ରହି କାର୍ଯ୍ୟ କରିବା ଆବଶ୍ୟକ ।

୨- ଦ୍ଵିତୀୟ ରାଶି ହେଉଛି ମିଥୁନ ରାଶି । ଏହି ରାଶି ଉପରେ ମଧ୍ୟ ଏହି ଚନ୍ଦ୍ରଗ୍ରହଣ ର ଖରାପ ପ୍ରଭାବ ପଡିବ ଏହା ଯୋଗୁଁ ଆପଣ ଙ୍କ ର ମଧ୍ୟ କାର୍ଯ୍ୟ ରେ ବିଭିନ୍ନ ଅସୁବିଧା ଦେଖାଯିବ । ଏହା ଛଡା ଏହି ରାଶିର ବ୍ୟକ୍ତି ମାନଙ୍କ ସ୍ୱାସ୍ଥ୍ୟ ମଧ୍ୟ ଖରାପ ରହିବ ଏବଂ ଆପଣ ଙ୍କୁ ମାନସିକ ଚିନ୍ତା ର ମଧ୍ୟ ସାମ୍ନା କରିବାକୁ ପଡିବ । ଆପଣ ନିଜ କଥା ଉପରେ ନିୟନ୍ତ୍ରଣ ରଖନ୍ତୁ ଏବଂ ଭାବି ଚିନ୍ତି କଥା କୁହନ୍ତୁ ।

୩- ତୃତୀୟ ରାଶି ହେଉଛି ସିଂହ ରାଶି । ଏହି ରାଶି ଉପରେ ମଧ୍ୟ ଏହି ଚନ୍ଦ୍ରଗ୍ରହଣ ର ଖରାପ ପ୍ରଭାବ ପଡିବ । ଏହା ଯୋଗୁଁ ଆପଣ ଙ୍କର ପ୍ରେମ ସମ୍ପର୍କ ରେ ଫାଟ ମଧ୍ୟ ପଡିପାରେ ଏବଂ ମାତା ପିତାଙ୍କ ସହ ନିୟନ୍ତ୍ରଣର ସହିତ ଏବଂ ଭାବି ଚିନ୍ତି କଥା କହିବା ଆବଶ୍ୟକ । ଆପଣ ଙ୍କ କ୍ୟାରିୟର ରେ ମଧ୍ୟ ବିଭିନ୍ନ ସମସ୍ୟା ଦେଖାଯିବ । ତେଣୁ ସାବଧାନ ରହିବା ଉଚିତ ।

୪- ଚତୁର୍ଥ ରାଶି ହେଉଛି କୁମ୍ଭ ରାଶି । ଏହି ଚନ୍ଦ୍ରଗ୍ରହଣ ର ଖରାପ ପ୍ରଭାବ ମଧ୍ୟ ଏହି ରାଶି ଉପରେ ପଡିବ ଏବଂ ଏହା ଯୋଗୁଁ ଆପଣ ଙ୍କ ସ୍ୱାସ୍ଥ୍ୟ ଖରାପ ହୋଇ ପାରେ । ମୁଣ୍ଡ ବିନ୍ଧି ପାରେ । ଯାନ ବାହାନ କୁ ସାବଧାନ ର ସହିତ ଚଲାଇବା ଉଚିତ । ଏହା ଛଡା ସବୁ କାର୍ଯ୍ୟ କୁ ଭାବି ଚିନ୍ତି ଏବଂ ଦେଖିକରି କାମ କରିବା ଉଚିତ ତେଣୁ ଟିକେ ସତର୍କତା ଅବଲମ୍ବନ କରିବା ଆବଶ୍ୟକ ଅଟେ ।

ଆପଣ ମାନଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ନିଶ୍ଚିତ କମେନ୍ଟ ଦିଅନ୍ତୁ । ଏହିପରି ଜ୍ଯୋତିଷ ସମ୍ବନ୍ଧୀୟ ବିବରଣୀ ପାଇବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *