Health Tips- ମାତ୍ର 2 ମିନିଟରେ ଦାନ୍ତବିନ୍ଧା, ପୋକ ଦାନ୍ତ, ମାଢ଼ିରୁ ରକ୍ତ ପଡିବା ସବୁ କିଛି ଭଲ ହୋଇଯିବ, କେବଳ କରନ୍ତୁ ଏହି ଉପାୟ

ବନ୍ଧୁଗଣ, ଆପଣଙ୍କର ଭୟଙ୍କରରୁ ଭୟଙ୍କର ଦାନ୍ତବିନ୍ଧା, ମାଢି ଫୁଲା, ଏବଂ ଦାନ୍ତରେ ପୋକ ଭଳି ସମସ୍ୟାକୁ ଏହି ଉପାୟ ସଠିକ କରିବ । ଆପଣଙ୍କର ଦାନ୍ତବିନ୍ଧା ଯେତେ ମଧ୍ୟ ପୁରୁଣା ହୋଇଥାଉ ଏହାର ଥରେ ପ୍ରୟୋଗ କରି ଦେଖନ୍ତୁ ଦେଖିବେ ଆପଣଙ୍କର ଦାନ୍ତ ବିନ୍ଧା ତୁରନ୍ତ ଭଲ ହୋଇଯିବ । ତେବେ ଆସନ୍ତୁ ଜାଣିନେବା ଦାନ୍ତ ଜନିତ ସବୁ ସମସ୍ୟାକୁ ଦୂର କରିବା ନିମନ୍ତେ କେଉଁ କେଉଁ ଉପାୟ ମାନ ଅବଲମ୍ବନ କରିବା ?

ଏହି ଉପାୟକୁ ପ୍ରସ୍ତୁତ କହିବା ନିମନ୍ତେ ଆପଣଙ୍କୁ ଆବଶ୍ୟକ ପିଜୁଳି ପତ୍ର । ଯାହା ଆପଣଙ୍କ ବାରି ତଥା ଆଖ ପାଖରୁ ବହୁତ ସହଜରେ ମିଳିଯିବ । ପିଜୁଳି ଆମ୍ଭ ଶରୀର ନିମନ୍ତେ କେତେ ଲାଭ ଦାୟକ ହୋଇଥାଏ ଏହା ଆପଣ ସମସ୍ତେ ଜାଣିଛନ୍ତି । ଏହା ସହିତ ପିଜୁଳି ପତ୍ରରେ ମଧ୍ୟ ଅନେକ ପ୍ରକାରର ଭିଟାମିନ ମିଳିଥାଏ । ଯାହା ଆମ୍ଭ ସ୍ୱାସ୍ଥ୍ୟ ନିମନ୍ତେ ବହୁତ ଅଧିକ ଲାଭଦାୟକ ହୋଇଥାଏ ।

ପିଜୁଳିପତ୍ରର ଫାଇଦା ସମ୍ବନ୍ଧରେ ବୋଧହୁଏ ବହୁତ କମ ଲୋକ ଜାଣିଥିବେ । ଓଜନ କମାଇବା ଜଏଣ୍ଟ ପେନ ଏବଂ କଫ ତଥା ଥଣ୍ଡା ଭଳି ଅନେକ ପ୍ରକାରର ସମସ୍ୟାକୁ ଦୂର କରିବା ନିମନ୍ତେ ପୁଜୁଳି ପତ୍ର ବହୁତ ଅଧିକ ଚମତ୍କାରୀ ଅଟେ । ଆଜି ଆମ୍ଭେ ପିଜୁଳି ପତ୍ରର କିଭଳି ପ୍ରୟୋଗ କରି ଦାନ୍ତ ଜନିତ ରୋଗରୁ ମୁକ୍ତି ପାଇବେ ସେ ସମ୍ବନ୍ଧରେ କହିବାକୁ ଯାଉଅଛୁ । ପ୍ରଥମେ ଆପଣ କିଛି ପିଜୁଳି ପତ୍ର ଆଣି ତାହାକୁ ଭଲ ଭାବରେ ପାଣିରେ ଧୋଇଦିଅନ୍ତୁ ।

ଏହା ପରେ ଏହାକୁ ଆପଣ ଛୋଟ ଛୋଟ ଖଣ୍ଡରେ ଛିଡାଇ ଦିଅନ୍ତୁ । ଆପଣ ଚାହିଁଲେ ଏହାକୁ ବାଟିପାରିବେ । ଏହାକୁ ଭଲ ଭାବରେ ବାଟି ଆପଣ ଏଥିରୁ ରସ ବାହାର କରି ନିଅନ୍ତୁ । ଏହାପରେ ଆପଣ ଅଳ୍ପ ତୁଳା ନିଅନ୍ତୁ । ଏବଂ ଏହି ରସରେ ବୁଢାଇ ଦିଅନ୍ତୁ । ଥରେ ପ୍ରୟୋଗ କରିବା ନିମନ୍ତେ ଆପଣ ୩ ରୁ ୪ ଟି ପିଜୁଳି ପତ୍ର ର ରସ କାଢନ୍ତୁ । ଏହାପରେ ଆପଣ ଚିମୁଟାଏ ହଳଦୀଗୁଣ୍ଡା ନିଅନ୍ତୁ ।

ଏହାପରେ ସେଥିରେ ତୁଳାକୁ ଭଲ ଭାବରେ ମିଶାଇ ଦିଅନ୍ତୁ । ଏହା ମଧ୍ୟରେ କଷ୍ଟ ନିବାରକର ଗୁଣ ମିଳିଥାଏ । ଏଥିପାଇଁ ଆପଣ ଚିମୁଟାଏ ହଳଦୀଗୁଣ୍ଡା ଏଥିରେ ନିହାତି ମିଶାନ୍ତୁ । ଏହାପରେ ଯେଉଁ ଦାନ୍ତ ରେ ଆପଣଙ୍କର କଷ୍ଟ ହେଉଅଛି ତଥା ବିନ୍ଦୁଅଛି ସେହି ଦାନ୍ତରେ ଏହାକୁ ଚାପି ରଖନ୍ତୁ । ୩୦ ମିନିଟ ଅଥବା ଅଧଘଣ୍ଟା ପର୍ଯ୍ୟନ୍ତ ଆପଣ ଏହାକୁ ଦୁଇ ଦାନ୍ତ ମଧ୍ୟରେ ଚାପି ରଖନ୍ତୁ ।

ଆପଣ ଦେଖିବେ ଆପଣଙ୍କୁ ବହୁତ ଆରାମ ମିଳିବ । ଯଦି ଆପଣଙ୍କର ଦାନ୍ତ ବିନ୍ଧୁନାହିଁ ମାତ୍ର ଆପଣଙ୍କୁ ପାଇରିଆ ଭଳି ସମସ୍ୟା ରହିଅଛି, ତେବେ ଆପଣ ଏଥିରେ ଦୁଇ ଟୋପା ସୋରିଷ ତେଲ ଏବଂ ଚିମୁଟାଏ ଲୁଣ ମିଶାଇ ଏହି ମିଶ୍ରଣକୁ ଆପଣଙ୍କ ମାଢିରେ ଆଙ୍ଗୁଠି ସହାୟତାରେ ମସାଜ କରନ୍ତୁ ଦେଖିବେ ଆପଣଙ୍କ ଦାନ୍ତ ଜନିତ ସମସ୍ତ ସମସ୍ୟା ଦୂର ହୋଇଯିବ । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *