ଦୁନିଆର ସବୁଠୁ ଖତରନାକ 5 ଟି ଜାଗା, ଯେଉଁଠିକି ଥରେ ଗଲେ ଆଉ ଫେରେନି ମଣିଷ…

ବନ୍ଧୁଗଣ, ସାଧାରଣତଃ ଆମ୍ଭ ମାନଙ୍କ ମଧ୍ୟରୁ ପ୍ରାୟ ସମସ୍ତେ ଗୋଟିଏ ଭଲ ଜାଗାକୁ ଯିବାକୁ ପସନ୍ଦ କରିଥାନ୍ତି । ଯେଉଁଠାରେ ଅଧିକ ଶାନ୍ତି ଥିବ ଏବଂ କୌଣସି ପ୍ରକାରରୁ ମୃ-ତ୍ୟୁର ଖତରା ନ ରହିଥିବ । ମାତ୍ର କିଛି ଏଭଳି ମଧ୍ୟ ସ୍ଥାନ ଅଛି ଯେଉଁଠାରେ ମନୁଷ୍ୟର ଜୀବନ ନିମନ୍ତେ ଅଧିକ ଖତରା ହୋଇଥାଏ, ଏମାନଙ୍କ ମଧ୍ୟରୁ କିଛି ସ୍ଥାନକୁ ଆଜି ମଧ୍ୟ ଲୋକ ମାନଙ୍କୁ ଯିବାକୁ ବାରଣ କରାଯାଇଅଛି । ତେବେ ଆସନ୍ତୁ ଜାଣିନେବା ସେହି ବିଶେଷ ସ୍ଥାନ ମାନଙ୍କ ସମ୍ବନ୍ଧରେ ।

୧;- ramree island, ଏହାର ନାମ ଗିନିସ ବୁକ ଅଫ ରେକର୍ଡ ରେ ଏକ ଏଭଳି ଜାଗା ଭାବରେ ରହିଅଛି ଯାହାର ଜୀବଜନ୍ତୁ ମାନେ ମନୁଷ୍ୟକୁ ସବୁଠାରୁ ଅଧିକ ହାନି ପହଁଞ୍ଚାଇଛନ୍ତି । ଏବଂ ସେହି ସ୍ଥାନ ୧୯୪୫ରେ ଘଟିଥିବା ଏକ ଘଟଣା ଯୋଗୁଁ ମିଳିଛି । ଏଥିରେ ପ୍ରାୟ ୧୦୦୦ ଜାପାନୀ ସୈନିକ ଏଠାକାର ବିଶାଳ ଖାରପାଣିର କୁମ୍ଭୀର ମାନଙ୍କ ଶିକାର ବନିଯାଇଥିଲେ । ଏଣୁ ଏଠାକୁ ବିଶେଷ କେହି ଯିବାଆସିବା କରନ୍ତି ନାହିଁ ।

୨;- miyakejima izu island, ଏହା ଜାପାନ ର ଏକ ସ୍ଥାନ ଅଟେ । ଏଠାରେ ମନୁଷ୍ୟ ବସବାସ ତ କରୁଛନ୍ତି ମାତ୍ର ଏଠାରେ ଚଳପ୍ରଚଳ ହେବା ନିମନ୍ତେ ତାଙ୍କୁ ଗ୍ୟାସ ମାସ ଲଗାଇ ଚଳିବାକୁ ହୋଇଥାଏ । କାରଣ ଏଠାକାର ବାତାବରଣରେ ଜହରିଲା ପଦାର୍ଥର ମାତ୍ର ସାମାନ୍ୟ ଠାରୁ ବହୁତ ଅଧିକ ମାତ୍ରରେ ଆସି ପହଞ୍ଚି ଯାଇଛି । ଏଣୁ ଏଠାରେ ମଧ୍ୟ ବିଶେଷ କେହି ବୁଲିବାକୁ ଆସନ୍ତି ନାହିଁ ।

୩;- snake island Brazil, ଏହା ବ୍ରାଜିଲ ର ସାପ ପାଳିତ ତଟ ଅଟେ । ଏହାକୁ ଗୋଲ୍ଡେନ ଲାଫ ସାପ ପ୍ରଜାତିର ଘର ବୋଲି କୁହାଯାଇଥାଏ । ଏଠାରେ ଏହି ସାପର ସଂଖ୍ୟା ଏତେ ଅଧିକ ଯେ ପ୍ରତ୍ୟକ ବର୍ଗ ମିଟରରେ ୫ ଟି ସାପ ରହିଥାନ୍ତି । ଏହି ସାପ ମାନଙ୍କର ଗଣତି ବିଶ୍ଵର ସବୁଠାରୁ ବିଷାକ୍ତ ସାପ ମଧ୍ୟରୁ କରାଯାଇଥାଏ । ଏହି ସାପର କାଟିବା ଦ୍ଵାରା ମଣିଷ ୧୦ ରୁ ୧୫ ମିନିଟ ମଧ୍ୟରେ ମରିଯାଇଥାଏ । ସଂପୂର୍ଣ୍ଣ ବ୍ରାଜିଲରେ ସାପ ଦଂସନ ଦ୍ଵାରା ହୋଇଥିବା ମୃ-ତ୍ୟୁ ମଧ୍ୟରୁ ୯୦ ପ୍ରତିଶତ ମୃ-ତ୍ୟୁ ନିମନ୍ତେ ଏହି ସାପ ଦାୟୀ ଅଟନ୍ତି ।

୪;- Aokigahara japan, ଏହା ଜାପାନ ରେ ଏକ ପ୍ରାଚୀନ ଭୁତ ଜାଗା ଅଟେ । ୬୦ ବର୍ଷ ପୂର୍ବେ ଏହି ଜାଗା ଆତ୍ମହତ୍ୟା କରୁଥିବା ଲୋକଙ୍କ ମନ ପସନ୍ଦ ଜାଗା ଥିଲା । ପ୍ରତ୍ୟକ ବର୍ଷ ଏହି ଜଙ୍ଗଲରେ ୭୦ ରୁ ୧୦୦ ଲୋକଙ୍କ ମୃ-ତଦେହ ମିଳିଥାଏ । ଏହା ସହିତ ଏହି ଜଙ୍ଗଲରେ ଲୋକଙ୍କୁ ମାରିବା ସହିତ ଏଭଳି ଲୁଟେରା ମିଳିଥାନ୍ତି ଯେଉଁମାନେ ଆତ୍ମହତ୍ୟା କରୁଥିବା ଲୋକଙ୍କର ପଇସା ନେଇଥାନ୍ତି ।

୫;- Bloody pond ଜାପାନ, ଏହା ଜାପାନର ସବୁଠାରୁ ପ୍ରସିଦ୍ଧ ସ୍ଥାନ ମଧ୍ୟରୁ ଗୋଟିଏ ଅଟେ । ଏହି ପୋଖରୀରେ ପହଁରିବା ମନା । କାରଣ ଏହାର ତାପମାନ ୧୯୪ ଫାରାନାଇଟ ରହିଥାଏ । ଏହି ପୋଖରୀରେ ଲୌହ ପଦାର୍ଥ ଏବଂ ଲୁଣର ମାତ୍ରା ବହୁତ ଅଧିକ ହୋଇଥାଏ । ଏବଂ ଏହାର ପଣି ଲାଲ ରଙ୍ଗର ହୋଇଥାଏ । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟାମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *