Exclusive Interview: ‘ମୋ ଗୀତ ଶୁଣି ସେ ଝିଅ ହାତ କାଟି ଦେଇଥିଲା, ମୁଁ ଗଲା ପରେ…’ ନିଜ ଜୀବନର କିଛି ଅଭୂଲା ସ୍ମୃତି ବଖାଣିଲେ ଅଭିନେତା Deepak

ବନ୍ଧୁଗଣ, ସାଧାରଣତଃ ଆପଣ ମାନେ ଓଡିଆ ସିନେମା ତଥା ଆଲବମ ଦେଖିବାକୁ ବେସ ଭଲପାଆନ୍ତି । ଆଜି ଆମ୍ଭେ କହିବାକୁ ଯାଉଅଛୁ ଯେ ଅନାମିକା ନାୟିକା ହେଲା ମୋର ପ୍ରେମିକା, ଚିରି ଦେବା ଆଗରୁ ଚିଠି ଥରେ ପଢି ଦେଖ, ଆଜି ବି ମୋ ପ୍ରିୟା ଏହିଭଳି ହିଟ ସଂଙ୍ଗ ଦେଇଥିବା ନାୟକ ଦୀପକ ପରିଡା ଙ୍କ ବିଷୟରେ । ସେ ନିଜ ମନର କଥା କୁ ମିଡିଆ ଆଗରେ ସେୟାର କରିଛନ୍ତି । ତେବେ ଆସନ୍ତୁ ଜାଣିନେବା ସେ କ’ଣ କହିଛନ୍ତି ? ସେ କହିଛନ୍ତି ଯେ ମଡେଲିଙ୍ଗ ରୁ ଓଡିଆ ଇଣ୍ଡଷ୍ଟ୍ରୀରେ ପାଦ ଦେଇଥିଲେ ।

ଲଣ୍ଡନରେ ସେ ବର୍ତ୍ତମାନ ମଧ୍ୟ କିଛି ସୁଟ କରିଥିଲେ । ଏବଂ ସମୟ ମିଳିଲେ ସେ ନିଶ୍ଚିତ ଅଳ୍ପ ଅଳ୍ପ ସୁଟ କରୁଛନ୍ତି । ଲୋକଙ୍କୁ ଏକାଠି କରି କିଛି ଆରଗାନାଇଜ କରିବା, ତଥା କଲଚର କୁ ଭଲପାଇବା, ଓଡିଶା ପ୍ରତି ତଥା ଓଡିଆ ମାଟି ପ୍ରତି ବହୁତ ଆଫେକ୍ସନ ରହିଅଛି । ଦୀପକଙ୍କ ପ୍ରଥମ ଚଳଚିତ୍ର ହେଉଛି ସାବତ ମା’ । ଏହି ଚଳଚିତ୍ରରେ ଦୀପକଙ୍କ ମନଲାଖି କ୍ୟାରେକ୍ଟର ଥିଲା ବୋଲି ସେ କହିଛନ୍ତି ।

ଅନାମିକା ନାୟିକା ଗୀତ ରେ ଅଭିନୟ ଦେଖି ଦୀପକଙ୍କୁ ପିକ କରିଥିଲେ ବୋଲି ସେ କହିଛନ୍ତି । ସେ ବୀଣାପାଣି ଙ୍କୁ ବିବାହ କରିଥିବାର କହିଛନ୍ତି । ଏବଂ ତାଙ୍କର ଆରେଞ୍ଜ ମ୍ୟାରେଜ ହୋଇଥିଲା । ବିବାହ ପରେ ସେ ଦୂରଦର୍ଶନ ନିମନ୍ତେ ଏକ ଗୀତ ସୁଟ କରିଥିଲେ ଏବଂ ସେ ତାଙ୍କ ପତ୍ନୀ ବୀଣାଙ୍କୁ ସାଙ୍ଗରେ ନେଇ ଯାଇଥିଲେ ।

ସିଦ୍ଧାର୍ଥ ଟିଭି ର ଏକ ଇଣ୍ଟରଭିୟୁରେ ବୀଣା ଏବଂ ଦୀପକ ଏକା ସାଙ୍ଗେ ମିଡିଆ ସାମ୍ନାକୁ ଆସିଥିଲେ । ସେ ଯେତେବେଳେ ଇଂଜିନିୟରିଂ ପଢୁଥିଲେ ସେତେବେଳେ ସିନିୟର ମାନେ ଦୀପକ ନ ଙ୍କୁ କହିଥିଲେ ତୁମକୁ ଏକ ଫ୍ୟାସନ ସୋ କରିବାକୁ ପଡିବ । ଏହାପରେ ଫ୍ୟାସନ ସୋ ରେ ତାଙ୍କ କଲେଜ ୩ ୟ ସ୍ଥାନ ଅଧିକାର କରିଥିଲା । କଳାମନ୍ଦିର ଆଡଭାଟଇଜମେଣ୍ଟ ତାଙ୍କ ପାଇଁ ଗୋଲ୍ଡେନ ମୂହୁର୍ତ୍ତ ଥିଲା ବୋଲି ସେ କହିଛନ୍ତି ।

ତେବେ ଦୀପକ ବର୍ତ୍ତମାନ ନିଜ ପରିବାର ସହିତ ବେସ ଖୁସିରେ ଜୀବନ ଅତିବାହିତ କରୁଛନ୍ତି । ଏବଂ ତାଙ୍କୁ ସମୟ ମିଳିଲେ ସେ ଓଡିଶା ଆସି ଏଠାରେ ଆଲବମ ଗୀତ ଇତ୍ୟାଦିରେ ଅଭିନୟ କରନ୍ତି । ତେବେ ଦୀପକ ନିଜ ମନର କଥା ଏହିଭଳି ଭାବରେ ସେୟାର କରିଛନ୍ତି । ବନ୍ଧୁଗଣ ଆପଣ ମାନଙ୍କୁ ଏହି ବିଶେଷ ବିବରଣୀ କିଭଳି ଲାଗିଲା ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *