ମାତ୍ର 4 ଘଣ୍ଟା କାମ କରି Amazonରୁ ରୋଜଗାର କରିପାରିବେ 70 ହଜାର ଟଙ୍କା, ଜାଣନ୍ତୁ କେମିତି …

ବନ୍ଧୁଗଣ ଆଶାୟୀ ମାନଙ୍କ ପାଇଁ ଏକ ବଡ ଖୁସି ଖବର ଆସିଛି । ମାତ୍ର ୪ ଘଣ୍ଟା କାମ କରିଲେ ମିଳିବ ୭୦ ହଜାର ଟଙ୍କା । ଏହି କଥାଟି ଆପଣ ମାନଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଏହା ସତ । ଏହି ସୁବର୍ଣ୍ଣ ସୁଯୋଗ ଦେଉଛି ଦୁନିଆର ସବୁଠାରୁ ବଡ ଇ କମର୍ଶ କମ୍ପାନୀ ଆମାଜୋନ । ବିଶେଷ କଥା ହେଉଛି ଆପଣ ମାନଙ୍କୁ ପ୍ରତିଦିନ ୮ ରୁ ୯ ଘଣ୍ଟା କାମ କରିବାର କୌଣସି ଆବଶ୍ୟକତା ନାହିଁ ।

ଆପଣ ମାନେ ମାତ୍ର ୪ ଘଣ୍ଟାର କାମ କଲେ ମୋଟା ଅଙ୍କର ଦରମା ପାଇବେ । ଏହା ସହ କମ୍ପାନୀ ମଧ୍ୟ ଆପଣ ମାନଙ୍କ ଉପରେ କୌଣସି ପ୍ରତିବନ୍ଧକ ଲଗାଇ ନାହିଁ । ନିଜ ଇଛାରେ ଆପଣ କମ୍ପାନୀରେ କାମ କରିବେ । ଯଦି ଚାହିଁବେ ଆପଣ ଫୁଲ ଟାଇମ କିମ୍ବା ପାର୍ଟ ଟାଇମରେ କାମ କରିପାରିବେ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା କମ୍ପାନୀରେ କି କାମ କରିବାକୁ ପଡିବ ।

ଆମାଜୋନ ପକ୍ଷରୁ ଯୁବ ପିଢୀଙ୍କ ପାଇଁ ନିଯୁକ୍ତି ସୁଯୋଗ ପ୍ରକାଶ ପାଇଛି । କମ୍ପାନୀ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ ଡେଲିଭରି ପିଲାଙ୍କ ଆବଶ୍ୟକତା ରହିଛି । ଯେଉଁ ମାନେ କମ୍ପାନୀର ସାମଗ୍ରୀ ଅର୍ଡର ଦେଇଥିବା ଲୋକଙ୍କ ପାଖକୁ ପହଞ୍ଚାଇବେ ସେମାନଙ୍କୁ ଏହି ଚାକିରି ଦିଆଯାଇପାରିବ । ୧୦ ରୁ ୧୫ କିଲୋମିଟର ବ୍ୟବଧାନରେ ରହିବ କାମ । ଦେଶରେ ଧୀରେ ଧୀରେ ଅନଲାଇନ କାରବାର ବଢିବାରେ ଲାଗିଛି । ତେଣୁ ପ୍ରତ୍ୟକ କମ୍ପାନୀ ଡେଲିଭରି ପିଲାଙ୍କ ଉପରେ ଅଧିକ ଗୁରୁତ୍ଵ ଦେଉଛନ୍ତି ।

କମ୍ପାନୀର ନିୟମ ଅନୁସାରେ ଡେଲିଭରି ପିଲାଙ୍କୁ ନୀତିଦିନ ପାଖା ପାଖି ୧୦୦ ରୁ ୧୫୦ ଅର୍ଡର ପହଞ୍ଚାଇବାକୁ ପଡିବ । ସାଧାରଣତଃ କମ୍ପାନୀ ସଖାଳ ୭ ରୁ ରାତି ୮ଟା ପର୍ଯ୍ୟନ୍ତ ସାମଗ୍ରୀ ଡେଲିଭରି କରିଥାଏ । ଆମାଜୋନ ପକ୍ଷରୁ ସୂଚନା ମିଳିଛି ଯେ, ପ୍ରତ୍ୟକ ପିଲାଙ୍କୁ ୧୦୦ ରୁ ୧୫୦ ଅର୍ଡର ଦିନକୁ ଡେଲିଭରି କରିବାକୁ ପଡିବ । ଯଦି ଆପଣ ଏହି କାମକୁ ୩ ରୁ ୪ ଘଣ୍ଟା ମଧ୍ୟରେ କରିଦେବେ ତେବେ କମ୍ପାନୀର କୌଣସି ଅସୁବିଧା ନାହିଁ ।

ଡେଲିଭରି ଚାକିରି ପାଇଁ ଆବେଦନ କରୁଥିବା ପିଲା ମାନଙ୍କର କୌଣସି ସରକାରୀ ବା ବେସରକାରୀ ଡିଗ୍ରୀ ଥିବା ଦରକାର । ଏହା ସହ ଗାଡି ଓ ଗାଡିର ସମସ୍ତ କାଗଜ ପତ୍ର ସଠିକ ଥିବା ଦରକାର । ସାଧାରଣତଃ ଏହି କାମରେ ମାସକୁ ପିଲା ମାନେ ୧୨ ରୁ ୧୫ ହଜାର ଟଙ୍କା ଦରମା ପାଇଥାନ୍ତି । ହେଲେ ଯଦି ଆପଣ ଦିନକୁ ୧୫୦ ସାମଗ୍ରୀ ଡେଲିଭରି କରିବେ ତେବେ ଆପଣ ମାସକୁ ୫୦ ରୁ ୭୦ ହଜାର ଟଙ୍କା ରୋଜଗାର କରିପାରିବେ । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ଏହି ଖବରଟି କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *