ନାସ୍ତ୍ରେଦମସଙ୍କର ୨୦୨୦ ପାଇଁ ଆଶ୍ଚର୍ଯ୍ୟ କରିଦେବା ଭଳି ଭବିଷ୍ୟବାଣୀ, ସତ ହୋଇପାରେ ଏହି ୫ ଟି ଘଟଣା

ଫ୍ରେଞ୍ଚ ଭବିଷ୍ୟବକ୍ତା ମାଇକେଲ ଦି ନାସ୍ତ୍ରେଦମସ ଆସନ୍ତା ଅନେକ ବର୍ଷ ପାଇଁ ବହୁତ ବର୍ଷ ପୂର୍ବରୁ ଭବିଷ୍ୟବାଣୀ କରି ଦେଇଥିଲେ । ପୁରା ଦୁନିଆରେ ଲୋକ ନାସ୍ତ୍ରେଦମସଙ୍କ ଭବିଷ୍ୟବାଣୀ ଉପରେ ବିଶ୍ଵାସ କରନ୍ତି । ଏହାର କାରଣ ହେଲା କି ସେ ଏ ପର୍ଯ୍ୟନ୍ତ କରିଥିବା ସବୁ ଭବିଷ୍ୟବାଣୀ ସତ ପ୍ରମାଣିତ ହୋଇଛି । ନାସ୍ତ୍ରେଦମସ ୨୦୨୦ ପାଇଁ ଯେଉଁ ଭବିଷ୍ୟବାଣୀ କରିଛନ୍ତି ତାହା ମାନବଜାତି ପାଇଁ ଭଲ ଖବର ନୁହେଁ । ଅନ୍ୟ ଭବିଷ୍ୟବକ୍ତାମାନେ ବି ୨୦୨୦ ପାଇଁ ବିନାଶର ସଙ୍କେତ ଦେଇଛନ୍ତି । ଆସନ୍ତୁ ଜାଣିବା ୨୦୨୦ ପାଇଁ ନାସ୍ତ୍ରେଦମସ କଣ ଭବିଷ୍ୟବାଣୀ କରିଛନ୍ତି । ସେ ୨୦୨୦ କୁ ଏକ ହିଂସ୍ରକ ବର୍ଷ ବୋଲି କହିଛନ୍ତି ।

ନାସ୍ତ୍ରେଦମସଙ୍କ ଭବିଷ୍ୟବାଣୀ ଅନୁସାରେ ବର୍ଷ ୨୦୨୦ ରେ ରୁସ ର ରାଷ୍ଟ୍ରପତି ବ୍ଲାଦିମୀର ପୂତିନଙ୍କ ହତ୍ୟାର ଚେଷ୍ଟା ହୋଇପାରେ ଯେତେବେଳେ କି ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ଫଙ୍କୁ ବଡ କ୍ଷତି ପହଞ୍ଚିପାରେ । ସେଇଠି ଏହି ବର୍ଷ ଗ୍ରେଟ ବ୍ରିଟେନ ର ମହାରାଣୀଙ୍କ ମୃତ୍ୟୁ ଗତ ୭୦ ବର୍ଷରେ ଏଠାକାର ସବୁଠୁ ଅଧିକ ବିନାଶକାରୀ ଘଟଣା ମଧ୍ୟରୁ ଗୋଟିଏ ହେବ । ଭବିଷ୍ୟବାଣୀରେ ଏହା ମଧ୍ୟ କୁହାଯାଇଛି କି ମହାରାଣୀଙ୍କ ପରେ ପ୍ରିନ୍ସ ଚାର୍ଲ୍ସ ଗ୍ରେଟ ବ୍ରିଟେନ ର ରାଜଗଦ୍ଦି ସମ୍ଭାଳିବେ ଓ ଜଲ୍ଦି ସ୍କଟଲ୍ୟାଣ୍ଡ ଓ ବେଲ୍ସ ଗସ୍ତରେ ଯିବେ।

ନାସ୍ତ୍ରେଦମସଙ୍କ ଭବିଷ୍ୟବାଣୀ ଅନୁସାରେ ୨୦୨୦ ରେ ଦୁନିଆର ବଡ ବଡ ଦେଶରେ ଗୃହ ଯୁଦ୍ଧ ଭଳି ପରିସ୍ଥିତି ସୃଷ୍ଟି ହେବ ଓ ଦଙ୍ଗା ଭଳି ପରିସ୍ଥିତି ସୃଷ୍ଟି ହେବ ।

ନାସ୍ତ୍ରେଦମସଙ୍କ ଭବିଷ୍ୟବାଣୀ ଅନୁସାରେ ୨୦୨୦ ରେ ଏହି ଶତାବ୍ଧି ର ସବୁଠୁ ବଡ ଆର୍ଥିକ ସଙ୍କଟ ବି ଆସିବ ଓ ଲୋକମାନଙ୍କ ମଧ୍ୟରେ ଏକ ପ୍ରକାରର ଆଧ୍ୟାତ୍ମିକ ମନୋଭାବ ଦେଖିବାକୁ ମିଳିବ ।

ନାସ୍ତ୍ରେଦମସଙ୍କ ଭବିଷ୍ୟବାଣୀ ଅନୁସାରେ ୨୦୨୦ ରେ ମଧ୍ୟପୂର୍ବ ଦେଶ ଓ ଦୁନିଆର ଅନ୍ୟ କିଛି ଦେଶମାନଙ୍କରେ ଧାର୍ମିକ ଅତିବାଦ ବଢିବ ଯାହା ଦ୍ଵାରା ଅଶାନ୍ତି ଓ ଗୃହଯୁଦ୍ଧ ଭଳି ପରିସ୍ଥିତି ଦେଖାଦେବ । ଅନେକ ଲୋକଙ୍କୁ ନିଜ ଦେଶ ଛାଡି ଅନ୍ୟ ଦେଶରେ ଶରଣ ନେବାକୁ ପଡିବ ।

ନାସ୍ତ୍ରେଦମସଙ୍କ ଭବିଷ୍ୟବାଣୀ ଅନୁସାରେ ୨୦୨୦ ରେ ଚିକିତ୍ସା କ୍ଷେତ୍ରରେ ଭଲ ପ୍ରଗତି ଦେଖାଦେବ ଯାହା ଦ୍ଵାରା ଲୋକଙ୍କର ହାରାହାରି ଆୟୁଷ ବଢିଯିବ ।

ଆପଣଙ୍କୁ କହିଦେଉଛୁ କି ନାସ୍ତ୍ରେଦମସ ଏହା ପୂର୍ବରୁ ଏପରି ଅନେକ ଭବିଷ୍ୟବାଣୀ କରିଛନ୍ତି ଯାହା ସତ ପ୍ରମାଣିତ ହୋଇଛି । ସେ ବହୁତ ବର୍ଷ ପୂର୍ବେ ମୋଦୀ ଯୁଗର ଭବିଷ୍ୟବାଣୀ କରିଦେଇଥିଲେ । ଆମେରିକାର ୪୫ ତମ ରାଷ୍ଟ୍ରପତିଙ୍କ ବିଷୟରେ ନାସ୍ତ୍ରେଦମସ ସାଙ୍କେତିକ ରୂପରେ ଯାହା କହିଥିଲେ ଡୋନାଲ୍ଡ ଟ୍ରମ୍ଫଙ୍କ ରୂପରେ ତାହା ସଠିକ ପ୍ରମାଣିତ ମଧ୍ୟ ହେଇଥିଲା । ଆର୍ଟିକୀଲଟି ଭଲ ଲାଗିଥିଲେ ଅନ୍ୟ ମାନଙ୍କ ସହିତ ସେଆର କରିବେ । ଆଗକୁ ଅପଡେଟ ଗୁଡିକ ପାଇବା ପାଇଁ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *