ଗରମ ଦିନେ ଘିମିରି ଓ ଆଲାର୍ଜୀରୁ ବଞ୍ଚିବା ପାଇଁ ଆପଣାନ୍ତୁ ଏହି ଘରୋଇ ଉପାୟ, ତୁରନ୍ତ ମିଳିଥାଏ ଆରାମ

ଏବେ ଗରମ ଋତୁ ଆରମ୍ଭ ହୋଇ ଗଲାଣି । ପ୍ରାୟତଃ ଲୋକଙ୍କୁ ଏହି ଦିନ ଲୋକଙ୍କୁ ପସନ୍ଦ ହୋଇ ନଥାଏ କାରଣ ଗରମ କାରଣରୁ ଘିମିରି ବା ପ୍ରୀକିଲ୍ ହିଟ ହୋଇ ଏହି ସମୟରେ ଶରୀରକୁ ସବୁଠୁ ବେଶି କଷ୍ଟ ହୁଏ । ଏଥିରୁ ମୁକ୍ତି ପାଇବା ପାଇଁ ଆମେ ବିଭିନ୍ନ ପ୍ରକାରର ଥଣ୍ଡା ପାଉଡର ର ବ୍ୟବାହାର କରିଥାଉ । କିନ୍ତୁ ଆଜି ଆମେ ଆପଣଙ୍କ ପାଇଁ ଘିମିରିରୁ ରକ୍ଷା ପାଇବା ପାଇଁ କେତେ ଗୁଡିଏ ଘରୋଇ ଟିପ୍ସ ଆଣି ଆସିଛୁ । ଯାହାକୁ ବ୍ୟବହାର କାଲେ ଆପଣଙ୍କ ଘିମିରି ଛୁ ମନ୍ତର ହେଇଯିବ । ତେବେ ଆସନ୍ତୁ ଜାଣିବା କଣ ଅଟେ ସେହି ଟିପ୍ସ ଗୁଡିକ ।

୧. ଗୁଲକନ୍ଦର ସେବନ କରିବା ଦ୍ୱାରା ଆପଣ ଘିମିରିରୁ ରକ୍ଷା ପାଇ ପାରିବେ। ଏହା ଶରିରକୁ ଥଣ୍ଡା ରଖେ ଓ ଏଥିରେ ଗୋଲାପ ଜଳ ମିଶାଇ ଶରିରରେ ସ୍ପ୍ରେ କଲେ ଘିମିରି ହେବନାହିଁ ।

୨. ଗରମ ଦିନରେ ପିଆଜ ଖାଇବା ଦ୍ୱାରା ମଧ୍ୟ ଘିମିରିକୁ ଆୟତ କରାଯାଇ ପାରିବ ।

୩. ଶତାବରୀ ହର୍ବ କୁ ଦୁଇ ମିଲିଗ୍ରାମ ଥଣ୍ଡା ପାଣିରେ ମିଶାଇ ନିଅନ୍ତୁ । ଏହା ଆପଣଙ୍କ ଶରିର କୁ ଥଣ୍ଡା ରଖିଥାଏ ।

୪. ଏଥିରେ ଭ୍ୟାସଲିନ ବା ହେଭି କ୍ରିମ୍ ବ୍ୟବହାର କଲେ ଘିମିରି ବଢ଼ିଥାଏ । ଆପଣ ଘିମିରି କୁ କମ କରିବା ପାଇଁ କ୍ୟାଲ୍ମାଇନ୍ ଲୋଶନ ବ୍ୟବହାର କରିପାରିବେ । ଏହା ଦ୍ଵାରା ଘିମିରି ଦ୍ଵାରା କୁଣ୍ଡେଇ ହେବା କମିଥାଏ ।

୫. ଘିମିରି ସବୁଠାରୁ ଅଧିକ ଛୋଟ ଛୁଆ ମାନଙ୍କୁ ହୋଇଥାଏ କାହିଁକି ନା ତାଙ୍କର ଝାଳ ଗ୍ଲାଣ୍ଟସ ଠିକ୍ ଭାବରେ ବିକଶିତ ହୋଇନଥାଏ । ଏଥିପାଇଁ ସେମାନେ ଗାଧୋଇ ସାରିବା ପରେ ପାଉଡର ଲଗାଇବା ନିହାତି ଆବଶ୍ୟକ ହୋଇଥାଏ ।

୬. ଏହା ସହିତ ପିଲାମାନଙ୍କୁ ଢ଼ିଲା କପଡା ପିନ୍ଧିବା ଦରକାର। ବୟସ୍କ ବ୍ୟକ୍ତି ମାନେ ମଧ୍ୟା ଏହି ସମୟରେ ଢ଼ିଲା କପଡା ବ୍ୟବହାର କରିବା ଦରକାର । ଗରମ ସମୟରେ ନାୟଲନ ଓ ପଲିଷ୍ଟର କପଡା ବ୍ୟବହାର ନ କରିବା ସବୁଠୁ ଭଲ । ଆରାମ ଦାୟକ କପଡା ବା କଟନ କପଡା ପିନ୍ଧିବା ହିଁ ଭଲ ଅଟେ ।

୭. ଯଦି ଆପଣଙ୍କୁ ଗରମ ଦିନରେ ସବୁବେଳେ ଘିମିରି ହେଉଯାଏ ତାହେଲେ ଚନ୍ଦନ ର ପ୍ୟାକ୍ ବନାନ୍ତୁ ଓ ରାତିରେ ଶୋଇଲା ବେଳେ ଘିମିରି ରେ ଏହାକୁ ଲଗାନ୍ତୁ । ଚନ୍ଦନ ଆପଣଙ୍କ ଶରିର କୁ ଥଣ୍ଡା ରଖେ ।

୮. ଏହା ସହିତ ଆଲୋବେରା ଓ ଲେମ୍ବୁ ରସକୁ ମିଶାଇ ସେବନ କରନ୍ତୁ । ସକାଳୁ ଉଠି ଖାଲି ପେଟରେ ଦୁଇ ଚାମଚ ଆଲୋବେରା ରସ ଓ ଆଠ ଓ ଦଶ ଚାମଚ ଲେମ୍ବୁ ରସ ଗୋଟିଏ ଥଣ୍ଡା ପାଣି ଗ୍ଲାସ ରେ ମିଶେଇ ପିଅନ୍ତୁ । ଏହା ଦ୍ଵାରା ଆପଣ ବାହାରକୁ ଗଲେ ମଧ୍ୟ ଘିମିରି ହୋବାର ଚାନ୍ସ କମ ହୋଇଥାଏ । ଯଦି ଆପଣ ବି ଏହି ସମସ୍ୟାରେ ଅଛନ୍ତି ତେବେ ଆମର ଏହି ଟିପ୍ସ ଆପଣାଇ ଦେଖନ୍ତୁ, ପୋଷ୍ଟ ଟି ଭଲ ଲାଗିଥିଲେ ଅନ୍ୟମାନଙ୍କ ସହିତ ସେଆର କରି ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *