ମଶା ମାନଙ୍କୁ ତଡିବାର ଦେଶୀ ଉପାୟ, ଗୋଟିଏ ଥରରେ ହିଁ ଘରୁ ସବୁ ମଶା ଗାୟବ ହୋଇଯିବେ

ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଯେ ମଶା ଏକ ଏପରି କୀଟ ପ୍ରଜାତି ଯେଉଁମାନେ ଆମକୁ କ୍ଷତି ଦେଇଥାନ୍ତି । ବର୍ଷା ବା ଶୀତ ଋତୁରେ ମଶା ଙ୍କ ପ୍ରଭାବ ବେଶି ମାତ୍ରାରେ ଦେଖିବାକୁ ମିଳିଥାଏ । ଏମାନେ ରାତିରେ ଆମକୁ ଶୋଇବାକୁ ଦେଇ ନଥାନ୍ତି , ଛୋଟ ପିଲା ମାନଙ୍କୁ ଶୋଇବାକୁ ଦେଇନଥାନ୍ତି । ବନ୍ଧୁଗଣ ଆମ ସମାଜରେ ଦୁଇ ପ୍ରକାରର ଲୋକ ଥାଆନ୍ତି ଜଣେ ଯିଏ ମଶା ମାନଙ୍କ କାମୁଡିବା ସହି ପାରନ୍ତି ନାହିଁ , ସେମାନେ ବଜାର ରେ ମିଳୁଥିବା ମଶା ଧୂପ ବା କଏଲ୍ ଆଣି ଲଗାଇ ଥାନ୍ତି , କିନ୍ତୁ ବନ୍ଧୁଗଣ ଆପଣମାନଙ୍କୁ ଆମେ ଜଣେଇବାକୁ ଚାହୁଁଛୁ ଯେ ଯଦି ଆପଣ ମାନେ ରାତିରେ ଏହା ଲଗାଇ ଶୁଅନ୍ତି , ତେବେ ଜାଣି ରଖନ୍ତୁ ଗୋଟେ ମଶା ଧୂପ ବା କଏଲ୍ ୧୦୦ ଟି ସିଗାରେଟ୍ ସହ ସମାନ ଅଟେ ।

ଏହା ଦେହ ପାଇଁ ଅତ୍ୟନ୍ତ ହାନିକାରକ ଅଟେ । ଆପଣଙ୍କ ଘରେ ଛୋଟ ପିଲା କିମ୍ବା ବୃଦ୍ଧ ଲୋକ ଅଛନ୍ତି ଏବଂ ଆପଣଙ୍କ ପାଇଁ ମଧ୍ୟ ଏହା ବହୁତ୍ ହାନିକାରକ ସାବ୍ୟସ୍ତ ହେଇଥାଏ । ଏହା ଏତେ ମାତ୍ରା ରେ ବିଷାକ୍ତ ବାୟୁ ଛାଡ଼ିଥାଏ ଏବଂ ଏତେ ମାତ୍ରା ରେ ପ୍ରଦୂଷଣ କରିଥାଏ , ଏହା ଅନେକ ଲୋକଙ୍କର ପ୍ରାଣ ମଧ୍ୟ ନେଇଯାଏ ଏବଂ ଅନେକ ଲୋକଙ୍କୁ ନାନା ପ୍ରକାରର ଭୀଷଣ ଧରଣର ରୋଗ ମଧ୍ୟ ଦେଇଥାଏ ।

ବନ୍ଧୁଗଣ ଯେଉଁ ଲୋକମାନେ ଯକ୍ଷ୍ମା ରୋଗ ରେ ପିଡିତ ହୋଇଥାନ୍ତି ସେମାନେ ଏହି ମଶା ଧୂପ ଲଗାଇବା ଦ୍ଵାରା ଅଧିକାଂଶ ମୃତ୍ୟୁ ବରଣ କରିଥାନ୍ତି । ବନ୍ଧୁଗଣ ଅନ୍ୟ ପକ୍ଷରେ ଯେଉଁ ଲୋକମାନେ ଅଛନ୍ତି ତାଙ୍କୁ ମଶା କାମୁଡିବା ଦ୍ଵାରା କିଛି ବି ଫରକ୍ ପଡିନଥାଏ , ସେ ଏହାକୁ ହାଲକା ରେ ନେଇଥାନ୍ତି କି ସାମାନ୍ୟ ମଶା ହିଁ କମୁଡୁଛନ୍ତି , ଗୋଟେ ଦୁଇ ଦିନରେ ଠିକ୍ ମଧ୍ୟ ହୋଇଯିବ କିନ୍ତୁ ଏହା ସମ୍ପୂର୍ଣ୍ଣ ଭାବରେ ଭୁଲ ଅଟେ , ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଯେ ମଶା କାମୁଡିବା ଦ୍ବାରା ଆମେ ଅନେକ ମାରାତ୍ମକ ରୋଗରେ ପୀଡିତ ହୋଇଥାଉ , ଯଥା ମ୍ୟାଲେରଆ , ଡେଙ୍ଗୁ ଇତ୍ୟାଦି ।

ତେଣୁ ବନ୍ଧୁଗଣ ଆସନ୍ତୁ ଆଜି ଆମେ ଆପଣଙ୍କୁ ଗୋଟେ ଏମିତି ଭଲ ଘରୋଇ ଉପାୟ ବିଷୟରେ କହିବା ଯାହା ଫଳରେ ଆପଣ କୌଣସି ପ୍ରକାରର ବିଷାକ୍ତ ପଦାର୍ଥର ଏବଂ ମଶାରୀ ବ୍ୟବହାର କରିବାକୁ ପଡ଼ିବ ନାହିଁ । ଆପଣ ଆପଣଙ୍କର ଘରୋଇ ଜିନିଷ ସାହାଯ୍ୟରେ ଏହା ପ୍ରସ୍ତୁତ କରିପାରିବେ ।

ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ସେହି ଘରୋଇ ଉପାୟ ବିଷୟରେ , ପ୍ରଥମେ ଆପଣ କିଛି ରସୁଣ ନିଅନ୍ତୁ , ତାକୁ ଭଲ ଭାବେ କୁଟି ତା ଲେପକୁ ଏକ ମାଟିର ପାତ୍ରରେ ରଖନ୍ତୁ । ଏହା ପରେ ଆପଣ କିଛି କର୍ପୁର ଖଣ୍ଡ ନିଅନ୍ତୁ । କର୍ପୁର କୁ ଭଲ ଭାବେ ଭାଙ୍ଗି ତାକୁ ସେହି ରସୁଣ ଉପରେ ପକାନ୍ତୁ । ଏହାକୁ ଭଲ ଭାବେ ମିଶାଇଲା ପରେ କିଛି ବଡ଼ ଖଣ୍ଡ ଗୁଡ଼ିକୁ ସେହି ରସୁଣ ଲେପ ଉପରେ ରଖନ୍ତୁ । ଏହା ପରେ କିଛି ମାତ୍ରାରେ ଦେଶୀ ଘିଅ ସେହି ମିଶ୍ରଣ ଉପରେ ପକାନ୍ତୁ ଯାହା ଫଳରେ ଏହା ବେଶି ସମୟ ଯାଏଁ ଜଳିବ । ଏବେ ଏହାକୁ ଭଲ ଭାବେ ମିଶାନ୍ତୁ , ଆପଣ ଏହାକୁ ହାତରେ କିମ୍ବା ଚାମଚ୍ ରେ ମଧ୍ୟ ମିଶାଇ ପାରିବେ , ଏବେ ଆପଣ ଏହାକୁ ଜଳାନ୍ତୁ । ଏହା ବହୁତ୍ ଡେରି ଯାଏଁ ଜଳିଥାଏ ।

ବନ୍ଧୁଗଣ ଆପଣ ମଶା ଧୂପ ଲଗାଇବା ପରେ ମଧ୍ୟ ଗୋଟେ ଦୁଇଟା ମଶା ଆପଣଙ୍କୁ କାମୁଡି ପାରନ୍ତି , କିନ୍ତୁ ବନ୍ଧୁଗଣ ଏହା ଲଗେଇବା ପରେ ଆପଣ ନୁହେଁ ଜାଣିପାରିବେ ଯେ ଗୋଟେ ମଶା ବି ଆପଣ ପାଇବେ ନାହିଁ । ଏହା ଏକ ଭଲ ଘରୋଇ ଉପାୟ ଅଟେ ଆଜି ହିଁ ବ୍ୟବହାର କରନ୍ତୁ ଏବଂ ଫଳ ଦେଖନ୍ତୁ ।

ଆପଣଙ୍କୁ ଆମର ଏହି ଟିପ୍ସ ଟି ଭଲ ଲାଗିଥିଲେ ଏହାକୁ ଲାଇକ ଓ ଶେୟାର କରିବେ ଓ ଏମିତି କିଛି ନୂଆ ନୂଆ ଟିପ୍ସ ପଢିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *