Vastu Shastra- ପୁରୁଣା ଝାଡୁ କେଉଁ ଦିନ ଫୋପାଡିବେ ଓ କେଉଁଠି ଫୋପାଡିବେ ? କରନ୍ତୁ ଝାଡୁର ସଠିକ ଉପଯୋଗ ମାତା ଲକ୍ଷ୍ମୀ ହେବେ ପ୍ରସନ୍ନ, ହେବ ଧନବର୍ଷା

ବନ୍ଧୁଗଣ ଏହି ଦୁନିଆର ସମସ୍ତ ମଣିଷ ଏକ ସୁଖ ଓ ସମୃଦ୍ଧିପୂର୍ଣ୍ଣ ଜୀବନ ଅତିବାହିତ କରିବା ପାଇଁ ଇଛା କରିଥାଏ । ଏହି ଜୀବନକୁ ବଞ୍ଚିବା ପାଇଁ ସେ ଦିନ ରାତି କଷ୍ଟ କରି ଟଙ୍କା ଅର୍ଜନ କରିବାକୁ ଲାଗିଥାଏ । ହେଲେ ବନ୍ଧୁଗଣ କିଛି ମଣିଷ ଏପରି ଅଛନ୍ତି ଯେଉଁମାନେ ବହୁତ ଅଧିକ କଷ୍ଟ କରି ମଧ୍ୟ ସେମାନଙ୍କ ପାଖରେ ଧନ ରାହୁନହିଁ ଓ ଅନ୍ୟ ପକ୍ଷରେ ଏପରି ମଧ୍ୟ କିଛି ଲୋକ ଅଛନ୍ତି ଯେଉଁମାନେ ବହୁତ କମ କଷ୍ଟରେ ଅଧିକ ଧନଲାଭ କରିପାରୁଛନ୍ତି । ବନ୍ଧୁଗଣ ହିନ୍ଦୁଧର୍ମ ଅନୁସାରେ ଝାଡୁକୁ ମା ଲକ୍ଷ୍ମୀଙ୍କର ସୂଚକ କୁହାଯାଇଛି ।

ଝାଡୁ ସହ ଜଡିତ ଏପରି କିଛି ନିୟମ ରହିଛି ଯାହାକୁ କରି ଆପଣ ମା ଲକ୍ଷ୍ମୀଙ୍କୁ ପ୍ରସନ୍ନ କରିପାରିବେ ଓ ଅନ୍ୟ ପକ୍ଷରେ ଯଦି ଆପଣ ଏହି ସମସ୍ତ ନିୟମକୁ ଅଜଣାତରେ ପାଳନ କରୁନଥିବେ ତା ହେଲେ ମଧ୍ୟ ଆପଣଙ୍କୁ ଦରିଦ୍ରତାର ଶିକାର ହେବାକୁ ପଡିବ । ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କୁ ଏହି ସମସ୍ତ ନିୟମ ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ସମସ୍ତ ନିୟମ ବିଷୟରେ ।

୧. ବନ୍ଧୁଗଣ ସଖାଳ ସମୟରେ ବ୍ରହ୍ମମୁହୂର୍ତରେ ଆପଣ ମାନଙ୍କୁ ନିଜ ଘରେ ନିଶ୍ଚୟ ଝାଡୁ ମାରି ହଳଦୀ ଜଳ ଛିଞ୍ଚିବା ଉଚିତ । ବନ୍ଧୁଗଣ ଏହାପରେ ଆପଣ ସ୍ନାନ କରି ମା ଲକ୍ଷ୍ମୀଙ୍କର ଆରାଧନା କରି ଧୂପ ଓ ଦୀପ ଅର୍ପଣ କରିବା ଉଚିତ । ଆରାଧନା କରିବା ଦ୍ଵାରା ଆପଣଙ୍କୁ ନିଶ୍ଚୟ ମା ଲକ୍ଷ୍ମୀଙ୍କର ବିଶେଷ ଆଶୀର୍ବାଦ ପ୍ରାପ୍ତ ହେବ ।

୨. ବନ୍ଧୁଗଣ ପ୍ରାୟ ଅଧିକାଂଶ ଲୋକ ରାତ୍ରି ସମୟରେ ଘରେ ଝାଡୁ ମାରିଥାନ୍ତି, ହେଲେ ବନ୍ଧୁଗଣ ଏହା ସବୁଠାରୁ ବଡ ଭୁଲ ଅଟେ । କାରଣ ଆପଣଙ୍କ ଏହି ଭୁଲ ପାଇଁ ଆପଣଙ୍କୁ ନିଜ ଆଗାମୀ ଜୀବନରେ ଦରିଦ୍ରତା ଭୋଗ କରିବାକୁ ପଡିପାରେ । କାରଣ ଏହି ସମୟରେ ଝାଡୁ ମାରିବା ସଂପୂର୍ଣ୍ଣ ଭାବରେ ଅନୁଚିତ ଅଟେ । ତେଣୁ ବନ୍ଧୁଗଣ ଆପଣ କେବେହେଲେ ରାତ୍ରି ସମୟରେ ଘରେ ଝାଡୁ ମାରିବେ ନାହିଁ ।


୩. ବନ୍ଧୁଗଣ ଝାଡୁ ଲଗାଇବା ଦ୍ଵାରା ଘର ମଧ୍ୟରେ ସକାରାତ୍ମକ ବାତାବରଣର ଆଗମନ ହୋଇଥାଏ ଓ ନକରାତ୍ମକ ବାତାବରଣ ଦୂର ହୋଇଥାଏ । ଯେଉଁ ଘରର କୋଣ ଅନୁକୋଣରେ ଝାଡୁ ଲଗାଯାଏ ଓ ସଫା ଥାଏ ସେହି ଘରେ ମା ଲକ୍ଷ୍ମୀଙ୍କର ବାସ ହୋଇଥାଏ । ତେଣୁ ବନ୍ଧୁଗଣ ଆପଣ ମାନଙ୍କୁ ସଖାଳ ଓ ସନ୍ଧ୍ୟା ସମୟ ପୂର୍ବରୁ ଘର ମଧ୍ୟରେ ଝାଡୁ ଲଗାଇବା ନିଶ୍ଚୟ ଉଚିତ । ବନ୍ଧୁଗଣ ଏହା ବ୍ଯତୀତ ଆପଣ ନିଜ ଝାଡୁକୁ ସାବିବେଳେ ଲୁଚାଇ ରଖିବେ ଯେପରି ଆପଣଙ୍କ ଘର ସଦସ୍ୟ ବ୍ଯତୀତ ଅନ୍ୟ କୌଣସି ଲୋକ ନଦେଖିବେ ।


୪. ବନ୍ଧୁଗଣ ଝାଡୁ ସହ ଜଡିତ ସବୁଠାରୁ ଗୁରୁତ୍ଵପୂର୍ଣ୍ଣ କଥା ହେଉଛି ଆପଣ କେବେହେଲେ ଭଙ୍ଗା ବା ପୁରୁଣା ଝାଡୁକୁ ଅଧିକ ଦିନ ପର୍ଯ୍ୟନ୍ତ ଘରେ ରଖିବେ ନାହିଁ । କାରଣ ଏହି ଝାଡୁକୁ ଅଧିକ ଦିନ ରଖିବା ଦ୍ଵାରା ନକରାତ୍ମକ ଶକ୍ତିର ଆଭାସ ହୋଇଥାଏ । ବନ୍ଧୁଗଣ ଏହି ଝାଡୁକୁ ଆପଣ ଅମାବାସ୍ୟା ବା ଶନିବାର ଦିନ ଘର ବାହାରକୁ ଫିଙ୍ଗି ଫୋପାଡି ପାରିବେ । ଅନ୍ୟ କେଉଁ ଦିନ ଏହାକୁ ବାହାରେ ଫିଙ୍ଗନ୍ତୁ ନାହିଁ । ଠିକ ସେହିପରି ବନ୍ଧୁଗଣ ଯଦି ଆପଣ ନୂଆ ଝାଡୁ ଘରକୁ ଆଣିବାକୁ ଚାହୁଁଛନ୍ତି ତା ହେଲେ ଆପଣ କେବଳ ଅମାବାସ୍ୟା ଓ ଶନି ବାର ଦିନ ଝାଡୁକୁ ଆଣନ୍ତୁ । ଏହାଦ୍ବାରା ଆପଣଙ୍କ ଘରେ ହେଉଥିବା ସମସ୍ତ ସମସ୍ଯା ନିଶ୍ଚୟ ଦୂର ହୋଇଯିବ ।

ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ନିଜ ସାଙ୍ଗ ମାନଙ୍କ ସହ ଏହାକୁ ଶେୟାର କରନ୍ତୁ ଓ ଆଗକୁ ଏମିତି କିଛି ବାସ୍ତୁ ଟିପ୍ସ ପଢିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲନ୍ତୁ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *