ସବୁଠାରୁ ବଡ ଓଷା ମାଣବସା ଗୁରୁବାର, ତୁଳସୀ ଗଛରେ ଚଢେଇ ଦିଅନ୍ତୁ କେବଳ ଏହି 1 ଜିନିଷ, ରାତାରାତି ହେବେ ମାଲାମାଲ- Ajira Anuchinta

ବନ୍ଧୁଗଣ ଆପଣ ମାନେ ଜାଣିଛନ୍ତି ଯେ ମାର୍ଗଶିର ମାସ ବର୍ଷକର ସବୁଠାରୁ ପବିତ୍ର ମାସ ହୋଇଥାଏ ଏବଂ ମାଣବସା ଗୁରୁବାର ଓଷା ମଧ୍ୟ ସବୁଠାରୁ ବର୍ଷର ଶେଷ ଓ ବଡ଼ ଓଷା ହୋଇଥାଏ । ଏହି ମାସରେ ସବୁ ଓଡ଼ିଆ ବୋହୂ ମାନେ ଘରକୁ ପବିତ୍ର କରାଇ ଘରେ ସକାଳୁ ସକାଳୁ ମାଣ ବସାଇ ମାତା ଲକ୍ଷ୍ମୀଙ୍କର ପୂଜା କରିଥାନ୍ତି । ବନ୍ଧୁଗଣ ଚଢ଼େଇ ଦିଅନ୍ତୁ ଏହି ଗୋଟିଏ ଜିନିଷ ସବୁ କଷ୍ଟ ଦୁର କରିବେ ମାତା ଲକ୍ଷ୍ମୀ ଏବଂ ଭଗବାନ୍ ବିଷ୍ଣୁ । ଘରକୁ ଆସିବ ସୁଖ ସମୃଦ୍ଧି ଓ ଶାନ୍ତି ଏବଂ ଭୁଲରେ ବି କରନ୍ତୁ ନାହିଁ ଏହି କାମ ।

ବନ୍ଧୁଗଣ ମାର୍ଗଶିର ମାସ ସବୁଠାରୁ ପବିତ୍ର ମାସ କାହିଁକି ହୋଇଥାଏ ! ଶାସ୍ତ୍ର ଅନୁସାରେ ଏହି ମାସ ସାରା ଗୁରୁବାର ଦିନ ଘରକୁ ପରିଷ୍କାର କରାଯାଇ ଘରେ ଭୋରୁ ଭୋରୁ ମାଣ ବସାଯାଇ ଘରେ ମାତା ଲକ୍ଷ୍ମୀଙ୍କର ପୂଜା ଅର୍ଚ୍ଚନା କରାଯାଇଥାଏ । ମାତା ଲକ୍ଷ୍ମୀଙ୍କ ଆଶୀର୍ବାଦ ପାଇଁ ମଣିଷ କାମନା କରିଥାଏ , ପୂଜା ପାଠ ଠାରୁ ଆରମ୍ଭ କରି ଉପବାସ କରିବା ପର୍ଯ୍ୟନ୍ତ ମଣିଷ ସବୁ କିଛି କରିଥାଏ । ଯଦି ଆପଣ ମଧ୍ୟ ମାତା ଲକ୍ଷ୍ମୀଙ୍କର କୃପା ପାଇବାକୁ ଚାହୁଁଛନ୍ତି ତେବେ ଏହି ମାର୍ଗଶିର ମାସ ଗୁରୁବାର ଓଷା ଦିନ ତୁଳସୀ ଗଛରେ ଛଡାଇ ଦିଅନ୍ତୁ କେବଳ ଏହି ଗୋଟିଏ ଜିନିଷ । ଏବଂ ଭୁଲରେ ବି କରନ୍ତୁ ନାହିଁ ଏହି କାମ ।

ବନ୍ଧୁଗଣ ଏହି ଦିନ ମାତା ଲକ୍ଷ୍ମୀ ଧରିତ୍ରୀକୁ ଆସି ସମସ୍ତଙ୍କର ଘରେ ବୁଲି ବୁଲିକି ଦେଖିଥାନ୍ତି କିଏ କେମିତି ତାଙ୍କର ପୂଜା ଅର୍ଚ୍ଚନା କରିଥାନ୍ତି । ଏବଂ ମାତା ଲକ୍ଷ୍ମୀ ଧରିତ୍ରୀ କୁ ଆସିସାରିବା ପରେ ସବୁ ଆଡେ କେବଳ ପବିତ୍ର ହିଁ ପବିତ୍ର କାର୍ଯ୍ୟ ହୋଇଥାଏ । ବନ୍ଧୁଗଣ ଏମିତି ମାନି ନିଆଯାଇଛି କି ମାତା ଲକ୍ଷ୍ମୀ ଯେବେ ଧରିତ୍ରୀ କୁ ଆସିଥାନ୍ତି ସେ ସର୍ବ ପ୍ରଥମେ ତୁଳସୀ ପୂଜା ଦ୍ଵାରା କରାଯାଇଥିବା ପ୍ରାର୍ଥନାକୁ ଆଗ ସ୍ଵିକାର କରିଥାନ୍ତି । ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା , ତୁଳସୀ ଙ୍କୁ ପୂଜା କରିବା ଦ୍ୱାରା ଆପଣଙ୍କର ୧୦,୦୦୦ ଟି ପାପ ନଷ୍ଟ ହୋଇଯାଇଥାଏ ।

ତୁଳସୀ ଗଛରେ ପୂଜା କରିବା ପାଇଁ ଗୋଟେ ପିତଳ ଗଡୁ ରେ ଶୁଦ୍ଧ ଜଳ ପ୍ରଥମେ ନିଅନ୍ତୁ , ଏହା ପରେ ଏହି ଜଳରେ ଗୋଟେ ଚାମଚ୍ କଞ୍ଚା କ୍ଷୀର ଢାଳି ଦିଅନ୍ତୁ , ଯଦି ଆପଣଙ୍କ ପାଖରେ କଞ୍ଚା କ୍ଷୀର ନଥିବ ତେବେ ଆପଣମାନେ ପ୍ୟାକେଟ କ୍ଷୀର ମଧ୍ୟ ବ୍ୟବହାର କରିପାରିବେ ଏବଂ ଏହି କ୍ଷୀରରେ ଆପଣ ଛୋଟ ଛୋଟ ଚିନି ପକାଇବେ , ଯେଉଁ ଚିନି ଭଗବାନଙ୍କ ପାଖରେ ଭୋଗ ଲାଗିଥାଏ । ଏବେ ଏହି ଗଡୁ ରେ ଟିକେ ଗଙ୍ଗା ଜଳ ମିଶାଇବେ ଏବଂ ଅଳ୍ପ କିଛି ହଳଦୀ ଗୁଣ୍ଡ ମଧ୍ୟ ପକାଇବେ , ଏହା ପରେ ଏହି ଜଳକୁ ଆପଣ ମାଆ ତୁଳସୀ ଙ୍କୁ ପୂଜା କଲା ବେଳେ ଅର୍ପଣ କରନ୍ତୁ ।

ବନ୍ଧୁଗଣ ଧ୍ୟାନ ରଖିବେ କି ଏହି ଜଳ ବନାଇବା ପାଇଁ ଆପଣ ମାନେ କେବେ ବି ତମ୍ବା ଢାଳ ର ବ୍ୟବହାର କରିବେ ନାହିଁ । କାରଣ ତମ୍ବା ର ଢାଳ ରେ ଯଦି କ୍ଷୀର ଢ଼ଳା ଯାଇଥାଏ , ତେବେ ଏହା ବିଷ ବନିଯାଇଥାଏ । ତେଣୁ ବନ୍ଧୁଗଣ ଆପଣ ମାନେ ଷ୍ଟିଲ ବା ପିତଳ ରେ ନିର୍ମିତ ଢାଳ ବ୍ୟବହାର କରିବା ଉଚିତ୍ । ଯଦି ଆପଣଙ୍କ ପାଖରେ ଫୁଲ ଥିବ ତେବେ ଆପଣ ମାନେ କିଛି ଫୁଲ ମଧ୍ୟ ଅର୍ପଣ କରିପାରିବେ । ଏବେ ଏହି ଜଳକୁ ଧିରେ ଧିରେ ତୁଳସୀ ଚୌରା ଉପରେ ଅର୍ପିତ କରିବେ , ଯେପରି ଏହି ଜଳ ତଳେ ନ ପଡେ ।

ଜଳ ଅର୍ପଣ କରିବା ସମୟରେ ଆପଣମାନେ ଭଗବାନ ବିଷ୍ଣୁଙ୍କର ମନ୍ତ୍ର ” ଓମ୍ ନମଃ ଭଗବତେ ବାସୁଦେବାୟ ” ର ମନରେ ଜପିବେ । ଜଳ ଚଢ଼ାଇବା ପରେ ତୁଳସୀ ଚୋୖରା ପାଖରେ ଏକ ଶୁଦ୍ଧ ଘିଅର ଦୀପ ଜଳାଇ ଦେବେ । ବନ୍ଧୁଗଣ ଏହା ପରେ ଆପଣ ମାନେ ଏକ ଲାଲ୍ ରଙ୍ଗର ନୂଆ ଛିଟ କପଡା ନେଇ ଚଉରା ରେ ଚଢାନ୍ତୁ ଏବଂ ଏବେ ଆପଣ ପୁଣି ଥରେ ” ଓମ୍ ନମ୍ଃ ଭଗବତେ ବାସୁଦେବାୟ ” ମନ୍ତ୍ରକୁ ୧୦୮ ଥର ଜପ କରନ୍ତୁ । ଦେଖିବେ ଆପଣଙ୍କର ସବୁ ମନୋସ୍କାମନା ପୁରଣ ହେବ ।

ଆପଣ ମାନଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ନିଶ୍ଚିତ କମେନ୍ଟ ଦିଅନ୍ତୁ ଓ ଆଗକୁ ଆମ ସହିତ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *