କେବଳ 5 ଟଙ୍କାରେ ଘରେ ବନାନ୍ତୁ ମଶାଙ୍କୁ ମାରିବା ପାଇଁ ଦେଶୀ ଲିକୁଇଡ, ମଶା ଆପଣଙ୍କ ଘରର ରାସ୍ତା ହିଁ ଭୁଲିଯିବେ

ବନ୍ଧୁଗଣ ବର୍ତ୍ତମାନ ଶୀତରୁତୁ ଚାଲିଛି । ଏହି ସମୟରେ ଅଧିକାଂଶ ମଶା ମାନେ ଘର ମଧ୍ୟରେ ପ୍ରବେଶ କରିଥାନ୍ତି ଓ ଆମକୁ ରୋଗାକ୍ରାନ୍ତ କରାଇଥାନ୍ତି । ସାଧାରଣତଃ ମଶାଙ୍କ ପାଇଁ ଡେଙ୍ଗୁ, ମ୍ୟାଲେରିଆ ଓ ଚିକେନ ଗୁନିଆ ଆଦି ମାରାତ୍ମକ ରୋଗ ହୋଇଥାଏ, ବନ୍ଧୁଗଣ ଏହି ରୋଗ ଦ୍ଵାରା ମଣିଷର ମୃତ୍ୟୁ ମଧ୍ୟ ହୋଇଥାଏ । ସେଥିପାଇଁ ଘରୁ ମଶା ମାନଙ୍କୁ ଦୂର କରିବା ନିହାତି ଆବଶ୍ୟକତା ଅଟେ ଆପଣ ମାନେ ବଜାରରୁ କେତେକ ମଶାବତୀ ବା କଏଲ ଆଦି ଆଣି ତାହାର ବ୍ୟବହାର କରୁଥିବେ । ହେଲେ ଏହି ମଶା ଧୂଆଁ ବା କଏଲରେ ଏମିତି କିଛି କେମିକାଲ ମିସିଥାଏ ଯାହା ଆପଣଙ୍କ ଶରୀରକୁ ମଧ୍ୟ ଅସୁସ୍ଥ କରିଥାଏ ।

ହେଲେ ବନ୍ଧୁଗଣ ଚିନ୍ତା କରିବାର କୌଣସି ଆବଶ୍ୟକତା ନାହିଁ । କାରଣ ଆଜିଆମେ ଆପଣ ମାନଙ୍କୁ ଏପରି ଏକ ଘରୋଇ ଉପାୟ ବିଷୟରେ କହିବାକୁ ଯାଉଛୁ ଯାହାକୁ ଆପଣ ମାନେ ବ୍ୟବହାର କରି ମଶା ମାନଙ୍କୁ ବହୁତ ସହଜରେ ଦୂର କରିପାରିବେ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଉପାୟ ବିଷୟରେ ।


ବନ୍ଧୁଗଣ ଆମର ଏହି ଉପାୟ ପାଇଁ ପ୍ରଥମେ ଆପଣ ଗ୍ଯାସ ଚୁଲାରେ ଏକ ପାତ୍ର ବସାଇ ଦିଅନ୍ତୁ ଓ ଏଥିରେ ଏକ ବାଉଲ ସୋରିଷ ତେଲ ପକାଇ ଦିଅନ୍ତୁ । ଏହାପରେ ବନ୍ଧୁଗଣ ଆପଣ ଏଥିରେ ଏକ ବାଉଲ ନିମ ପତ୍ର ପକାନ୍ତୁ । ବନ୍ଧୁଗଣ କମ ସେ କମ ଏହାକୁ ୫ ମିନିଟ ପର୍ଯ୍ୟନ୍ତ ଗ୍ଯାସରେ ଗରମ କରନ୍ତୁ । ଗରମ କରିବା ପରେ ଆପଣ ଗ୍ଯାସକୁ ବନ୍ଦ କରି କିଛି ସମୟ ଏହାକୁ ଥଣ୍ଡା କରିବା ପାଇଁ ଛାଡି ଦିଅନ୍ତୁ ।


ବନ୍ଧୁଗଣ ଥଣ୍ଡା କରିବା ପରେ ଆପଣ ଅନ୍ୟ ଏକ ବାଉଲ ନିଅନ୍ତୁ ଓ ଏହାକୁ ଏକ ଛଣା ମାଧ୍ୟମରେ ଭଲ ଭାବରେ ଛାଣି ଦିଅନ୍ତୁ । ଏହାପରେ ବନ୍ଧୁଗଣ ଆପଣ ଏକ ଦୀପ ଓ ସଳିତା ନିଅନ୍ତୁ । ସେହି ଦୀପରେ ଏହି ନିମ ଓ ସୋରିଷ ତେଲକୁ ପକାଇ ଦିଅନ୍ତୁ । ବନ୍ଧୁଗଣ ଏହାପରେ ଆପଣ ସନ୍ଧ୍ୟା ସମୟରେ ଏହି ଦୀପକୁ ଜଳାଇ ଦିଅନ୍ତୁ । କମ ସେ କମ ବନ୍ଧୁଗଣ ୧ ଘଣ୍ଟା ମଧ୍ୟରେ ଆପଣଙ୍କ ଘର ମଶାମୁକ୍ତ ହୋଇଯାଇଥିବା ।


ଏହି ତେଲରେ କୌଣସି କେମିକାଲ ନାହିଁ, ତେଣୁ ଏହାର ଧୂଆଁରେ ଆପଣଙ୍କ ପରିବାର ଲୋକ ଛୁଆ ମାନଙ୍କ ସ୍ଵାସ୍ଥ୍ୟରେ କୌଣସି ହାନି ହେବ ନାହିଁ । ତେଣୁ ବନ୍ଧୁଗଣ ଆପଣ ମାନେ ଏହି ତେଲକୁ ବ୍ୟବହାର କରି ମଶା ମାନଙ୍କୁ ଦୂର କରନ୍ତୁ ଓ ଆଜୀବନ ସୁସ୍ଥ ରୁହନ୍ତୁ ।

ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ଟିପ୍ସ ଟି ଭଲ ଲାଗିଥିଲେ ନିଜେ ଏହାର ପ୍ରୟୋଗ କରନ୍ତୁ ଓ ଅନ୍ୟ ମାନଙ୍କୁ ଏହାର ପରାମର୍ଶ ନିଶ୍ଚୟ ଦିଅନ୍ତୁ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *